ଖ୍ରୀଷ୍ଟ କଲେଜର ବାର୍ଷିକୋତ୍ସବ
କଟକ: ଖ୍ରୀଷ୍ଟ କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା ୪ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷା ମଧୁମିତା ପାତ୍ର ସଭାପତିତ୍ୱ କରିଥିଲେ । ପ୍ରାଧ୍ୟାପକ ଡଃ ଦୈତ୍ୟାରୀ ଶୁକ୍ଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟଙ୍ଗ ସାହିତି୍ୟକ ଜ୍ଞାନ ହୋତା, କଲେଜ ପରିଚାଳନା ସମିତିର ସଭାପତି ଅନୁପମ ପାତ୍ର, ସଂପାଦକ ଶୁଭାଶୀଷ ସାହୁ ଓ ସଦସ୍ୟ ସୌମେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ କଲେଜର ଗୌରବମୟ ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉପାଧ୍ୟକ୍ଷା ଡଃ ।ଣପ୍ରଭା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ଓ ବାଦ୍ୟଯନ୍ତ୍ର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଧ୍ୟାପିକା ଡଃ ଜିତାରାୟ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ । ପ୍ରାଧ୍ୟାପକ ଶୋଭନ ପଣ୍ଡା, ଅଧ୍ୟାପିକା ମଧୁସ୍ମିତା ଯାଚକ, ଡଃ ସାରଦା ପ୍ରସାଦ କର, ଡଃ ଦିଲ୍ଲୀପ ବରାଳ, ଡଃ ଅଶୋକ କୁମାର ସାହୁ, ଡଃ ମୌସୁମୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଜିଲ୍ଲା ରେଡକ୍ରସ୍ର ବେଆଇନ କାର୍ଯ୍ୟ ନେଇ ଅସନ୍ତୋଷ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର,୧୮ା୧୧ ଜିଲ୍ଲା ରେଡକ୍ରସ ଶାଖାରେ ବେଆଇନ ପରିଚାଳନା ସମ୍ପର୍କରେ କିଛି ଆଜୀବନ ସଦସ୍ୟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ସମ୍ପାଦକ ରେଡ୍କ୍ରସ ବାଲେଶ୍ୱର ଶାଖାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗତ ୧୧ ତାରିଖରେ ହୋଇଥିବା ସାଧାରଣ ପରିଷଦ ବୈଠକକୁ ଆଜୀବନ ସଦସ୍ୟକୁ ନିମନ୍ତ୍ରଣ ନ କରିବା ଓ ଜଣେ କର୍ମଚାରୀଙ୍କ ବିବାଦୀୟ ଦରମା ପ୍ରସଙ୍ଗରେ ଆଲୋଚନା କରିବା ସମ୍ପର୍କରେ ଅଭିଯୋଗ ଆଣି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ପୁନର୍ବାର ସବୁ ଆଜୀବନ ସଦସ୍ୟଙ୍କୁ ନେଇ ସାଧାରଣ ପରିଷଦ ବୈଠକ କରିବା ପାଇଁ ଉଲ୍ଲେଖ କରିଛନ୍ତି । ଆଜୀବନ ସଦସ୍ୟ ଦେବବ୍ରତ ପାଣିଗ୍ରାହୀ, ଅପର୍ଣ୍ଣା ମହାପାତ୍ର, ଉବାଚକ ମହନ୍ତି ପ୍ରମୁଖ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।