ମାନ ଅପମାନ

ସମ୍ମାନ-ଅପମାନ ଦୁଇଟି ଏକ ରେଖାର ଦୁଇପଟ । ଅପମାନ ଅସମ୍ମାନ କରାଏ, ଲୋକ ନିଜର ଅହମିକା ପ୍ରାବଲ୍ୟ ବେଳେ ଖରାଦିନ ଶୀତ ପରି ବୋଧ କରିଥାଏ କିନ୍ତୁ ସମୟ ଦର୍ପ ଚୁର୍ଣ୍ଣ କଲାବେଳେ କେବଳ ଘରକଣରେ କାନ୍ଦିବା ସାର ହୁଏ । ଅଯାଗା ଘା ପରି ଲୋକର ଅନୁଭବ ରହେ । ପ୍ରକୃତରେ ଅପମାନ ଅଯାଗା ଘା ।
ସୁଖେ ଦୁଖେଃ ସଦା ସ୍ଥିର ଧର୍ମରାଜ ଯୁଧିଷ୍ଠିର ଜୀବନରେ ରାଜବାଟୀ ଜନ୍ମ ହୋଇ ବି ଜଙ୍ଗଲରେ ଘୂରିବା ଦୀର୍ଘ ବର୍ଷର ଏକ କାମ ଥିଲା । ଏକ ବର୍ଷ ଅଜ୍ଞାତବାସ ଏହା ବି ନାମ ଗୋପନରେ ଅନ୍ୟ ରାଜବାଟୀରେ ସ୍ତ୍ରୀର ଚାକରାଣୀ ଦାସୀ ବୃତ୍ତିକୁ ସହ୍ୟ କରି ରହିଛନ୍ତି । ରାଜ କନ୍ୟାକୁ ବିବାହ ହୋଇ କୁମ୍ଭାର ଘରେ ଶାଳାରେ ମାଆ ସ୍ତ୍ରୀଙ୍କ ସହିତ ରାତ୍ରୀ ଯାପନ କରିଛନ୍ତି । ରାଜାନନ୍ଦ ଋତୁପର୍ଣ୍ଣ ରାଜାଙ୍କର ଘୋଡ଼ାଶାଳରେ ମଇଳା ପୋଛିଛନ୍ତି । ରାଜା ଶ୍ରୀବତ୍ସ ସର୍ବହରା ହୋଇ ଶେଷରେ କାଠୁରିଆ ହୋଇଛନ୍ତି, ଖାଇବାକୁ ପାଇନାହାଁନ୍ତି, ପୋଡ଼ା, ଚେଙ୍ଗ ଗଡ଼ିଆ ମାଛ ତାଙ୍କ ସ୍ତ୍ରୀଙ୍କ ହାତରୁ ପାଣିରେ ପହଁରି ପଳାଇଛି । ହରିଶ୍ଚନ୍ଦ୍ର ରାଜା ରାଜ୍ୟହରା ହୋଇ କାଳୁଆଡ଼ମ୍ବର ନୌକର ହୋଇ ଶ୍ମଶାନ ଜଗୁଆଳ ଚାକର ସାଜିଛନ୍ତି । ଅନେକ ଅପମାନ ବଡ଼ ବଡ଼ ରାଜାଙ୍କ ଜୀବନରେ ଭୋଗ ହେବା ଶାସ୍ତ୍ର ଦର୍ଶାଉଛି । ଏଇ ଶ୍ରୀକ୍ଷେତ୍ରର କାହାଣୀରେ ଅଛି ପୁରୁଷୋତ୍ତମ ଦେବ କାଞ୍ଚôରେ ଅପମାନିତ ହୋଇଛନ୍ତି । ହେଲେ ସେ ଭକ୍ତିର ଆଶ୍ରୟରେ ପ୍ରଭୁ ଭରସାରେ ପୁନଃ ଜିତିଛନ୍ତି । କାଞ୍ଚô କନ୍ୟାକୁ ପ୍ରଭୁଙ୍କ ରଥଯାତ୍ରାରେ ଛେରା ପହଁରା ବେଳେ ପତ୍ନୀ ରୂପେ ଲାଭ କରିଛନ୍ତି । ପ୍ରଭୁ ମାନ ଉଦ୍ଧାରଣ କରନ୍ତି । ଦ୍ରୌପଦୀଙ୍କ ମାନ ରକ୍ଷା କୁରୁ ସଭାରେ କରିବା ଶାସ୍ତ୍ର କହୁଛି । କେହି ଗର୍ବ ଅହଙ୍କାର କଲେ ସେ ଅହଙ୍କାରକୁ ପ୍ରଭୁ ଟାଳି ଦିଅନ୍ତି ତେବେ ସେ ଇଛାମୟ ପୁଣି ଇଛା କଲେ ପୁନଃ ପଦବୀରେ ସ୍ଥାପନ କରିପାରନ୍ତି । ଏପରି ଠାକୁରଙ୍କ ଦରବାରରେ ନିଜର ଭୁଲର ପ୍ରାୟଶ୍ଚିତ କରିବା ନିହାତି ଆବଶ୍ୟକ । ଅନେକ ଦର୍ପ ଅହଙ୍କାର ଠାକୁରଙ୍କ ଅସହ୍ୟ ଜାଣି ବି ଲୋକେ ମାନବଙ୍କୁ ହେୟ ମନେ କରିବା ଭୁଲ । ଅନେକ ମାନବ ଶକ୍ତି ହିଁ ମାଧବଙ୍କ ଶକ୍ତି । ଯାହା ଏ ରାଜ୍ୟରେ ବହୁମାନବଙ୍କ ଦ୍ୱାରା ନିତ୍ୟ ଆରାଧନାରେ ଅଛନ୍ତି । ନାରୀଙ୍କର ଗର୍ବ ସମ୍ମାନ ତାଙ୍କର ସ୍ୱାମୀଙ୍କର ସାନ୍ନିଧ୍ୟ ପାଇଁ ହୋଇଥାଏ । ସ୍ୱାମୀହରା ସ୍ତ୍ରୀଲୋକ ବିଧବା, ଦରିଦ୍ର, ଅସହାୟ । ନାରୀର ଯୁଦ୍ଧରେ ବୀରଗତିରେ ସ୍ତ୍ରୀ ଗୌରବାନ୍ୱିତ ସମ୍ମାନିତ ମାତ୍ର କାଳେ ତାଙ୍କ ପ୍ରତି ଅନ୍ୟର ବଳ ତାକୁ ସତୀତ୍ୱରୁ ଟାଳି ଦେବ ଏ ପାଇଁ ସେମାନେ ସ୍ୱାମୀ ସହ ମରଣ ବା ସ୍ୱାମୀଙ୍କର ନିଧନ ଶୁଣୁ ଶୁଣୁ ଆପେ ଆପେ ଟଳି ପଡ଼ନ୍ତି ବି ଅଗ୍ନୀରେ ଝାସ ଦିଅନ୍ତି ବା ଜହରବ୍ରତ କରିଥାନ୍ତି । ଏଥିରୁ ମାନ ସମ୍ମାନ ପ୍ରକୃତରେ ବିଚାର ଦିଗ ଗୁଡ଼ିକ କଳ୍ପନାକୁ ଆସିଥାଏ । ଅୟସ କରଜ କରି ଘର କିଣିବା, କରଜ କରି ଗାଡ଼ି କିଣିବା, କରଜ କରି ଶେଷରେ ନଶୁଝିଲେ ଆସେ ଗୁରୁତର ଅପମାନର ବିଭିନ୍ନ ସ୍ରୋତ । ଦିନିକିଆ ସୌକରୁ କଣ ମିଳେ ଘେରାଉରେ ପଡ଼ିବା ବେଳେ ଚିନ୍ତନରେ ଆସେ । ମିଥ୍ୟାରେ କପଟରେ ଛଳନାରେ ଏକ ପଦବୀରେ ପ୍ରବେଶ କରିବା ପରେ ଧରଗଡ଼ରେ ସାର୍ଟିଫିକେଟ ଯାଞ୍ଚରେ ଧରାପଡ଼ିଲେ ଅବସ୍ଥା ଘାୟଲ ସିଂହ ଚମଡ଼ାରେ ଗଡ଼ ଚଳିଲେ, ଶୃଗାଳ ନୀଳରଙ୍ଗରେ ରଙ୍ଗାଇ ହୋଇଗଲେ ଯେ ଗଧ ଗଧ ନୁହେଁ ବା ଶୃଗାଳ ଶୃଗାଳ ନୁହେଁ ଏକଥା ନିଶ୍ଚେ ଧରାପଡ଼େ । ଶେଷରେ ଅପମାନ ଦଣ୍ଡ ପ୍ରାଣ ହାନି ହିଁ ହୋଇପାରେ । କୃଷ୍ଣସର୍ପ ଫଣାରେ କେତେ ଦିନ ନିଜ ଜାତିଭାଇଙ୍କୁ ମରାଇ ବସିବ, ବନ୍ଧୁ ଭାବିଥିବା କୃଷ୍ଣସର୍ପ ହିଁ ଦିନେ ଅଭାବରୁ ଶେଷ କରିବ ଏକଥା କ'ଣ ସଂସ୍କୃତ ଗଳ୍ପପାଠରୁ ଭୁଲି ଯାଇଛକି? ବେକୁକ ନମ୍ବର ଏକ ଯେ ପର ପାଇଁ ହୁଏ ଟେକ, ଏପରି କେବେ ଭୁଲ କେହି ନକରନ୍ତୁ । ଆମର ବଡ଼ଭାଇ ଅଛନ୍ତି ବଳୁଆ ତାଙ୍କର ବାହୁ ଆଶ୍ରାରେ ଆମେ ସଦା ପାରି ହୋଇପାରିବା ଏ ଆଶା କେହି କରନ୍ତୁନାହିଁ । ଉଦଯୋଗ କରନ୍ତୁ ବୁଦ୍ଧି ପ୍ରୟୋଗ କରି ପ୍ରତିଷ୍ଠିତ ହେବାକୁ ଚେଷ୍ଟା କରନ୍ତୁ । ଶୁଖିଲା ରୁଟି ମୁଢ଼ି ଗଣ୍ଡେ ଖାଇ ବଞ୍ଚନ୍ତୁ କେବେ ପର ପାଇଁ ପଲାଉ ଖେଚେଡ଼ି ପାଇ ବଞ୍ଚôବା ଅଢ଼େଇ ଦିନିଅାଁ କରନ୍ତୁ ନାହିଁ । ଲାଞ୍ଚ ମିଛ ଦୁର୍ନୀତିରେ କେବେ ବଞ୍ଚôବାକୁ ଚେଷ୍ଟା କରନ୍ତୁ ନାହିଁ । ରତ୍ନାକର ଡାକୁ ଦିନେ ଏଇ ମାର୍ଗରେ ଥିଲେ । ବ୍ରହ୍ମା ନାରଦ ତାଙ୍କୁ ଅନେକ ଚେଷ୍ଟାରେ ବାଲ୍ମିକୀ କରିବା ସାଧନାକୁ ଆଣିଥିଲେ । ବ୍ରହ୍ମା ନାରଦ ଏ ଯୁଗରେ କିଏ? ବ୍ରହ୍ମା ହେଉଛନ୍ତି ସୃଷ୍ଟିର ସ୍ଥିର ନିୟମ ମାନ ଆଉ ନାରଦ ହେଉଛନ୍ତି ଚେତେଇ ଦେଉଥିବା ଖବରମାନ । ଯହିଁରେ ଦୋଷ ରହୁଛି ତ୍ରୁଟି ରହୁଛି । ରତ୍ନାକର କିଏ ରତ୍ନ ତ ମୂଲ୍ୟବାନ ସମ୍ପତ୍ତି, ଏଇ ପ୍ରକ୍ରିୟାରେ ଅନ୍ୟାୟ ପଥ ଆପଣେଇବା ବ୍ୟକ୍ତି ବିଶେଷ । ମାନ-ଅପମାନରେ କେବଳ ମାନ ସଦା ମିଳିବା ସମ୍ଭବ ନୁହେଁ ହେଲେ ମାନ ପାଇଁ ଅହରହ ଚେଷ୍ଟା ପରିଶ୍ରମରେ ଅର୍ଜନ ରହିପାରେ ମାତ୍ର ସବୁଥାଇ କୁଚେଷ୍ଟା କ୍ଷଣକରେ ବାରବର୍ଷ ତପ ଶୁଖୁଆ ଝୋଳରେ ଲୁଟ ହୋଇଯାଏ । 
ଅଜୟ କୁମାର ବେହେରା,ମୋ: ୯୪୩୭୦୩୧୨୫୩