ମୃତା ଛାତ୍ରୀଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ

 ଦାନଗଦୀ: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ ଛେଉଣ୍ଡ ଝିଅ ଅର୍ଚ୍ଚିତାର ଜୀବନ । ଝିଅର ଜୀବନ ଚାଲିଗଲା ପରେ ଦୁଖରେ ଭାଙ୍ଗିପଡ଼ିଥିବା ମାଆ କିନ୍ତୁ ମୃତା ଝିଅ ଆଖିରେ ଆଉ ଜଣେ ଦୁନିଆ ଦେଖିବାକୁ କରିଛନ୍ତି ନେତ୍ରଦାନ । ଭୁବନେଶ୍ୱରର ପଟିଆ ସ୍ଥିତ ଏଲଭି ପ୍ରସାଦ ଆଖି ଅନୁଷ୍ଠାନ ଆଖି ବ୍ୟାଙ୍କକୁ ନେତ୍ର ଦାନ କରିଛନ୍ତି । ମା କହିଲେ ମୋ ଝିଅ ତ ଆଉ ଦୁନିଆ ଦେଖି ପାରିବ ନାହିଁ, କିନ୍ତୁ ତା ଆଖିରେ ଆଉଜଣେ ଦୁନିଆ ତ ଦେଖି ପାରିବ ।
ସୂଚନା ଥାଉକି ଗଲା ୩୧ତାରିଖରେ ଧୂଳିଗଡ଼ ଗ୍ରାମର ସଞ୍ଜୟ ବାରିକଙ୍କ ଝିଅ ଶ୍ରୀୟା ପ୍ରିୟଦର୍ଶିନୀ (୧୩) ଓ ଗୋପାଳପୁର ଗାଁର ଅମିତାଭ ବେହେରାଙ୍କ ଝିଅ ଅର୍ଚ୍ଚିତା(୧୪)ସାଇକଲରେ ସ୍କୁଲ ଯାଉଥିବା ବେଳେ ଡୁବୁରୀ ଅଭିମୁଖେ ଯାଉଥିବା ଏକ ହାଇୱା ଦୁଇସାଙ୍ଗଙ୍କୁ ଧକ୍କା ଦେଇଥିଲା । ହାଇୱା ଧକ୍କାରେ ଅର୍ଚ୍ଚିତା (୧୪)ଙ୍କ ମୃତୁ୍ୟ ଘଟିଥିଲା ।