୪ରୁ ୩ ନଳକୂପ ଅଚଳ : ପାଣି ପାଇଁ ହନ୍ତସନ୍ତ ବରପାଳ
ଯଖପୁରା: ପାଇବା ପାଣିର ସୁ-ବନେ୍ଦାବସ୍ତ କରିବା ସରକାରଙ୍କ କର୍ତ୍ତବ୍ୟ । ମେଗା ପାନୀୟ ଜଳ ଯୋଗାଣ ଯୋଜନା ପଦ୍ମ ଘୁଞ୍ଚô ଘୁଞ୍ଚô ଗଲା ପରି ଲାଗୁଛି । ଘରେ ଘରେ ବିଶୁଦ୍ଧ ପାଇବା ପାଇଁ ପହଁଚାଇବା ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହୁଛନ୍ତି । ବସୁଧା ଯୋଜନାରେ ସରକାର ଅନେକ ଗ୍ରାମରେ ପାଇବା ପାଣି ଯୋଗାଇଛନ୍ତି । ମାତ୍ର ତାହା ସଂପୂର୍ଣ୍ଣ ଭାବରେ ପାଣି ଅସୁବିଧାକୁ ଦୂର କରି ପାରିନାହିଁ । ସମସ୍ତ ଗ୍ରାମରେ ତାହା ଉପଲବ୍ଧ ନାହିଁ । ସେହି କ୍ରମରେ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାନତୀରା ପଞ୍ଚାୟତର ବରପାଳ ଗ୍ରାମରେ ପାଇବା ପାଣିର ସମସ୍ୟା ଦେଖାଦେଇଛି । ଗ୍ରାମରେ ପ୍ରାୟ ୪୦ ରୁ ୫୦ ଘର ରହିଛନ୍ତି । ଗ୍ରାମରେ ସମସ୍ତ ପରିବାର ଅନୁନ୍ନତ ପଛୁଆ ବର୍ଗର । ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକମାନେ ବସବାସ କରୁଛନ୍ତି । ସମସ୍ତ ଲୋକ ପଛୁଆ ବର୍ଗର ହୋଇଥିବାରୁ ସମସ୍ତ ପରିବାର ସରକାରୀ ନଳକୂପ ଉପରେ ନିର୍ଭର କରୁଛନ୍ତି । ଗ୍ରାମରେ ଚାରୋଟି ନଳକୂପ ରହିଛି । ଚାରୋଟି ନଳକୂପ ମଧ୍ୟରୁ ତିନୋଟି ନଳକୂପ ଖରାପ ହୋଇଯାଇଛି । ପୁଣିଯେଉଁ ନଳକୂପଟି ଠିକ୍ ରହିଛି ତାର ପାଣି ପାଇବା ଉପଯୁକ୍ତ ନୁହେଁ । ନଳକୂପର ପାଣି ପିଇବା ଯୋଗ୍ୟ ନୁହେଁ । ଫଳରେ ଗ୍ରାମରେ ପାଇବା ପାଣି ପାଇଁ ଅନ୍ୟ କୌଣସି ସୁବିଧା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ପାଇବା ପାଣି ପାଇଁ ନାଳ ପୋଖରୀ ଉପରେ ନିର୍ଭର କରୁଛନ୍ତି । ନାଳ ପାଣିରେ ଗାଧୋଇବା ଓ ପିଇବା ଦ୍ୱାରା ଅନେକ ରୋଗରେ ପୀଡିତ ହେଉଛନ୍ତି । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ନଳକୂପର ମରାମତି ହେଉନାହିଁ । ଫଳରେ ଗ୍ରାମରେ ପାଇବା ପାଣି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଗ୍ରାମର ନଳକୂପକୁ ମରାମତି କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।