କଇଁଫୁଲ ପତ୍ରିକାର ଶିଶୁ କିଶୋର ଉତ୍ସବ

  ବେତନଟୀ  ; ପବିତ୍ର ଶିଶୁ ଦିବସ ଅବସରରେ ବେତନଟୀର ଅଗ୍ରଗାମୀ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘କଇଁଫୁଲ’ର ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖଡିଶୋଳ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଈଶ୍ୱରଚନ୍ଦ୍ର ମହାନ୍ତ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସଭାପତି ବର୍ଷିଆନ କବି ଭାସ୍କର ଚନ୍ଦ୍ର ଦ୍ୱିବେଦୀ, ମୁଖ୍ୟବକ୍ତା ଭାବେ ସାହିତି୍ୟକ ଶରତ ଚନ୍ଦ୍ର ଲେଙ୍କା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଏବଂ ସଂପାଦକ ପର୍ଶୁରାମ ସାହୁ ପ୍ରମୁଖ ମଞ୍ଚାସୀନ ରହି ଓଡିଆ ଭାଷା ଓ ସାହିତ୍ୟ ସମ୍ବନ୍ଧରେ ସାରଗର୍ଭକ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଶୁ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯୋଗ୍ୟ ପ୍ରତିଯୋଗୀ ପାଞ୍ଚ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।