ପଞ୍ଚାୟତରେ ବନ୍ଦିତାଙ୍କ ପ୍ରଚାର


 ଯାଜପୁର: କଂଗ୍ରେସ କୋରେଇ ବିଧାନସଭା ପ୍ରାର୍ଥିନୀ ବନ୍ଦିତା ପରିଡ଼ା ପଞ୍ଚାୟତରେ ପ୍ରଚାରକୁ ଯୋରଦାର କରିଛନ୍ତି । ପ୍ରତ୍ୟେକ ଦିନ ପଞ୍ଚାୟତଗସ୍ତ କାର୍ଯ୍ୟକ୍ରମ କରି ଭୋଟରଙ୍କୁ ଭେୁଛନ୍ତି । ଗତକାଲି ସନ୍ଧ୍ୟାରେ ବନ୍ଦିତା କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ପଞ୍ଚାୟତକୁ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ । ବନ୍ଦିତାଙ୍କ ସହ କୋରେଇ ବ୍ଲକ ସଭାପତି ଅକ୍ଷୟ ଜେନା, ବ୍ୟାସନଗର ପୂର୍ବତନ ଉପ ନଗରପାଳ ନିର୍ମଳା ମଲ୍ଲିକ, ନଗରସଭାନେତ୍ରୀ ଜ୍ୟୋତିସ୍ମିତା ରାଉତ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ପ୍ରଣତି ରାଉତ, ଯୁବ କଂଗ୍ରେସ ସଭାପତି ରବିପ୍ରକାଶ ନାୟକ, ବଳରାମ ମଲ୍ଲିକ ସହ ବହୁ କଂଗ୍ରେସ କର୍ମୀ ଘର ଘର ବୁଲି କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଅଣ କଂଗ୍ରେସ ଗଡ଼ କୋରେଇ ଅଦ୍ୟାବଧି ଅବହେଳିତ । ପଡୋଶୀ ନିର୍ବାଚନୀମଣ୍ଡଳୀ ଠାରୁ ବିକାଶରେ ବହୁ ପଛରେ, ଏଠାରୁ ମେଡିକାଲ କଲେଜ, ସରକାରୀ ଅଫିସ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଗଲା ପଦଟିଏ ସ୍ୱର ଉତ୍ତଳନ କଲେ ନାହିଁ ମୋ ପ୍ରତିଦ୍ୱନ୍ଦୀ ଦ୍ୱୟ । ବିଜେଡି ଓÿ ବିଜେପି କୋରେଇ ବିକାଶରେ ବାଧକ ସାଜିଛନ୍ତି । ମାଅ, ମାଟି ଓÿ ସ୍ୱାଭିମାନ ମିଥ୍ୟା କଥା କହି ଭୋଟ ହାତେଇବା ପ୍ରୟାସକୁ କୋରେଇ ବାସୀ ଉଚିତ ଜବାବ  ଦେବାକୁ ବନ୍ଦିତା ଭୋଟରଙ୍କୁ ନିବେଦନ କରିଥିଲେ ।