ଅସରାଏ ବର୍ଷାରେ ପାଣିକୋଇଲି ଟ୍ରାଫିକ ଉପରେ ଆଣ୍ଠୁଏ ପାଣି
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ଯାଜପୁର ଜିଲାର ମଧ୍ୟମ ସ୍ଥଳ ପାଣିକୋଇଲି ବଜାର ଟ୍ରାଫିକ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି । ଜିଲାର ଏକ ପ୍ରମୁଖ ସ୍ଥାନ ପାଣିକୋଲି ହୋଇଥିବା ବେଳେ ଯାତ୍ରୀ ମାନଙ୍କର ଯିବାଆସିବାରେ ସୁବିଧା ହେଉଥିବା ହେତୁ ଯାତ୍ରୀଙ୍କ ଭିଡ଼ ଲାଗିରହିଥାଏ । କିନ୍ତୁ ବର୍ଷା ଦିନ ଆସିଲେ ଯାତ୍ରୀମାନଙ୍କୁ ନାହିଁ ନଥିବା ହାଇରାଣ ହେବାକୁ ପଡ଼ିଥାଏ । ବିଶେଷ କରି ଅସରାଏ ବର୍ଷା ହେଲେ ଟ୍ରାଫିକ ଉପରେ ସୁଅ ଚାଲେ । ଯିବାଆସିବାରେ ଅସୁବିଧା ଉପୁଜେ । ଟ୍ରାଫିକର ତଳେ ତଳେ ଲକ୍ଷାଧିକ ଟଙ୍କାରେ ଏକ ପାଣିଯିବାପାଇଁ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିବା ପରେ ବି ରାସ୍ତା ଉପରେ ଆଣ୍ଠୁଏ ପାଣି ତାହା ପାସ କରିପାରୁନାହିଁ । ଡ୍ରେନେଜ ପୋତି ହୋଇ ଗଲାଣି । ଯାହା ଫଳରେ ପାଣି ଯିବା କଷ୍ଟ ସାଧ୍ୟ ହେଉଛି । ଅସରାଏ ବର୍ଷା ହେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଣି ଜମୁଛି । ପାଣିକୋଇଲିର ଟ୍ରାଫିକ ଉପରେ ଯଦି ପାଣିର ସୁଅ ଚାଲେ ତାହେଲେ ସେଇବାଟ ଦେଇ ନେତା ଠୁ ମନ୍ତ୍ରୀ ପର୍ଯ୍ୟନ୍ତ ଯିବାଆସିବା କରୁଛନ୍ତି ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ନିହାତି ଦରକାର ।