ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ
ପାଣିକୋଇଲି: ପାଣିକୋଇଲିର ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ କୋରେଇ ବିଧାୟକ ଆକଶ ଦାସନାୟକ, ଜିଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, କୋରେଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା ଓ ସମିତିସଭ୍ୟା ସୁଜାତା ଘଡ଼ାଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରେମେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ପ୍ରତାପ ଚନ୍ଦ୍ର ପହୀ ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ, ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଇତିଶ୍ରୀ ସୁଚରିତା ଲେଙ୍କା ବିବରଣୀ ପାଠ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ସ୍ୱାଗତ ନୃତ କରାଯାଇଥିଲା । ବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥ୍ୱ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, କାହ୍ନୁ ଚରଣ ନାୟକ, ପ୍ରକାଶ କୁମାର ବିଶ୍ୱାଳ, ସେକ ତାହୁର, ସୁରେନ୍ଦ୍ର ସାହ. ପଙ୍କଜ କୁମାର ସାହୁ, ପ୍ରମୋଦ କୁମାର ମିଶ୍ର ଓ ଶିକ୍ଷୟତ୍ରୀ ଅମ୍ବିକା ନନ୍ଦ, କଳ୍ପନା ପଣ୍ଡା, ମାନିନୀ ଦାସ, ରୋଜାଲିନ ବାହାଲିଆ, ଲିମା ମହାନ୍ତି, ରଶ୍ମୀରେଖା ପାତ୍ର, ବିନିତା ବେହେରା, ଆଶାଲତା ସିଂ, ସୁଧାଂଶୁବାଳା ଦାସ, ପ୍ରୀୟଦର୍ଶିନୀ ବିଶ୍ୱାଳ, ରୀତାରାଣୀ ପାଢୀ, ପ୍ରିୟଙ୍କା ମଲ୍ଲିକ, ଦିପ୍ତୀମୟୀ ମଲ୍ଲିକ, ହେନାରାଣୀ ଦେହୁରୀ, ଶୁଭଶ୍ରୀ ମଲ୍ଲିକ, ଅର୍ଚ୍ଚନା ମହାନ୍ତି, ଓ କର୍ମଚାରୀ ସୁକାନ୍ତ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।