ଶ୍ରଦ୍ଧାଳୁଙ୍କ ସହିତ ଖେଳୁଛି ବିଜେପି


ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର,: ବାବା ବରୁଣେଶ୍ୱର ହେଉଛନ୍ତି ସମଗ୍ର ବିଞ୍ଝାରପୁର ବାସୀଙ୍କ ଆରାଧ୍ୟ ଦେବତା । ବରୁଣେଶ୍ୱର କ୍ଷେତ୍ରର ବିକାଶ ପାଇଁ ବିଞ୍ଝାରପୁର ଅଞ୍ଚଳବାସୀଙ୍କ ସମେତ ବିଧାୟିକା ପ୍ରମିଳା ମଲ୍ଲିକ ଅନବରତ ପ୍ରୟାସ କରିଆସିଛନ୍ତି । ପୂର୍ବର ବିଜେଡି ସରକାର ଏହି ପୀଠର ଉନ୍ନତିକରଣ ପାଇଁ ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କା ମଞ୍ଜୁର କରିଥିବା ବେଳେ ନିକଟରେ ବିଜେପି ନେତ୍ରୀ ବବିତା ମଲ୍ଲିକ ମଞ୍ଜୁର ହୋଇଥିବା ଅର୍ଥ ଫେରିଯିବା ଏବଂ ସ୍ଥାନୀୟ ବିଧାୟିକାଙ୍କ ପିସି ଭାଗ ନେଇ ରଖିଥିବା ମତ ବିଭ୍ରାନ୍ତିକରଣ ଛଡ଼ା ଆଉକିଛି ନୁହେଁ । ବିଞ୍ଝାରପୁର ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି । କୌଣସି ଉପଯୁକ୍ତ ତଥ୍ୟ ନଥାଇ ଲୋକଙ୍କୁ ବିଜେପି ଭ୍ରମିତ କରିବା ସହିତ ବିଞ୍ଝାରପୁର ବିକାଶରେ ବାଧକ ସାଜୁଥିବା ଏବଂ ଆରାଧ୍ୟ ଦେବତା ବରୁଣେଶ୍ୱରଙ୍କ ଉନ୍ନତିକରଣ କାର୍ଯ୍ୟକୁ ନେଇ ଭକ୍ତଙ୍କ ଭାବାବେଗ ସହିତ ଖେଳୁଥିବା କହିବା ସହ ବିଞ୍ଝାରପୁର ବିଜୁ ଜନତା ଦଳର ସଭାପତି ନନ୍ଦ କିଶୋର ସାମଲ ବବିତାଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁ ବ୍ୟକ୍ତି ଦିନେ ବରୁଣେଶ୍ୱରଙ୍କ ଉନ୍ନତି କଥା ଚିନ୍ତା କରନ୍ତି ନାହିଁ ତାଙ୍କର କୈାଣସି ଅଧିକାର ନାହିଁ ଭକ୍ତଙ୍କ ଭାବବେଗକୁ ନେଇ ଖେଳିବାର । ଯଦି ସେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରନ୍ତେ ଭଲ ହୁଅନ୍ତା ବୋଲି ନନ୍ଦ କିଶୋର ପ୍ରକାଶ କରିଛନ୍ତି । ବିଜେପି ବରୁଣେଶ୍ୱର ମନ୍ଦିରର ଉନ୍ନତି କରଣରେ ରୋକ୍ ଲଗାଇବା ପାଇଁ ଯେତେ ଚକ୍ରାନ୍ତ କଲେ କିମ୍ବା ବିଧାୟିକା ପ୍ରମିଳାଙ୍କୁ ମିଥ୍ୟା ସମାଲୋଚନା କଲେ ମଧ୍ୟ ଆରାଧ୍ୟ ଦେବତା ବାବା ବରୁଣେଶ୍ୱରଙ୍କ ଉନ୍ନତିପାଇଁ ପ୍ରମିଳା ମଲ୍ଲିକ ସର୍ବଦା ଆଗଭର ରହିବେ ବୋଲି ବିଜେଡି କହିଛି । ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ ଉପସ୍ଥିତ ରହି ମଞ୍ଜୁର ହୋଇଥିବା ଅର୍ଥ ଫେରିଯାଇ ନାହିଁ । ଏହାକୁ କୌଣସି ସରକାର ଚାହିଁଲେ ମଧ୍ୟ ଫେରାଇ ନେଇ ପାରିବ ନାହଁ । ଠିକାସଂସ୍ଥା ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ସେ କହିବା ସହିତ ବିଜେପିକୁ କଡା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରେଇ ସରପଞ୍ଚ ସ୍ମୃତି ସମିକ୍ଷା ମଲ୍ଲିକ, ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ, ଶାସନ୍ଦା ସରପଞ୍ଚ କାମଦେବ ଧଳ, ଘଣ୍ଟିଆଳି ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଧଳ, ଯୁବ ସମାଜସେବୀ ସରୋଜ ସାମଲ, ହେମେନ୍ଦ୍ର ସାମଲ, ଧ୍ରୁବ ଚରଣ ସେଠୀ, ଶୁଭେନ୍ଦୁ ସାମଲ, ପ୍ରଦୀପ ମଲ୍ଲିକ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।