ବିଏଚୟୁ ଛାତ୍ରୀଛାତ୍ର ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ
ବାରାଣସୀ: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି।
କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରୀଛାତ୍ର ଏବଂ ଓଡିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଉରା ମୂଳରେ ସୁନ୍ଦର ମୁରୁଜ ପକାଇବା ସହିତ ପାରମ୍ପରିକ ରୀତିରେ ପୂଜା କରିଥିଲେଏବଂ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି କୃଷିବିଜ୍ଞାନ ଗବେଷଣା କ୍ଷେତ୍ରସ୍ଥିତ ପୁଷ୍କରିଣୀରେ ଭସାଇ ଓଡିଶାର ଗୌରବମୟ ସାମୁଦ୍ରିକ ଇତିହାସକୁ ସ୍ମରଣ କରିଥିଲେ।ବନ୍ଦାପନା କରାଯାଇଥିବା ସୁନ୍ଦର ବୋଇତର ଡିଜାଇନ ଅନିର୍ମାଣ, ବିନୀତ, ଅଙ୍କିତା, ବୈଷ୍ଣବୀ, ସୌମ୍ୟ, ବିକାଶ, ନିମାଇଁ, ଅଭିନନ୍ଦନ, ନିହାରିକା, ଅନ୍ବେଷା, ସୋନାଲି, ରିତିକ, ପ୍ରତୀକ, ହରିଶଙ୍କର ଏବଂ ମନୋଜ ଦ୍ୱାରା ନିର୍ମିତ ହୋଇଥିଲା, ଯାହା ସେମାନଙ୍କର କଳାତ୍ମକ ଶକ୍ତି ପ୍ରଦର୍ଶନ କରିଥିଲା।ବି.ଏଚ.ୟୁରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ଓଡିଆ ଅଧ୍ୟାପକ ଏବଂ ଛାତ୍ରୀଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ବାରାଣସୀରେ ଓଡିଆ ସମ୍ପ୍ରଦାୟର ଏକତାକୁ ଦର୍ଶାଇଥିଲେ।