ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ

ାା ପ୍ରଭାନୁ୍ୟଜ୍ାା ଜଟଣୀ: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଶ୍ରମିକ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନରେ ବିପୁଳ ବିଜୟ ପାଈଁ ବାଜା ବାଣ ଫୁଟାଯାଇ ଶ୍ରମିକ କଂଗ୍ରେସ କର୍ମକର୍ତ୍ତା ଉସôବ ମନାଇଛନ୍ତି । ଖବର ଅନୁସାରେ ଅବିଭକ୍ତ ଦ:ପୁ ରେଳପଥ ଅଧୀନ ତିନୋଟି ଜୋନ ଯଥା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ସମେତ ମେଟ୍ରୋ ଲାଇନ ଅଧୀନରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ ଅର୍ବାନ କୋ ଅପରେଟିଭ ଶୋଷାଇଟ ବ୍ୟାଙ୍କର ନିର୍ବାଚନ ଦିର୍ଘ ୧୪ ବର୍ଷ ପରେ ଗତ ଜୁଲାଇ ମାସରେ ଡେଲିଗେଟ୍ ନିର୍ବାଚନ କରାଯାଇ ବିଭିନ୍ନ ସଙ୍ଗଠନ ଓ ଆସୋସିଏସନ୍ ସମର୍ଥିତ ୬୯୧ ଜଣ ବିଜୟୀ ପାର୍ଥିଙ୍କ ତାଲିକା ପ୍ରକାଶ ପାଇଥିଲା । ତଦନୁସାରେ ଶନିବାର ୧୯ ଟି ଡାଇରେକ୍ଟର ପଦବୀ ନିର୍ବାଚନ ନିମନ୍ତେ ଦପୁ ରେଳପଥ ମୁଖ୍ୟ କାର୍ଯ୍ୟାଳୟ କଲିକତା ସ୍ଥିତ ଗାର୍ଡେନ ରିଚ୍ ଠାରେ ଏକାଠି ହୋଇଥିଲେ । ପୂର୍ବାହ୍ନ ଆଠଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ମଧ୍ୟାହ୍ନ ତିନିଟାରେ ସରିଥିଲା । ସନ୍ଧ୍ୟା ଚାରିଟାରୁ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତିରେ ଫଳାଫଳ ଘୋଷଣା କରାଯାଇଥିଲା । ୧୯ ଟି ଡାଇରେକ୍ଟର ପଦବୀରୁ ଏନ ଏଫ୍ ଆଇ ଆର୍, କଂଗ୍ରେସ ଗଠବନ୍ଧନ ୧୬ ଟିରେ ବିଜୟୀ ହେଇଥିବା ଏ ଆଇ ଆର୍ ଏଫ୍ ବାମ ପନ୍ଥି ୟୁନିଅନ ଗଠବନ୍ଧନ ମାତ୍ର ତିନୋଟି ଆସନରେ ବିଜୟୀ ଘୋଷିତ ହୋଇଥିଲେ । ପ୍ରକାଶ ଥାଉକି ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଲାଲ୍ ଗଡ଼କୁ ଧ୍ୱଂସ କରି କ୍ଷମତା ଚୁକ୍ତ କରିବାକୁ ଚଳିତ ନିର୍ବାଚନରେ ଏନ୍ ଏଫ୍ ଆଇ ଆର୍ ରଣ କୌଶଳ ଆପଣେଇ ଥିଲା । ଚଳିତ ନିର୍ବାଚନରେ ଦୁଇ ପ୍ରମୁଖ ସଙ୍ଗଠନକୁ ଏକକ ସଂଖ୍ୟା ଗରିଷ୍ଠତା ମିଳି ନଥିବାରୁ ଉଭୟ ସଙ୍ଗଠନ ବିଭିନ୍ନ ଆସୋସିଏସନ୍ ସହିତ ଯୋଗାଯୋଗ କରିଥିଲେ । ଏନ୍ ଏଫ୍ ଆଇ ଆର୍ ତରଫରୁ ପୂର୍ବତଟ ରେଳପଥ ଶ୍ରମିକ୍ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ତିନୋଟି ଜୋନର କନଭେନର ଭାବେ ବିଭିନ୍ନ ଆସୋସିଏସନ୍ ସହିତ ଆସନ ବୁଝାମଣା କରି ନିର୍ବାଚନକୁ ଓହ୍ଲାଇଥିବା ବେଳେ ଏ ଆଇ ଆର୍ ଏଫ୍ ତରଫରୁ ତିନି ଜୋନର କନଭେନାର୍ ଭାବେ ଶ୍ରମିକ ୟୁମିଅନ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀ ବିଭିନ୍ନ ଆସୋସିଏସନ୍ ସହିତ ଯୋଗାଯୋଗ କରି କ୍ଷମତାକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇ ଦେଇଥିଲେ । ଶ୍ରମିକ କଂଗ୍ରେସ ତରଫରୁ ବାରମ୍ବାର ଅର୍ବାନ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଓ ଅନିୟମିତତା ଉପରେ ଅଭିଯୋଗ ଆଣିବା ଏବଂ ଖୋର୍ଦ୍ଧାରୋଡ଼ ପୁର୍ବତନ ଡାଇରେକ୍ଟରଙ୍କ ଅଂଶୀଦାର ଓ ପଦବୀରୁ ଓହରି ଯିବା, ନୂଆ ପରିଷଦ ଗଠନ ପରେ ଡିଭିଡେଣ୍ଟ ଦିଆଯିବ କହି ଆଗୁଆ ଦେବା ଭଳି ଅନେକ  ଅନିୟମିତତା  ଅଭିଯୋଗର ସତ୍ୟତା ଅନୁଭବ କରି ଭାରତୀୟ ଲୋକ ରନିଂ ଷ୍ଟାଫ ଆସୋସିଏସନ୍, ଗାର୍ଡ କାଉନସିଲ୍, ଟ୍ରାକ ମେଣ୍ଟେନର ଆସୋସିଏସନ୍ ର ଡେଲିଗେଟ୍ ମାନେ ଆଉ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ଶପଥ ନେଇଥିଲେ । ଅପରପକ୍ଷେ ବ୍ୟାଙ୍କକୁ କମ୍ପୁ୍ୟଟରି କରଣ ହେବା ସହିତ ଲୋନ୍ ଅର୍ଥ ବଢିବା , କୌଣସି ଅଘଟଣ ପାଇଁ ବିମା ସୁବିଧା ଅନଲାଇନ୍ ରେ ସମସ୍ତ କାରବାର ସମେତ ଏକ ଦୁର୍ନୀତି ମୁକ୍ତ ପ୍ରଶାସନ ଦେବୁ ବୋଲି ସାଧାରଣ ସମ୍ପାଦକ ଶ୍ରୀ ସାହୁ କରିଥିଲେ । ଘୋଷଣା ପତ୍ର ଅନୁଯାୟୀ ସମସ୍ତ ଅଂଶୀଦାର ମାନଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ତଥା ମିଡ଼ିଆ ସେଲ ମୁଖ୍ୟ ଏଲ୍ ଡି ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।