ସିଡ଼ିଏସ ମାନିଲେ... ‘ଜେଟ୍ କ୍ଷତିଗ୍ରସ୍ତ'

ନୂଆଦିଲ୍ଲୀ : ଭାରତ-ପାକ୍ ଲଢ଼େଇ ବେଳେ ଭାରତର ମଧ୍ୟ କେତେକ ଜେଟ୍ କ୍ଷତିଗ୍ରସ୍ତ ହୋଇଛି  । ପ୍ରଥମ ଥର ପାଇଁ ସିଡ଼ିଏସ ଅନୀଲ ଚୌହ୍ୱାନ ଏହା ସ୍ୱୀକାର କରିଛନ୍ତି  । ତେବେ ଭୁଲରୁ ଆମେ ଶିଖିଛୁ ବୋଲି ସେ କହିଛନ୍ତି  ।
ଏକ ସାକ୍ଷାତକାରରେ ସିଡ଼ିଏସ କହିଛନ୍ତିଯେ, କେତୋଟି ଜେଟ୍ କ୍ଷତିଗ୍ରସ୍ତ ହେଲା ତାହା ବଡ଼ କଥା ନୁହେଁ  । କିନ୍ତୁ କାହିଁକି ହେଲା ତାହା ଗୁରୁତ୍ୱପୂର୍ଣ୍ଣ  । ଆମେ ଭୁଲରୁ ଶିଖିଲୁ ଓ ସୁଧାରିଦେଲୁ  । ଯାହାକି ପରବର୍ତ୍ତୀ ଆକ୍ରମଣ ବେଳେ ଠିକ ଠାକ ହୋଇପାରିଥିଲା  । ଦୁଇଦିନ ପରେ ପୁଣି ଯେତେବେଳେ ପାକ୍ ଉପରେ ଆକ୍ରମଣ ହେଲା ଦୂରରୁ ମଧ୍ୟ ଠିକ୍ରେ ଟାର୍ଗେଟ୍ ହୋଇଥିଲା । ତେବେ ପାକିସ୍ତାନ ୪ଟି ରାଫେଲ୍ ସହ ୬ଟି ଜେଟ୍ ଧ୍ୱଂସ କରିଛି ବୋଲି ଯେଉଁ ଦାବି କରିଛି ତାହାକୁ ସିଡ଼ିଏସ ଶ୍ରୀ ଚୌହ୍ୱାନ ଖଣ୍ଡନ କରିଛନ୍ତି  । ସୂଚନାଯୋଗ୍ୟଯେ, ଭାରତ-ପାକ୍ ଲଢ଼େଇ ବେଳଠାରୁ ଭାରତର କେତେ ଜେଟ୍ କ୍ଷତିଗ୍ରସ୍ତ ହୋଇଛି ସେନେଇ ବିରୋଧୀ ବାରବାର ଜବାବ ମାଗି ଆସୁଛନ୍ତି  । କିନ୍ତୁ ଜେଟ୍ କ୍ଷତିଗ୍ରସ୍ତ ହୋଇଥିବା ନେଇ କିଛି ସ୍ପଷ୍ଟ କରାଯାଇନଥିଲା  । ତେବେ ଆଜି ସିଡ଼ିଏସ ଏହା ସ୍ୱୀକାର କରିବା ପରେ ବିରୋଧୀ ରାଜନୀତି ଆରମ୍ଭ କରିଦେଇଛନ୍ତି  । ଭାରତ-ପାକ୍ ଲଢ଼େଇରେ ପାକିସ୍ତାନର ବହୁ ସାମରିକ ଘାଟି, ଏୟାର ବେସ୍ କ୍ଷତିଗ୍ରସ୍ତ ହୋଇଛି  । ଅନେକ ଚାଇନା ଜେଟ୍ ବି ଧ୍ୱଂସ ହୋଇଯାଇଛି  । ଶହ ଶହ ଡ୍ରୋନ୍ ବି ପାଉଁଶ ହୋଇଯାଇଛି  ।