ଓଡ଼ିଶାରେ ଏବର୍ଷର ପ୍ରଥମ କରୋନା ମୃତୁ୍ୟ!
ନୂଆଦିଲ୍ଲୀ : ଦେଶରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଯାବତ୍ ୩୪ ଶହ ସକ୍ରିୟ କରୋନା ମାମଲା ରହିଛି । ସେପଟେ ଗତ ଚବିଶ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୪ ଜଣ ମୃତୁ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି ।
ତଥ୍ୟ ଅନୁଯାୟୀ, କେରଳରେ ସର୍ବାଧିକ ସକ୍ରିୟ ମାମଲା ସଂଖ୍ୟା ୧୩୩୬ ଥିବାବେଳେ ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫, ଗୁଜୁରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫ ଓ ଉତ୍ତରପ୍ରଦେଶରେ ୧୧୭ଟି ସକ୍ରିୟ ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଦିନ କରୋନା ସ୍ଥିତି ନେଇ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଯେଉଁ ଭାରିଆଣ୍ଟ ରହିଛି ତାହା କମ୍ ସଂକ୍ରମଣଜନକ । ଅଧିକାଂଶ କରୋନା ଆକ୍ରାନ୍ତ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।