ଲକ୍ଷପତି ଦିଦି ସମ୍ମିଳନୀ ଉଦ୍ୟାପିତ : ଓଏନ୍ଡିସି-ଇଣ୍ଡସ୍ ଟ୍ରି ଫାଉଣ୍ଡେସନ୍ ମଧ୍ୟରେ ଚୁକ୍ତି

 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲୋକ ସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗତକାଲି ଉଦ୍ଘାଟିତ ହୋଇଥିବା ଲକ୍ଷପତି ଦିଦି ସମ୍ମିଳନୀ ଆଜି ଉଦ୍ୟାପିତ ହୋଇଛି । ଏହି ଐତିହାସିକ ଅବସରରେ ଓଡ଼ିଶାର ୧୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଆୟ ହାସଲ କରିବାର ଅଭୂତପୂର୍ବ ସଫଳତା ପ୍ରଦର୍ଶିତ ହୋଇଛି । ସମ୍ମିଳନୀରେ ଦେଶର କୋଣ ଅନୁକୋଣ ତଥା ଓଡ଼ିଶାର ୩୦୦ ରୁ ଅଧିକ ସଫଳ ଲକ୍ଷପତି ଦିଦି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ସମଗ୍ର ଭାରତରୁ ଆସିଥିବା ଗଣ୍ୟମାନ୍ୟ ବ୍ୟକ୍ତି, ସଂସ୍ଥାଗତ ସହଯୋଗୀ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତା ଏକତ୍ରିତ ହୋଇ ମହିଳା ସଶକ୍ତିକରଣର ଏହି ମହୋସôବକୁ ସଫଳ କରିଥିଲେ ।
ଦିନର ଦ୍ୱିତୀୟାର୍ଦ୍ଧରେ ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ଓଡ଼ିଶାର ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ପ୍ରତିନିଧିମାନେ ମହିଳା ସଶକ୍ତିକରଣ ଦିଗରେ ଶ୍ରେଷ୍ଠ ଅଭ୍ୟାସ ସମ୍ବନ୍ଧରେ ଉପସ୍ଥାପନା ରଖିଥିଲେ । ଏହି ଅବସରରେ ଡିଜିଟାଲ ବଜାର ପ୍ରବେଶ ଓ ସ୍ଥାୟୀ ଜୀବିକା ସମ୍ପ୍ରସାରଣ ଲକ୍ଷ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନ୍ଡିସି) ଏବଂ ଇଣ୍ଡସ୍ଟ୍ରି ଫାଉଣ୍ଡେସନ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ମିଶନ ଶକ୍ତି ବିଭାଗର ନିଦେ୍ର୍ଦଶିକା ଡଃ ମୋନିକା ପ୍ରିୟଦର୍ଶିନୀଙ୍କ ଦ୍ୱାରା ବିଭିନ୍ନ ଅଂଶଗ୍ରହଣକାରୀ ରାଜ୍ୟର ପ୍ରତିନିଧିଙ୍କୁ ବିଶେଷ ସ୍ମାରକ ପ୍ରଦାନ କରାଯାଇଥିଲା । ଆଜି ଦ୍ୱିତୀୟ ଦିବସରେ ସମଗ୍ର ଦେଶରୁ ଆସିଥିବା ଲକ୍ଷପତି ଦିଦି ଓ ବରିଷ୍ଠ ଅଧିକାରୀମାନେ ପୁରୀ ଜିଲ୍ଲା ପ୍ରଶାସନର ବିଶେଷ ବ୍ୟବସ୍ଥାରେ ଜଗନ୍ନାଥ ଧାମକୁ ଯାତ୍ରା କରିଥିଲେ ।