୧୯ ଘଣ୍ଟା ପରେ ବିଧାୟକଙ୍କୁ ଛାଡ଼ିଲା ପୋଲିସ

୧୯ ଘଣ୍ଟା ପରେ ବିଧାୟକଙ୍କୁ ଛାଡ଼ିଲା ପୋଲିସ

 ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ପୋଲିସ ଛାଡ଼ିଲା । ଉପ ଜିଲାପାଳ, ଅତିରିକ୍ତ ଏସ୍‌ପି ଏବଂ ଏସଡିପିଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ  ପୋଲିସ ଛାଡ଼ିଲା । ଆସନ୍ତା ୬ ତାରିଖ ଜିଲା ପ୍ରଶାସନ, ପୋଲିସ, ଗ୍ରାମବାସୀ ଏବଂ ବିଧାୟକଙ୍କ ମଧ୍ୟରେ ଆଲୋଚନା ହେବ । ଆଲୋଚନା ଶେଷ ନିଷ୍ପତ୍ତି ନିଆଯିବ। ସେତିକି ଯାଏଁ  ସାଇଡିଂ ବନ୍ଦ ରହିବ । ଅନ୍ୟପକ୍ଷେ ସାଇଡିଂକୁ କୋଇଲା ପରିବହନ। ଶୂକ୍ରବାର ଧାରଣାସ୍ଥଳରୁ ବିଧାୟକଙ୍କ ସମେତ ୬୬ ଗ୍ରାମବାସୀଙ୍କୁ ଉଠାଇ ଆଣି  ପୋଲିସ ଅଟକ ରଖିଥିଲା । ହେମଗିରି ବରପାଲି ରେଳ ସାଇଡିଂ କୋଇଲା ପରିବହନକୁ ବିରୋଧକରି ଦୀର୍ଘ ଚାରିମାସ  ବିଧାୟକ ଏବଂ ସ୍ଥାନୀୟ ଗ୍ରାମବାସୀ ଧାରଣାରେ ବସିଥିଲେ  ।