ଓଡ଼ିଶା ବିଧାନସଭା କିଛି ତଥ୍ୟ

୧. ୧୯୩୭ ମସିହା ଫେବୃଆରୀ ୩ରେ ପ୍ରାଦେଶିକ ଓଡ଼ିଶା ବିଧାନସଭାର ସୃଷ୍ଟି ହୋଇଥିଲା । ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫ ଅନୁଯାୟୀ ଏହା ଗଠନ କରାଯାଇଥିଲା । ସେତେବେଳେ ବିଧାନସଭାର ଆସନ ସଂଖ୍ୟା ଥିଲା ୬୦ । ସେଥିମଧ୍ୟରୁ ୫୬ ଜଣ ନିର୍ବାଚିତ ଓ ୪ ଜଣ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାର ବ୍ୟବସ୍ଥା ରହିଥିଲା ।
୨. ୧୯୪୬ରେ ଆଡ଼ମିନିଷ୍ଟ୍ରେସନ ଅଫ ଓଡ଼ିଶା ଅର୍ଡ଼ର ଅନୁଯାୟୀ ଦ୍ୱିତୀୟ ପ୍ରାଦେଶିକ ଓଡ଼ିଶା ବିଧାନସଭା ଗଠିତ ହୋଇଥିଲା । ଓଡ଼ିଶା ପ୍ରଦେଶ ସହିତ ୨୪ଟି ଗଡ଼ଜାତର ମିଶ୍ରଣ ହୋଇଥିଲା । ଫଳରେ ଗଡ଼ଜାତରୁ ୩୧ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଏହାଦ୍ୱାରା ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୯୧ରେ ପହଁଚିଥିଲା ।
୩. ୧୯୫୦ ମସିହା ଜାନୁଆରୀ ୨୬ରେ ପ୍ରଥମ ଓଡ଼ିଶା ବିଧାନସଭା ଗଠନ କରାଯାଇଥିଲା । ସେତେବେଳେ ଗୃହର ସଭ୍ୟ ସଂଖ୍ୟା ୧୪୦ ରହିଥିଲା । ଏହାର ୨୪ ବର୍ଷ ପରେ ବିଧାନସଭାର ସଭ୍ୟ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିଲା ।
୪. ୧୯୬୧ ମସିହାରେ ନୂତନ ବିଧାନସଭା ଗୃହର ନିର୍ମାଣ କରାଯାଇଥିଲା । ୪୬ ହଜାର ବର୍ଗଫୁଟ ବିଶିଷ୍ଟ ଏହି ନୂତନ ସୌଧ ନିର୍ମାଣ ପାଇଁ ସେତେବେଳେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ତକôାଳୀନ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ୧୯୬୧ ମସିହା ଫେବୃଆରୀ ୧୨ରେ ଏହାର ଉଦଘାଟନ କରିଥିଲେ ।
୫. ବିଧାନସଭା ସଚିବାଳୟ ନିର୍ମାଣ ପୂର୍ବରୁ ଏହାର ସମ୍ମୁଖ ଭାଗରେ ଏକ ପାର୍କ ରହିଥିଲା । ଯେଉଁ ପାର୍କର ନାଁ ଥିଲା ‘ଗାନ୍ଧୀ ମେମୋରିଆଲ ପାର୍କ’ । ପରେ ଏହି ପାର୍କକୁ ବିଧାନସଭାର ସଚିବାଳୟ ହତା ସହ ମିଶାଇ ଦିଆଯାଇଥିଲା । ଫଳରେ ଗାନ୍ଧୀ ପ୍ରତିମୂର୍ତ୍ତି ବିଧାନସଭାର ଅନ୍ତର୍ଭୁକ୍ତ ହୋଇଥିଲା ।
୬. ବିଧାନସଭା ପରିସରରେ ମହାତ୍ମାଗାନ୍ଧୀ, ଉକôଳଗୌରବ ମଧୁସୂଦନ ଦାସ, ଉକôଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଡକ୍ଟର ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ରହିଛି ।
୭. ବିଧାନସଭା ପରିସରରେ ସଭାଗୃହ ସହିତ ଲବି ରହିଛି । ସେହିପରି ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଦଳୀୟ ଚାମ୍ବର, ମନ୍ତ୍ରୀଙ୍କ ଚାମ୍ବର ଆଦି ଅଛି । ବିଧାନସଭାର ଅତ୍ୟାଧୁନିକ ଲାଇବ୍ରେରୀରେ ବିଧାୟକମାନଙ୍କ ପାଇଁ ପଢ଼ିବାର ମଧ୍ୟ ବ୍ୟବସ୍ଥା ରହିଛି ।
୮. ବିଧାନସଭା ସୌଧରେ ଅଫିସର ଗ୍ୟାଲେରୀ, ସ୍ପିକର ଗ୍ୟାଲେରୀ, ପ୍ରେସ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀ ଓ ଭିଆଇପି ଗ୍ୟାଲେରୀ ଅଛି ।
ରାମଚଣ୍ଡୀ ପ୍ରସାଦ ରଣସିଂହଙ୍କ ଅପ୍ରକାଶିତ ପାଣ୍ଡୁଲିପି “ଓଡ଼ିଶା ରାଜନୀତିର