ଭାଇରାଲ ଭିଡିଓରେ ଥିବା ଅଭିଯୁକ୍ତକୁ ଗିରଫ ଦାବି

ଭାଇରାଲ ଭିଡିଓରେ ଥିବା ଅଭିଯୁକ୍ତ ଗିରଫ ଦାବି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦାବିପତ୍ର ଦେଲା ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ । ଗତ ୧୩ ତାରିଖରେ ଜଣେ ଯାଦବ ଯୁବକ ନୀତିଶ ଷଣ୍ଢଙ୍କୁ କିଛି ଲୋକ ମାଡ଼ ମାରିଥିଲେ । ଯାହାର ଘଟଣାର ଏକ ମୋବାଇଲ ଭିଡିଓ ସାମାଜିକ ଗଣମାଧ୍ୟମରେ  ଭାଇରାଲ ହୋଇଥିବା ବେଳେ  ସେଥିରେ ବିଜେଡି ଦଳର ସୋନପୁର ବିଧାୟକ ସମତେ ବିନିକା  ଓ ବୀର ମହାରାଜପୁର ବ୍ଲକର କିଛି ବିଜେଡି ନେତାଙ୍କ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଛି      । ତେବେ ଭାଇରାଲ ଭିଡିଓରେ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଯୁବ ଯାଦବ ସମାଜ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକଦାବି ପତ୍ର ପ୍ରଦାନ କରାଯାଇଛି ।  ଅପରପକ୍ଷରେ ଯୁବକଙ୍କୁ ମାଡ଼ ହୋଇ ଥିବା ଭାଇରାଲ୍ ଭିଡିଓର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜାରି ରହିଛି  ଓ ଦୋଷି ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ  ।