ବାପା ହେଲେ ଜାହିର ଖାନ୍


 ନୂଆଦିଲ୍ଲୀ  : ପୂର୍ବତନ ଭାରତୀୟ କ୍ରିକେଟର ଜହିର ଖାନ ବାପା ହୋଇଛନ୍ତି । ଜହିରଙ୍କ ସ୍ତ୍ରୀ ସାଗରିକା ଘଟଗେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ତାଙ୍କ ସନ୍ତାନ ନାମ ଫତେସିନ ଖାନ ରଖିଛନ୍ତି । ଉଭୟେ ଜହିର ଏବଂ ସାଗରିକା ଏକ ଫଟୋ ଶେୟାର କରି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଜହିରଙ୍କ ପୋଷ୍ଟ ଭାଇରାଲ ହେବା ପରେ ବହୁ ସଂଖ୍ୟାରେ ବନ୍ଧୁ, ପ୍ରଶଂସକମାନଙ୍କ ପକ୍ଷରୁ ଶୁଭେଚ୍ଛା  ଜ୍ଞାପନ କରାଯାଇଛି ।