ଟାଇମ୍ସ ନାଓ ସର୍ଭେ : ବିଜେଡ଼ି ୧୦୦ ଉପରେ, ବିଜେପି ୪୦ ତଳେ
ExitPoll Odisha

ଭୁବନେଶ୍ୱର : ଟାଇମ୍ସ ନାଓ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ୍ ପ୍ରକାଶ ପାଇଛି । ଏହାର ଆକଳନ ଅନୁଯାୟୀ, ଓଡ଼ିଶାରେ ବିଜେଡ଼ି ୧୦୦ରୁ ୧୧୫, ବିଜେପି ୩୦ରୁ ୩୮, କଂଗ୍ରେସ ୪ରୁ ୭ ଓ ଅନ୍ୟ ଦଳଗୁଡ଼ିକ ୧ରୁ ୨ ଆସନ ପାଇବେ ।
ଇଣ୍ଡିଆ ଟୁଡେ଼-ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ନେଇ ଏକଜିଟ ପୋଲ୍ ପ୍ରକାଶ ପାଇଛି । ଯେଉଁଥିରେ ବିଜେଡ଼ି ଓ ବିଜେପି ସମାନ ସ୍ଥିତିରେ ରହିଛନ୍ତି ବୋଲି ଦର୍ଶାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ବି ଜଗନ ରେଡ୍ଡୀ ସରକାରର ପତନ ହେବ । ଟିଡ଼ିପି ଓ ବିଜେପି ମେଣ୍ଟ ସେଠାରେ ବାଜିମାତ କରିବ ବୋଲି ସର୍ଭେରେ ଦର୍ଶାଯାଇଛି । ଏକଜିଟ ପୋଲ ଅନୁଯାୟୀ, ବିଜେଡ଼ିକୁ ୬୨ରୁ ୮୦ ଓ ବିଜେପିକୁ ୬୨ରୁ ୮୦ ଆସନ ମିଳିବ । ଯେତେବେଳେକି କଂଗ୍ରେସକୁ ୫ରୁ ୮ ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିବ ।
ସେହିପରି ଚବିଶ ନିର୍ବାଚନରେ ବିଜେପିକୁ ୪୨% ଓ ବିଜେଡ଼ିକୁ ୪୨% ଭୋଟ ମିଳିବ ବୋଲି ଅନୁମାନ କରାଯାଇଥିବାବେଳେ କଂଗ୍ରେସକୁ ୧୨% ଭୋଟ ମିଳିବ ବୋଲି ସର୍ଭେରେ ଦର୍ଶାଯାଇଛି ।