ନୀଳାଦ୍ରୀ ବିଚ୍ରେ କ୍ରିଏଟିଭ ଆର୍ଟ ପ୍ରଦର୍ଶିତ
ପୁରୀ: ୩ଦିନ ବ୍ୟାପୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ମାତ୍ର ପୁରୀ ସମସ୍ତ ପ୍ରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରବାସୀ ଭାରତୀୟମାନେ ସୁଖଦ ଅନୁଭୂତି ନେଇ ଯେଭଳି ଫେରିବେ ସେଥିପାଇଁ ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ବେଳାଭୂମିର ନୀଳାଦ୍ରି ବିଚ୍କୁ ଆର୍ଟିଷ୍ଟିକ୍ ବିଚ୍ କରିବା ଉଦେ୍ଦଶ୍ୟରେ ବିଭିନ୍ନ ବର୍ଯ୍ୟବସ୍ତୁକୁ ନେଇ କ୍ରିଏଟିଭ ଆର୍ଟ କରାଯାଇଛି । ସନ୍ ରାଇନ୍, ସିଫିସ୍, ନଡ଼ାରେ କୁଡ଼ିଆ, ଜେଲି ଫିସ୍, ଲାଇଟ ଆଣ୍ଡ ସାଉଣ୍ଡ ସୋ ଆଦି ୧୦ଟି ଆର୍ଟ ପ୍ରସ୍ତୁତ କରାଯାଇଛି । ଜିଲ୍ଳା ପ୍ରଶାସନ, ଓନିଆ ଟୁରିଜିମ୍ ଓ ଓଡ଼ିଶା ଇକୋଟୁରିଜିମ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ସର୍ବପ୍ରଥମ ତଥା ଅନନ୍ୟ ସ୍ଥାପତ୍ୟ ସ୍ଥାନିତ କରାଯାଇଛି । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସ୍ଥାପତ୍ୟ କଳାକାରମାନେ ଏହି ଆର୍ଟଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଇକୋ ଟୁରିଜିମ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଯୁଗବ୍ରତ କର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ ନୀଳାଦ୍ରି ବିଚ୍କୁ ଏକ ସୁନ୍ଦର ବିଚ୍ରେପରିଣତ କରିବା ଉଦେ୍ଦଶ୍ୟରେ ୧୦ଟି କଳାକୃତି ବିଚ୍ରେ ସ୍ଥାନିତ ହୋଇଛି । ସମସ୍ତ କଳାକୃତି ବର୍ଯ୍ୟବସ୍ତୁକୁ ନେଇ ନିର୍ମାଣ କରାଯାଇଛି । ନୀଳାଦ୍ରି ବିଚ୍କୁ ଆର୍ଟିଷ୍ଟିକ ବିଚ୍ରେ ପରିଣତ କରିବା ପାଇଁ ସବୁପ୍ରକାର ପ୍ରୟାସ କରାଯାଇଛି । ପର୍ଯ୍ୟଟକମାନେ ବେଳାଭୂମିକୁ ଆସିଲେ ଆର୍ଟ ସହିତ ଯୋଡ଼ି ହୋଫାରିବେ । ଆର୍ଟିଷ୍ଟ ଓ ନେଚରକୁ ନେଇ ଏକ ସୁନ୍ଦର ମାହୋଲ ସୃଷ୍ଟି ହୋଇଛି । ପୁରୀ କଳା, ସଂସ୍କୃତି, ଐତିହ୍ୟର ପରାକାଷ୍ଠା ବୋଲି ବିବେଚିତ ହେବ । ଅତିରିକ୍ତ ଜିଲ୍ଳାପାଳ କୈଳାସ ଚନ୍ଦ୍ର ନାୟକ କହିଥିଲେ ଯେ ବହୁ ପୂର୍ବରୁ ଏହି ସ୍ଥାପତ୍ୟ ମହୋସôବର ପରିକଳ୍ପନା କରାଯାଇଥିଲା । ଆର୍ଟ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି । ଏହି ମହୋସôବର ଥିମ୍ ଥିଲା ବେଷ୍ଟ ଆଉଟ ଅଫ୍ ୱେଷ୍ଟ । ବରୋଦା, ଦିଲ୍ଲୀ, ଅହମ୍ମଦାବାଦରୁ କଳାକାରମାନେ ଆସି ବାଉଁଶ, କତା, ଭଙ୍ଗା କୁଡ଼ୁଆ, ନଡ଼ା, ଟିଣ ଡ଼ବା, ପ୍ଲାଷ୍ଟିକ ପାଣି ବୋତଲରେ ଆର୍ଟ ଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ଶିଳ୍ପୀ ପିନାକୀ ମହାନ୍ତି, ସନ୍ଦୀପ ଦୀପ୍ତିରଂଜନ ଓଝା, ସଞ୍ଜୀବ ନାୟକ, ବିଦ୍ୟାଧର ନାୟକ, ପୃଥ୍ୱୀରାଜ ସାହୁ, ଆଲୋକ ପରିଡ଼ା, ରାଜେଶ ମହାରଣା, ରାଜେନ୍ଦ୍ର ମିଲ୍ଳିକ ପ୍ରମୁଖ ସେମାନଙ୍କର କଳାକୃତି ସଂପର୍କରେ ବୁଝାଇଥିଲେ ।