ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା

ଆମେରିକାରେ ପୁଣି ଏକ ଫ୍ଲାଇଟ୍ କ୍ରାସ୍ । ପେନସିଲ୍‌ଭାନିଆର ଫିଲାଡେଫ୍ଲିୟାରେ ଏହି ବିମାନ ଦୁର୍ଘଟଣା ହୋଇଛି । ଏକ ଛୋଟ ବିମାନ କ୍ରାସ୍ ହେବା ପରେ ନିଆଁ ଲାଗି ଯାଇଥିଲା  ।  ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ।  ତେବେ ସେମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।  ଗତକାଲି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସଂଧ୍ୟା ସମୟରେ  ଏହି  ବିମାନ ଦୁର୍ଘଟଣା ରୁସବେଲ୍ଟ ମାଲ୍ ନିକଟରେ ହୋଇଛି  ।   କ୍ରାସ୍ ହୋଇଥିବା ଫ୍ଲାଇଟ୍ ଲିୟରଜେଟ୍-55ର ଏୟାରକ୍ରଫ୍ଟ ଥିଲା   ।   ଟ୍ୟାକ୍ସି ବିମାନଟି ସ୍ପ୍ରିଂଫିଲ୍ଡ ବ୍ରିଂସନ ନ୍ୟାସନାଲ ଏୟାରପୋର୍ଟରୁ ଯାଉଥିଲା  ।  ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।   ସହରର କିଛି ବିଲ୍ଡିଂ ଉପରେ ପଡ଼ିବା ପରେ ତୁରନ୍ତ ଜଳିଯାଇଥିଲା  ।  ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି  ।   ଆମେରିକା ପରିବହନ ମନ୍ତ୍ରୀ ଶାନ୍ ଡଫି କହିଛନ୍ତି,   ଫେଡରାଲ୍ ଆବିଏସନ ଆଡମିନିଷ୍ଟ୍ରାସନ ଏବଂ ନ୍ୟାସନାଲ ଟ୍ରାନ୍ସପେଟସନ ସେଫ୍ଟି ବୋର୍ଡ ମିଳିତ ଭାବେ ଏବି ବିମାନ ଦୁର୍ଘଟଣାର ଯାଞ୍ଚ କରୁଛନ୍ତି   ।   ଏହା ପୂର୍ବରୁ ବୁଧବାର ଓ୍ବାଶିଂଟନ ସହରରେ ଏକ ବିମାନ ଦୁର୍ଘଟଣା ହୋଇଥିଲା  ।