ଅନ୍ୟ ରାଜ୍ୟକୁ ଅନୁଦାନ, ଓଡ଼ିଶାକୁ ଅଣଦେଖା : ନବୀନ ପଟ୍ଟନାୟକ

ଅନ୍ୟ ରାଜ୍ୟକୁ ଅନୁଦାନ, ଓଡ଼ିଶାକୁ ଅଣଦେଖା : ନବୀନ  ପଟ୍ଟନାୟକ

ଭୁବନେଶ୍ବର :  ୨୦୨୫-୨୬ବଜେଟ୍‌ କେନ୍ଦ୍ର ସରକାର ପୁଣି ଓଡ଼ିଶାକୁ ଅଣଦେଖା କରିଛନ୍ତି। ୨୦୨୫-୨୬ ବଜେଟ୍‌ରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ ଏବଂ ଆଣ୍ଡାମାନ ନିକୋବର ପାଇଁ ଆଖିଖୋସି ହୋଇଗଲା ଭଳି ଅନୁଦାନ ମିଳିଥିବା ବେଳେ ଓଡ଼ିଶା ପାଇଁ କିଛି ବ୍ୟବସ୍ଥା ନାହିଁ। ଯାହାକୁ ନେଇ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ।
ବଜେଟ୍‌ ପରେ ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି ଯେ ‘ବର୍ତ୍ତମାନ ଦେଶର ଯୁବଗୋଷ୍ଠୀ ଚାକିରି ପାଉନାହାଁନ୍ତି।  ବେକାରୀ ସମସ୍ୟା ବଢିବାରେ ଲାଗିଛି। ଆଉ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ସଧାରଣ ଲୋକ ଦରଦାମକୁ ନେଇ ହସ୍ତସନ୍ତ ହେଉଛନ୍ତି। କିନ୍ତୁ ଚଳିତ ବଜେଟ୍‌ରେ ଏହି ଦୁଇଟି ବଡ଼ ଚ୍ୟାଲେଞ୍ଜକୁ ଦୃଷ୍ଟି ଦିଆଯାଇନି ବୋଲି ନବୀନ କହିଛନ୍ତି।


ସେହିପରି ଚଳିତ ବଜେଟ୍‌ରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଅଣଦେଖା କରିଛନ୍ତି। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବାରମ୍ବାର ଦାବି କରାଯାଇ ଆସୁଛି, କିନ୍ତୁ ଓଡ଼ିଶାକୁ କେନ୍ଦ୍ର ବାରମ୍ବାର ଉପେକ୍ଷା କରୁଛି। ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଯଥାର୍ଥ ଦାବି ହେଉଛି ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା ମିଳିବା। ହେଲେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବଳେ ପୁଣିଥରେ ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ନବୀନ କହିଛନ୍ତି।