ଦୁଇ ଦିନରେ ବିଜେପିରେ ମିଶିଲେ ୮ ଆପ୍ ବିଧାୟକ

୪୮  ଘଣ୍ଟାରେ ଆପ୍ ଛାଡି ବିଜେପିରେ ମିଶିଲେ ୮ ବିଧାୟକ । ଦିଲ୍ଲୀ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ହାଇଡ୍ରାମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପର ୮  ବିଧାୟକ ଦଳ ଛାଡି ଆଜି ବିଜେପିରେ ସାମିଲ ହୋଇଯାଇଛନ୍ତି  ।  ଶନିବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟର ସମସ୍ତ ୮ ବିଧାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଭାବନା ଗୌର, ମଦନ ଲାଲ୍‌, ରୋହିତ ମେହରଲିଆ ,  ରାଜେଶ ଋଷି ,ନରେଶ ଯାଦବ, ପୱନ ଶର୍ମା, ଭୂପିନ୍ଦର ସିଂ ଜୁନ୍‌ ଓ ଗିରିଶ ସୋନି ନିଜ ସମର୍ଥକ ମାନଙ୍କ ସହ ପଦ୍ମ ଧରିଛନ୍ତି । ଏମାନେ ବିଜେପିରେ ସାମିଲ ହେବା ଆପକୁ ଏକ ବଡ଼ ଝଟକା ଦେଇଥିବା ନେଇ ଚର୍ଚ୍ଚା ହେଉଛି  ।  ତେବେ ଏହି ବିଧାୟକ ମାନଙ୍କ ଟିକେଟ୍ ପୂର୍ବରୁ ଆମ ଆଦମୀ ପାର୍ଟି କାଟିଦେଇଥିଲା । ତେଣୁ ଏମାନେ ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି  ।