୧୯୭୧ବ୍ୟାଚର ବନ୍ଧୁମିଳନ
କେନ୍ଦୁଝର: କେନ୍ଦୁଝରଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୧ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ଅଶୋକ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର ବହୁ କୋଣ ଅନୁକୋଣରୁ ଏହି ବନ୍ଧୁ ମିଳନରେ ଯୋଗ ଦେବା ପାଇଁ ଆସିଥିବା ପୂର୍ବତନ ଛାତ୍ରଛାତ୍ରୀମାନେ ସ୍କୁଲର ବହୁ ପୁରାତନ ସ୍ମୃତିକୁ ମନେ ପକେଇବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହି ବ୍ୟାଚର ଛାତ୍ରମାନେ ସେବା ମୂଳକ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତ୍ତି ନେବା ସହ ସମାଜର ମଙ୍ଗଳ ଦିଗରେ କେମିତି ନିଜକୁ ସମର୍ପିତ କରି ପାରିବେ ସେ ଦିଗରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ । ଏହି ବନ୍ଧୁ ମିଳନରେ ଡିଏନ ହାଇସ୍କୁଲର ପୁରାତନ ଛାତ୍ର ନରସିଂହ ରାଉଳ, ପ୍ରଦୀପ ରାଉତ, ସତ୍ୟ ନାରାୟଣ ମିଶ୍ର, ଅଶ୍ୱିନୀ ଚାଉଡା, ଆର୍ତ୍ତବନ୍ଧୁ ସାହୁ, ତାରିଣୀ ସାହୁ, ରବିନ ସାହୁ, କେଶବ ଚନ୍ଦ୍ର ମହାନ୍ତି, ଜିତୁ ପଟ୍ଟନାୟକ, ହରିହର ସାହୁ, ସଞ୍ଜୟ ମହାପାତ୍ର, ମହମ୍ମଦ କୈମୁଦ୍ଦିନ, ବିଜୟ ପ୍ରସାଦ ଚାନ୍ଦ, ସତ୍ୟନ୍ଦ୍ରନାଥ ଦାଶ , କୃଷ୍ଣ ଚନ୍ଦ୍ର ନନ୍ଦ, ବୁଲଗାଲିନ ମହାପାତ୍ର, ରାଧାନାଥ ମିଶ୍ର, ଭାଗିରଥି ମହାନ୍ତ, ବୈଷ୍ଣବ ମହାନ୍ତ, ଖଗେଶ୍ୱର ମହାନ୍ତ, ପିତାମ୍ବର ଧଡ଼ା, ମହମ୍ମଦ ନୁରୁଦ୍ଦିନ ଏବଂ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।