ଦରଦାମ୍ ବୃଦ୍ଧି ଓ ବେକାରୀ ପାଇଁ ବଜେଟରେ କିଛି ନାହିଁ : ନବୀନ

ଦରଦାମ୍ ବୃଦ୍ଧି ଓ ବେକାରୀ ପାଇଁ ବଜେଟରେ କିଛି ନାହିଁ : ନବୀନ

 ଭୁବନେଶ୍ୱର : ଦରଦାମ ବୃଦ୍ଧି ଓ ବେକାରୀକୁ ରୋକିବା ଦିଗରେ ବଜେଟରେ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ, ଏବେ ସାରା ଦେଶର ଯୁବକ ଓ ସାଧାରଣ ଲୋକ ଦରଦାମ ବୃଦ୍ଧି ଓ ବେକାରୀ ଚିନ୍ତାରେ ରହିଛନ୍ତି । କିନ୍ତୁ ଏହି ଦୁଇ ପ୍ରସଙ୍ଗରେ ବଜେଟରେ ଗୁରୁତ୍ୱାରୋପ କରାଯାଇ ନାହିଁ । ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦାବି କରି ଆସୁଥିବାବେଳେ ଏହାକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ବୋଲି ସେ କହିଛନ୍ତି ।