୬୦ କୋଟି ବିନିଯୋଗରେ ବୁଢ଼ାବଳଙ୍ଗରେ ହେବ ରିଭର୍ ଫ୍ରଣ୍ଟ
ଭୁବନେଶ୍ୱର : ଭୁବନେଶ୍ୱର ଉକôଳ ମଣ୍ଡପ ଠାରେ ମୟୂରଭଞ୍ଜ ଉସôବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, "ମୟୂରଭଞ୍ଜ ଜିଲ୍ଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ । ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ । ମୟୂରଭଞ୍ଜର ପ୍ରାକୃତିକ ପରିବେଶ, କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ପ୍ରଶଂସା ପାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତଥା ଓଡ଼ିଶାର ଫୁସଫୁସ ଶିମିଳିପାଳ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ହେଉଛି ଭାରତ ବର୍ଷର ଏକ ଶ୍ରେଷ୍ଠ ଅଭୟାରଣ୍ୟ । ଶିମିଳିପାଳର ଘଞ୍ଚ ଶାଳ ବଣ ବିଭିନ୍ନ ଜୀବଜନ୍ତୁଙ୍କ ସମେତ ବିରଳ କଳା ବାଘ, ଅନେକ ପ୍ରଜାତିର ଉଦ୍ଭିଦ ଓ ଛୋଟବଡ ବହୁ ଜଳପ୍ରପାତମୟ ମନଲୋଭା ପରିବେଶ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ ମାନଙ୍କୁ ସଦା ସର୍ବଦା ଆକୃଷ୍ଟ କରିଥାଏ । ଜିଲ୍ଲାର ଦେବକୁଣ୍ଡ, ଭୀମକୁଣ୍ଡ, ସୀତାକୁଣ୍ଡ, କୁଚେଇ ପରି ଅନେକ ଛୋଟବଡ ଜଳପ୍ରପାତ ସହିତ ମା' କିଚେକେଶ୍ୱରୀଙ୍କ ମନ୍ଦିର ଓ ବାରିପଦାର ଜଗନ୍ନାଥ ମନ୍ଦିର ଦେଶ ବିଦେଶର ଭ୍ରମଣପ୍ରେମୀଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟନ କ୍ଷେତ୍ରରେ ଜିଲ୍ଲାର ପ୍ରସିଦ୍ଧି ରହିଥିବାରୁ ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ପରି ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।