ଆଇଆଇଟି ଓ ସିଆରଆରଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

 ଜଟଣୀ : ପାରସ୍ପରିକ ସହଯୋଗ, ବୌଦ୍ଧିକ ସହବନ୍ଧନ, ଜ୍ଞାନର ଆଦାନ ପ୍ରଦାନ ଓ ଜାତୀୟ ସହଭାଗିତାର ବିକାଶର ସୁଯୋଗ ଅନୁସନ୍ଧାନ କରିବା ଉଦେ୍ଦଶ୍ୟରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଓ ସିଏସଆଇଆର-କେନ୍ଦ୍ରୀୟ ସଡ଼କ ଅନୁସନ୍ଧାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଇଆଇଟି ଭୁବନେଶ୍ୱରର ଡିନ୍ (ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶଦାତା) ପ୍ରଫେସର ଦିନାକର ପାସଲା ଏବଂ ସିଏସଆଇଆର-ସିଆରଆରଆଇର ନିଦେ୍ର୍ଦଶକ ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ୍ କରମଲକର ଉପସ୍ଥିତ ଥିଲେ । ସହଯୋଗୀ ଅନୁସନ୍ଧାନକୁ ପ୍ରୋସôାହିତ କରିବା, ନୂତନ ଚିନ୍ତାଧାରା ବିନିମୟକୁ ସହଜ କରିବା, ନୂତନ ଜ୍ଞାନର ବିକାଶ ଓ ଉଚ୍ଚମାନର ଅନୁସନ୍ଧାନକୁ ବୃଦ୍ଧି କରିବାକୁ ଏହି ବୁଝାମଣାପତ୍ରର ମୁଖ୍ୟ ଉଦେ୍ଦଶ୍ୟ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁମନ୍ତ ହାଲଦାର ହେଡ୍-ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର, ଆଇଆଇଟି ଭୁବନେଶ୍ୱର ଡକ୍ଟର ପ୍ରଦୀପ କୁମାର, ମୁଖ୍ୟ ବୈଜ୍ଞାନିକ-ମୁଖ୍ୟ  ସିଏସଆଇଆର-ସିଆରଆରଆଇ; ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଉମେଶ ଚନ୍ଦ୍ର ସାହୁ  ଏବଂ ଡକ୍ଟର ଅନୁଷ କେ. ଚନ୍ଦ୍ରପ୍ପା ଉପସ୍ଥିତ ଥିଲେ  ।