ସହଜ ହେବ ଆପାର୍ଟମେଣ୍ଟ କିଣା ବିକା

 ଭୁବନେଶ୍ୱର: ଗତ ୨୦୨୩ ଜୁନ୍ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ସ୍ପଷ୍ଟୀକରଣ ପ୍ରକାଶ ପାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନର ଅଧିନିୟମ ସତ୍ତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟଗୁଡିକ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ତ୍ୱେ ପଞ୍ଜିକରଣ କରାଯାଇପାରିବ । ଏନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ୱ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି । ଏନେଇ ଆଜି ଗୃହ ଓ ନଗର ଉନୟନ ବିଭାଗ ତରଫରୁ ବିଜ୍ଞ ପ୍ରକାଶ ପାଇଛି । ଅପିଲ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ବିଡିଏ ଏବଂ ବିଏମ୍ସିରେ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡି ରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଡ଼ି ରହିଥିବା ପ୍ରାୟ ୭୦୦ରୁ ଅଧିକ ଅପିଲ ମାମଲାର ଯଥାଶୀଘ୍ର ଫଇସଲା ଏବଂ ଜରୁରୀ ଦାଇତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀମାନେ ଯଥାଶୀଘ୍ର ପଡ଼ି ରହିଥିବା ଅପିଲ ମାମଲାଗୁଡିକୁ ଫଇସଲା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।