ଟାର୍ଗେଟରେ ବିଜେପି ସରକାର: ଏକାଠି ବିଜେଡି ନେତା!

ଟାର୍ଗେଟରେ ବିଜେପି ସରକାର: ଏକାଠି ବିଜେଡି ନେତା!

ବିଜେଡି ନେତାଙ୍କ ମେଳି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି   ।  ରାଜ୍ୟ ବାହାରେ ଆସାମର ଗୌହ୍ୱାଟୀରେ ବରିଷ୍ଠ ନେତାଙ୍କ ଭେଟ୍ଘାଟ୍କୁ ନେଇ ରାଜନୀତିକ ମାହୋଲ ସରଗରମ ହେଲାଣି । ବରିଷ୍ଠ ନେତାମାନଙ୍କୁ ଏକତ୍ରିତ ଦେଖିବାକୁ ମିଳିଛି ଗୌହ୍ୱାଟୀର ଏକ ହୋଟେଲରେ  । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିବା ବେଳେ  କେଉଁ ପ୍ରସଙ୍ଗ ପାଇଁ ଏହି ଆଲୋଚନା ତାହା ସ୍ପଷ୍ଟ ହୋଇ ପାରିନାହିଁ । 
ମାତ୍ର ପ୍ରଭାତ ତ୍ରିପାଠୀଙ୍କ କହିଛନ୍ତି ଯେ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ  ।  ଏହାକୁ ନେଇ କେହି କିଛି ଚର୍ଚ୍ଚା ଆଲୋଚନା କରୁଥାଇପାରନ୍ତି । ତେବେ ଗତ କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକଠାରେ ବିଜେଡିର ଯୁବ ନେତାମାନେ ଏକାଠି ହୋଇଥିଲେ   । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତାଙ୍କ ମିଳିତ ଉପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ମନ୍ମଥ ରାଉତରାୟ କିଛି ଦିନ ତଳେ ଗଣମାଧ୍ୟମକୁ କହିଥିଲେ  ଭି.କେ ପାଣ୍ଡିଆନ୍  ନବୀନ ନିବାସରେ ସକ୍ରିୟ ଏବେବି ସକ୍ରିୟ ରହି ଗୋଟିଚାଳନା କରୁଛନ୍ତି   ।  ଏହାପରେ ବାରମ୍ବାର ନେତାଙ୍କ ଏପରି ମେଳି ହେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ପାଲଟିଛି ।