ଅବର୍ଣ୍ଣନୀୟ ପରବ୍ରହ୍ମଂଙ୍କ ସ୍ୱରୂପ
ସୁଧାଂଶୁ ମୋହନ ଶତପଥୀ:ଏଇ ମାତ୍ର କିଛି ବର୍ଷ ପୂର୍ବରୁ ବିଶ୍ୱର ଜଣେ ମହାନ ପଦାର୍ଥ ବିଜ୍ଞାନୀଙ୍କର ଦେହାନ୍ତ ହୋଇଯାଇଛି । ସେ ଥିଲେଏଭଳି ଜଣେ ବିଶିଷ୍ଟ ବୈଜ୍ଞାନିକ ଯିଏକି ଏକ ବିରଳ ରୋଗରେ ପୀଡ଼ିତ ହେଇ ଜୀବନ ଚକ୍ରର ଅର୍ଦ୍ଧାଧିକ ସମୟ ଶାରୀରିକ ଭାବେ ସ୍ଥାଣୁ ହେଇ ମଧ୍ୟ ମାନସିକ ଜଗତରେ ବିଚରଣ କରି ପଦାର୍ଥ ବିଜ୍ଞାନର ବହୁ ଗୂଢ଼ ତତ୍ତ୍ୱ ଆବିସ୍କାର କରିବାକୁ ସକ୍ଷମ ହୋଇଥିଲେ । ତାଙ୍କର ନାମ ଷ୍ଟିଫେନ ହକିଙ୍ଗ୍ ଏବଂ ତାଙ୍କୁ ନିଉଟନ ଓ ଆଇନଷ୍ଟାଇନଙ୍କ ଭଳି ମହାନ ବୈଜ୍ଞାନକଙ୍କ ସହିତ ତୁଳନା କରାଯାଇଥାଏ ।ଷ୍ଟିଫେନ ହକିଙ୍ଗ ତାଙ୍କ ଜୀବନ କାଳ ମଧ୍ୟରେ ପଦାର୍ଥ ବିଜ୍ଞାନ ଭିତ୍ତିକ ତଥ୍ୟ ଗୁଡିଏ ପ୍ରମାଣ କରି ଦେଇ ଚାଲିଗଲେ । ସେହି ଘଟଣା ଗୁଡିକ ମଧ୍ୟରେ ଈଶ୍ୱରଙ୍କର କୋ÷ଣସି ସତ୍ତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି ସେ ଦୃଢ ନିଶ୍ଚିତ ଭାବେ କହିଛନ୍ତି ଯେ ଈଶ୍ୱର ନାମଧାରୀ କୋ÷ଣସି ଶକ୍ତି, ଅସ୍ତିତ୍ୱ କିମ୍ବା ଉପାଦାନ ବିଶ୍ୱରେ କେବେ ନଥିଲା କି ଆଜି ମଧ୍ୟ ନାହିଁ । ତେଣୁ ଯାହା କିଛି ଚାଲିଛି, ସେ ସବୁ ହେଉଛି ପ୍ରକୃତିର ପ୍ରବାହ । ଏଥିରେ ଈଶ୍ୱରଙ୍କର କୋ÷ଣସି ଅବଦାନ ନାହିଁ । ତେଣୁ ଈଶ୍ୱର ବିଶ୍ୱାସ ଠିକ୍ ନୁହେଁ । କାଳର ସ୍ରୋତରେ ଗତିଶୀଳ ହୋଇ ଅନୁସନ୍ଧାନର ଚଲାପଥରେ ଅନେକ କିଛି ଆବିଷ୍କାରକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କଲାପରେ ଯେତେବେଳେ ସେ ଈଶ୍ୱରଙ୍କର କେଉଁଠି ଅବଦାନ ସଂପର୍କରେ କେଉଁଠି ହେଲେ ସାମାନ୍ୟତମ ସୂଚନା ପାଇଲେ ନାହିଁ, ସେତେବେଳେ ଈଶ୍ୱରଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରିବା ଅତ୍ୟନ୍ତ ସ୍ୱାଭାବିକ । ସେହି ବୈଜ୍ଞାନିକ ଜଣକ ୧୯୮୮ ମସିହାରେ ‘ଏ ବି୍ରଫ ହିଷ୍ଟ୍ରି ଅଫ ଟାଇମ’ ନାମକ ଗୋଟିଏ ତଥ୍ୟ ସମ୍ବଳିତ ପୁସ୍ତକ ଲେଖି ଖୁବ ଲୋକପ୍ରିୟତା ହାସଲ କରିଥିଲେ ।
ଇସାବାସ୍ୟ ଉପନିଷଦ ବ୍ୟାଖ୍ୟା କରେ ‘ଇସାବାସ୍ୟଂ ଇଦଂ ସବଂ ଯତ୍ କିଞ୍ଚôତ, ଜଗତ୍ୟା ଜଗତ୍’ । ଗୀତା ବି କୁହନ୍ତି ଈଶ୍ୱର ସର୍ବରୁତାନାଂ ହୃଦେସେର୍ଜୁନ ତିଷ୍ଠତି । ଭଗବାନ ଆତ୍ମାରୂପରେ ସର୍ବତ୍ର ଅବସ୍ଥିତ । ଯେପରି କୋ÷ଣସି ଖେଳକୁ ଦେଖିଲେ ଖେଳାଳି ଅଛନ୍ତି ବୋଲି ହୃଦ୍ବୋଧ ହୁଏ । ଠିକ୍ ସେମିତି ଏହି ବିଶାଳ ସଂସାରକୁ ଦେଖିଲେ ଏହାର ସ୍ରଷ୍ଟା ଅଛନ୍ତି ବୋଲି ଉପଲବଧି କରିହୁଏ । ବେଦାନ୍ତ ବି ଏହାକୁ ସ୍ୱୀକାର କରି କୁହେ ଯେ ଏ ସଂସାରରେ ଏହି ଦୃଶ୍ୟମାନ ସ୍ଥୂଳ ଜଗତ ବ୍ୟତିରେକ ଏକ ସୂକ୍ଷ୍ମାତି ସୂକ୍ଷ୍ମ ଜଗତ ମଧ୍ୟ ରହିଛି । ପ୍ରତ୍ୟେକ ମନୁଷ୍ୟର ଏକ ସୂକ୍ଷ୍ମ ଶରୀର ରହିଥାଏ । ଏହି ସୂକ୍ଷ୍ମ ଶରୀର ହିଁ ଛାୟା ଶରୀର । ଯିଏ ସୂକ୍ଷ୍ମାତିସୂକ୍ଷ୍ମ, ତାହା ଅଦୃଶ୍ୟ, ଅଚିନ୍ତ୍ୟ ଓ ବିଶ୍ୱସ୍ରଷ୍ଟା । ଏଠାରେ ପ୍ରଶ୍ନ ହୁଏ ଯେ ସଂସାରରେ ବାସ୍ତବ ପକ୍ଷେ ସୂକ୍ଷ୍ମାତି ସୂକ୍ଷ୍ମ କିଏ ? ସ୍ଥୂଳାତି ସ୍ଥୂଳରୁ ହିଁ ପରିବ୍ୟାପ୍ତ ହୋଇଛି । ସ୍ଥୂଳ ଶରୀର ସ୍ଥୂଳ କ୍ରିୟା, ସୂକ୍ଷ୍ମ ଶରୀର ସୂକ୍ଷ୍ମ କ୍ରିୟା । କଠୋପନିଷଦ ସୂକ୍ଷ୍ମାତିସୂକ୍ଷ୍ମ ଆତ୍ମପ୍ରକାଶ କରିଛନ୍ତି । ଗୀତା ବି କୁହନ୍ତି ଯେ ଏ ଶରୀର ମଧ୍ୟରେ କ୍ରିୟାଶୀଳ ହେଉଥିବା ଇନ୍ଦ୍ରିୟମାନଙ୍କ ଠାରୁ ମନ ଶ୍ରେଷ୍ଠ । ଯେ ସର୍ବୋତ୍ତମ, ସେ ଈଶ୍ୱର ପରଂବ୍ରହ୍ମ ବା ପରମାତ୍ମା ଶରୀର ଭିତରେ ଚେତନାର ଶକ୍ତି ପରମାଣୁ ଶକ୍ତିଠାରୁ ମଧ୍ୟ ସୂକ୍ଷ୍ମ, ବଳିଷ୍ଠ ଓ ପରାକ୍ରମ ଶାଳି । ବିଜ୍ଞାନ କିନ୍ତୁ ପରମାୟା ଶକ୍ତିକୁ ସୂକ୍ଷ୍ମାତିସୂକ୍ଷ୍ମ ବସ୍ତୁର ଶକ୍ତି ବୋଲି କୁହେ । ଯାହା ସୂକ୍ଷ୍ମତମ, ତାହା ସର୍ବ ବ୍ୟାପକ , ତାହା ସର୍ବଶକ୍ତିମାନ ଏଥିରୁ ସୁସ୍ପଷ୍ଟ । ବାସ୍ତବ ପକ୍ଷେ ଦେଖିବାକୁ ଗଲେ ଈଶ୍ୱର ଏକ ବସ୍ତୁ , ଉପାଦାନ କିମ୍ବା ଜଣେ ବ୍ୟକ୍ତି ବିଶେଷ ନୁହନ୍ତି, ଯାହାଙ୍କୁ ବିଜ୍ଞାନଗାର କି ଗବେଷଣା ପ୍ରକୋଷ୍ଠରେ ପ୍ରମାଣ କରିବା ସମ୍ଭବ ।
ଏତଦ୍ବ୍ୟତୀତ ଈଶ୍ୱର ମଧ୍ୟ ଏପରି ଏକ ବିଶାଳ କାୟାଧାରୀ ମୂର୍ତ୍ତିମନ୍ତ ଉତ୍ସ ନୁହନ୍ତି, ଯିଏକି ମହାକାଶର ମେଘମାଳା ମଧ୍ୟରେ ଅବସ୍ଥାନ କରି ବିଶ୍ୱବ୍ରହ୍ମାଣ୍ଡକୁ ସୃଷ୍ଟି କରନ୍ତି କିମ୍ବା ନିୟନ୍ତ୍ରଣ କରନ୍ତି । ଏହିସବୁ ମାନସିକତାକୁ ଅବଲମ୍ବନ କରି ତାଙ୍କୁ ଆବିଷ୍କାର କରିବା ଅଥବା ପ୍ରମାଣ କରିବା ଅନୁଚିତ । ଏପରି କାଳ୍ପନିକ ଅବତାରଣାକୁ ବହନ କରି ସୃଷ୍ଟି କରାଯାଇଥିବା ଶାସ୍ତ୍ର ପୁରାଣ ଗୁଡିକରେ ମଧ୍ୟ ବାସ୍ତବତା ନଥାଏ । ଏକଥା ନିଶ୍ଚିତ ସତ୍ୟ ଯେ ସେ ହେଉଛନ୍ତି ବିଶ୍ୱର ଆଧାର ବା ମୂଳ ଶକ୍ତି । ସେଥିପାଇଁ ତାଙ୍କୁ କୁହାଯାଏ ବିଶ୍ୱାଧାରଂ ଗଗନ ସଦୃଶଂ” । ବିଶ୍ୱରେ ରଚିତ ହୋଇଥିବା ସମସ୍ତ ଧର୍ମଶାସ୍ତ୍ର କୁହନ୍ତି ଈଶ୍ୱର ହେଉଛନ୍ତି ଅନନ୍ତ, ଅସୀମ, ନିରାକାର, ଅବ୍ୟକ୍ତ, ଅଜନ୍ମା, ଅବର୍ଣ୍ଣନୀୟ । ତେଣୁ ସେହି ସର୍ବଶକ୍ତିମାନଙ୍କ ସ୍ୱରୂପକୁ ସୀମିତ ଦୃଷ୍ଟିରେ ଦେଖିବା ସମ୍ଭବ ନୁହେଁ । କାରଣ ସେ ସୀମାବଦ୍ଧ ନୁହନ୍ତି । ବିଭିନ୍ନ ଧର୍ମାବଲମ୍ବୀମାନେ ତାଙ୍କୁ ପରଂବ୍ରହ୍ମ, ପିତା ପରଂବ୍ରହ୍ମ, ପିତା ପରମେଶ୍ୱର, ଆଲ୍ଲା ବୋଲି ସମ୍ବୋଧନ କରୁଥିଲେ ବି ସେମାନେ ତାଙ୍କୁ ଦେଖି ପାରିନାହାନ୍ତି । ସେଥିପାଇଁ ବିଭିନ୍ନ ଅବତାର ମାଧ୍ୟମରେ ତାଙ୍କୁ ଦେଖି ହେବ ବା ଉପଲବଧି କରିହେବ । ଏହାର କାରଣ ହେଉଛି ଅସୀମକୁ ସୀମିତ କରିଦେବା ଏକ ଅସମ୍ଭବ ବ୍ୟାପାର । ସେ ବିଶ୍ୱର ଆଧାର ଶକ୍ତି ହୋଇଥିବାରୁ ତାଙ୍କୁ ଦେଖି ହେବ ନାହିଁ । କିନ୍ତୁ ତାଙ୍କ ଦ୍ୱାରା ପ୍ରତିଭାତ ହେଉଥିବା ପ୍ରକାଶ ପୁଞ୍ଜିକୁ ଦେଖାଯାଇପାରିବ । ଯେପରିକି ବିଦୁ୍ୟତ୍ ଶକ୍ତିକୁ କେହି ଦେଖି ପାରିନାହାନ୍ତି । କେବଳ ପ୍ରକାଶ, ଅନୁଭବ, ଅନୁଭୂତି ମାଧ୍ୟମରେ ଜାଣି ହେବ । ତେଣୁ ପରମେଶ୍ୱର ସର୍ବବ୍ୟାପୀ, ସର୍ବମୟକର୍ତ୍ତା, ସର୍ବଶକ୍ତିମାନ ହୋଇଥିବାରୁ ସେ ଶ୍ରାବ୍ୟ ବା ଦ୍ରଷ୍ଟବ୍ୟ ନୁହନ୍ତି ।
ଈଶ୍ୱରଙ୍କ ସଂପର୍କରେ ନିରନ୍ତର ଗବେଷଣା କରୁଥିବା ଅକ୍ସଫୋର୍ଡର ବହୁ ବରିଷ୍ଠ ଗବେଷକ ୨୦୦୮ ଅକ୍ଟୋବର ୧ ତାରିଖ ସୁଦ୍ଧା ଗଣମାଧ୍ୟମକୁ ଦେଇଥିବା ଏକବାର୍ତ୍ତାରେ ଉଲ୍ଲେଖ କରିଥିଲେ ଯେ ଈଶ୍ୱରଙ୍କ ଉପରେ ଭରସା କରୁଥିବା ଲୋକମାନଙ୍କର ଯନ୍ତ୍ରଣା ଖୁବ୍ ଶୀଘ୍ର ହ୍ରାସ ପାଇଥାଏ । ଏହାର ତାଙ୍କର ସକାରାତ୍ମକ ଚିନ୍ତାଧାରା ଯୋଗୁ ହୋଇଥାଏ । ଈଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ ରଖିଥିବା ମଣିଷଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ସର୍ବେକ୍ଷଣ ସମୟରେ ସେମାନଙ୍କୁ ବିଦୁ୍ୟତ୍ ସକ୍ ଦିଆଯାଇଥିଲା । ଏହି ସମୟରେ ଉଭୟ ଧରଣର ଲୋକଙ୍କୁ ଭର୍ଜିନ ମେରୀଙ୍କର ଫଟୋ ଉପରେ ଦୃଷ୍ଟି ନିବନ୍ଧ କରିବାକୁ କୁହାଯାଇଥିଲା ଓ ସେମାନଙ୍କର ଏମ.ଆର.ଆଇ ସ୍କାନ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ମସ୍ତିଷ୍କର ଯେଉଁ ଅଂଶଟି ଯନ୍ତ୍ରଣା ସହ୍ୟ କରିଥାଏ, ସେମାନଙ୍କର ସେହି ଅଂଶରେ ଅଧିକ ସକ୍ରିୟତା ରହିଥିଲା । ମାତ୍ର ଈଶ୍ୱରଙ୍କୁ ବିଶ୍ୱାସ କରୁନଥିବା ଲୋକଙ୍କ ମସ୍ତିଷ୍କର ସେହି ଅଂଶରେ ଅଧିକ ସକ୍ରିୟତା ଦେଖାଯାଇନଥିଲା । ଏ ସଂପର୍କରେ ସେହି ଈଶ୍ୱର ବିଶ୍ୱାସୀ ଲୋକମାନେ କହିଥିଲେ ଯେ ମୋର ସୁରକ୍ଷା ଦାୟିତ୍ୱ ସେ ନେଇଛନ୍ତି । ତେଣୁ ମୋର କିଛି ଅମଙ୍ଗଳ ହେବ ନାହିଁ । ସ୍ୱାମୀ ବିବେକାନନ୍ଦ ଥରେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ପ୍ରଶ୍ନ କଲେ ଯେ ଈଶ୍ୱର ବାସ୍ତବରେ ଅଛନ୍ତି କି ? ଯଦି ଅଛନ୍ତି ତାଙ୍କୁ ଆପଣ ମୋତେ ଦେଖାଇ ପାରିବେ କି ? ଶ୍ରୀରାମକୃଷ୍ଣ ହଁ ଭରିଥିଲେ । ତତ୍ପରେ ରାମକୃଷ୍ଣ ବିବେକାନନ୍ଦଙ୍କୁ ଈଶ୍ୱର ଦର୍ଶନ କରାଇ ଦେଇନଥିଲେ, କିନ୍ତୁ ଈଶ୍ୱରଙ୍କ ସଂପର୍କରେ ବିବେକାନନ୍ଦଙ୍କୁ ଏପରି ଗଭୀର ଏବଂ ନିବିଡତା ମଧ୍ୟରେ ଅବର୍ଣ୍ଣନୀୟ ଅନୁଭବ ପ୍ରଦାନ କରାଇଥିଲେ ଯେ ଯାହାକୁ ଆଧାର କରି ବିବେକାନନ୍ଦ ତମାମ ଜୀବନ ଐଶ୍ୱରିକ ଉପଲବଧିରେ ତଲ୍ଲୀନ ରହି ବିଶ୍ୱ ଆଧ୍ୟାତ୍ମିକ ଜଗତରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାବେ ଏଯାବତ୍ ଅମ୍ଲାନ ରହିଛନ୍ତି ଯାହାକି ହୁଏତ ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ କିମ୍ବା ଦାର୍ଶନିକ ମଧ୍ୟ କରିପାରିନଥାନ୍ତେ । ଏତଦ୍ବ୍ୟତୀତ ଯୋଗ, ଯଜ୍ଞ ଓ ପଶୁବଳିକୁ ତମାମ ଜୀବନ ବିରୋଧ କରି ଆସିଥିବା ଭଗବାନ ବୁଦ୍ଧ, ଜୈନ ଅନ୍ୟମାନଙ୍କୁ ଈଶ୍ୱରଙ୍କୁ ଦେଖାଇବା ପାଇଁ ପ୍ରୟାସ କରିନାହାନ୍ତି, ବରଂ ଅନ୍ୟମାନଙ୍କ ଅନ୍ତରରେ ଗଭୀରତମ ପ୍ରଦେଶରେ ଅନିର୍ବଚନୀୟ ଅନୁଭବ ସୃଷ୍ଟି କରାଉଥିଲେ । ପ୍ରମାଣର ଊଦ୍ଧ୍ୱର୍ରେ ଥିଲା ସେ ଅମୃତମୟ ଅଭିବ୍ୟକ୍ତି । ବୁଦ୍ଧଦେବ ନିର୍ବାଣ ପ୍ରାପ୍ତି ହେବାର ଅନେକ ଦିନ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିଥିଲେ । ମୋ÷ନ ବ୍ରତର କଠୋରତା ମଧ୍ୟରେ ଜୀବନ ଯାତ୍ରା କରୁଥିଲେ ବି ତାଙ୍କ ମୁଖମଣ୍ଡଳରେ ଏକ ଅପୂର୍ବ ଜ୍ୟୋତି ପ୍ରକଟିତ ହେଉଥିଲା । ତାଙ୍କର ଏହି ନିରବତାକୁ ଦେଖି ପ୍ରଧାନ ଶିଷ୍ୟ ଆନନ୍ଦ ଦିନେ ପଚାରିଲେ ‘ହେ ଗୁରୁଦେବ! ଆପଣ ଏ ଦୀର୍ଘ ନିରବତା ଭଙ୍ଗ କରି ଆମକୁ ଏହାର ରହସ୍ୟ କୁହନ୍ତୁ ।’ ବୁଦ୍ଧଦେବ ସ୍ମିତହାସ୍ୟ ପ୍ରକଟିତ କରି କହିଲେ, ‘ମୁଁ କ’ଣ ବା କହିବି । ଏ ପୃଥିବୀରେ କେଉଁ ବ୍ୟକ୍ତବ୍ୟକୁ ଅବା କହିବି ? ମୁଁ ତପସ୍ୟାରେ ଯେଉଁ ଅସରନ୍ତି ଆନନ୍ଦ ଅନୁଭବ କରିଛି, ତାହା ବର୍ଣ୍ଣନା କରିହେବ ନାହିଁ । ବାସ୍ତବ ଆନନ୍ଦକୁ ଅନୁଭବ କରିନଥିବା ବ୍ୟକ୍ତିକୁ ଏକଥା କହିଲେ ତ ସେ ବ୍ୟକ୍ତି ମୋ ଆନନ୍ଦକୁ ଠିକ୍ ଭାବେ ଉପଲବଧି କରିପାରିବ ନାହିଁ । ତେଣୁ ସେହି ଅବର୍ଣ୍ଣନୀୟ ଆନନ୍ଦକୁ ଉପଲବଧି କରିନଥିବା ବ୍ୟକ୍ତି ଆଗରେ କହିବାର ଆବଶ୍ୟକତା ନାହିଁ । ଗୋ÷ତମ ବୁଦ୍ଧଙ୍କର ସ୍ୱର୍ଗୀୟ ଅନୁଭବ ତାଙ୍କ ମୁଖମଣ୍ଡଳରେ ଏକ ଦିବ୍ୟ ଜ୍ୟୋତି ଭାବରେ ପ୍ରକଟିତ ହେଉଥିଲା, ଯାହାକି କୋ÷ଣସି ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ । ତେଣୁ ଈଶ୍ୱର ହେଉଛନ୍ତି ଏପରି ଏକ ଅମୃତମୟ ଅନୁଭବ ଯାହାକୁ ଭାଷା, ବର୍ଣ୍ଣନା, ବକ୍ତୃତା, ପ୍ରବଚନ ମାଧ୍ୟମରେ ପ୍ରକାଶ କରାଯାଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ସେ ଅପ୍ରମାଣ୍ୟ ଓ ଅବର୍ଣ୍ଣନୀୟ ହୋଇ ରହିଛନ୍ତି ଓ ରହିଥିବେ ଚିରକାଳ । ସେହି ପରଂବ୍ରହ୍ମ ହେଉଛନ୍ତି ସର୍ବବ୍ୟାପୀ ଚେତନାର ବଳିଷ୍ଠ ଚୈତନ୍ୟ । ସେ ଅନନ୍ତ ଶକ୍ତିର ବୈଚିତ୍ରମୟ ସ୍ପନ୍ଦନ ଓ ସର୍ବଶ୍ରେଷ୍ଠ ପ୍ରଭାବଶାଳୀ ଅନୁଭୂତି । ସିଏ ହେଉଛନ୍ତି ଚିରକାଳ ରହସ୍ୟମୟ, ବିସ୍ମୟକର ସର୍ବଶକ୍ତିମାନ ଖେଳାଳି ବିଚିତ୍ରକର୍ମା ।
ଶ୍ରୀରାମଭବନ, ଜଗତ୍ସିଂହପୁର, ମୋ-୯୯୩୭୩୬୯୫୭୩