ଭାରତ ପାଇଁ ଆମେରିକାର ଚକ୍ରବୂ୍ୟହ


ସୋମେନ୍ଦ୍ର ଜେନା : ଆମେରିକା ନିଜର ସ୍ୱାର୍ଥକୁ ଛାଡିଦେଲେ ଇତିହାସରେ ଅନ୍ୟ କିଛିକୁ ଗୁରୁତ୍ୱ ଦେଇନଥାଏ । ସେ ନିକଟତର ରାଷ୍ଟ୍ର ହେଉ ବା ଶତ୍ରୁରାଷ୍ଟ୍ର, ସେଥିନେଇ କିଛି ଚିନ୍ତା କରେ ନାହିଁ । ପୃଥିବୀରେ ଅସ୍ଥିରତାକୁ କାଏମ ରଖିବା, ଯୁଦ୍ଧକୁ ଜାରିରଖିବା, ଯୁଦ୍ଧ ଆଳରେ ଅନ୍ୟ ରାଷ୍ଟ୍ରଗୁଡିକୁ ନିୟନ୍ତ୍ରଣ କରିବା, ଯୁଦ୍ଧାସ୍ତ୍ର ବଜାରର ବିକ୍ରି ବୃଦ୍ଧି କରିବା, କଟକଣା ଜାରିକରି ଶତ୍ରୁ ରାଷ୍ଟ୍ରର ଅର୍ଥନୀତିକୁ ଦୁର୍ବଳ କରିବା ପରି ଅନେକ ଅସ୍ତ୍ର ଆମେରିକା ପ୍ରୟୋଗ କରିଆସିଛି  ସମୟ ସମୟରେ । ଗୋଟିଏ ପଟେ ରୁଷିଆ ସହ ଲଢିବାକୁ ୟୁକ୍ରେନକୁ ବ୍ୟସ୍ତ ରଖିବା, ଇରାନ ସମର୍ଥକ ସନ୍ତ୍ରାସୀ ଗୋଷ୍ଠୀଙ୍କ ବିରୁଦ୍ଧରେ  ଲଢିବାକୁ ଇସ୍ରାଏଲକୁ ବ୍ୟସ୍ତ ରଖିଥିବା ଆମେରିକା ଏବେ ଭାରତକୁ ନିଜର ନିୟନ୍ତ୍ରଣରେ ରଖିବା ପାଇଁ ଦକ୍ଷିଣ ଏସିଆର ଅନେକ ରାଷ୍ଟ୍ର, ମୁଖ୍ୟତଃ ଭାରତର ପଡୋଶୀ ରାଷ୍ଟ୍ରଗୁଡିକରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଅରାଜକତାର ମଞ୍ଜି ବୁଣିବାରେ ଲାଗିଛି । 
ଭାରତର ରାଷ୍ଟ୍ରବାଦୀ ସରକାର ଆମେରିକା ପାଇଁ ଗାତ୍ରଦାହର ମୁଖ୍ୟ କାରଣ, ଯେଉଁଥି ପାଇଁ ବାରମ୍ବାର ·ପ ପ୍ରୟୋଗ କରିବା ସତ୍ତ୍ୱେ ଭାରତ ସରକାର ମଥାନତ କରିନାହାନ୍ତି । ଗୋଟିଏ ପଟେ କମୁ୍ୟନିଷ୍ଟ-ଇସଲାମିଷ୍ଟଙ୍କ ସମର୍ଥନରେ ସରକାରକୁ ଆସିଥିବା ବାଇଡେନ ସରକାର ନିର୍ବାଚନ ବର୍ଷରେ କିଛି ନୂଆ ଖେଳ ଖେଳି ଆମେରିକାର ଭୋଟରମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଇ ସରକାରକୁ ନିଜ ଦଳ ସପକ୍ଷରେ ରଖିବାକୁ ·ହାନ୍ତି । ଅର୍ଥାତ୍ ଡୋନାଲଡ ଟ୍ରମ୍ପଙ୍କ ପରିବର୍ତ୍ତନର ନେତୃତ୍ୱ ଆଗରେ ଲୋକେ ଜମାହେଲାବେଳେ ଡେମୋକ୍ରାଟିକ ଦଳ ଆମେରିକା ଭୋଟରମାନଙ୍କ ମତ ବିଭାଜନ କରାଇ ନିଜର ସମର୍ଥନ ବଢାଇବାକୁ ·ହେଁ । ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରେ ଟ୍ରମ୍ପ  ଭୟ କରିଯିବେ ବୋଲି ଯେପରି ଆଶା ବାଇଡେନ ରଖିଥିଲେ ତାହା ହୋଇନାହିଁ ବରଂ ଟ୍ରମ୍ପ ପୁନର୍ବାର ଅଧିକ ଉତ୍ସାହରେ ନିଜର ନିର୍ବାଚନ ପ୍ର·ର ଜାରି ରଖିଛନ୍ତି । ତେଣୁ ଦକ୍ଷିଣ ଏସିଆରେ ଆମେରିକା ନିଜର ହ୍ରାସ ପାଉଥିବା ପ୍ରଭୁତ୍ୱକୁ ବୃଦ୍ଧିକରିବା ଲକ୍ଷ୍ୟରେ ଭାରତର ପଡୋଶୀ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରରେ ବାରୁଦରେ ନିଆଁ ଧରାଉଛି । 
ଏହି କ୍ରମରେ ଆମେରିକା ପ୍ରଥମେ ଆଫଗାନିସ୍ଥାନକୁ ଆକସ୍ମିକ ଭାବେ ଛାଡିଦେଇ ସେଠାରେ ଅରାଜକତା ସୃଷ୍ଟି ପାଇଁ ଅସ୍ତ୍ରଶସ୍ତ୍ର ଛାଡି ·ଲିଗଲା । ସେ ମନେ କରିଥିଲା ପାକ୍ ସରକାରଙ୍କ ସହଯୋଗରେ ଛିଡା ହୋଇଥିବା ତାଲିବାନ ଗୋଷ୍ଠୀ କମ୍ ଦିନରେ ଭାରତ ଉପରେ ଚଢାଉ କରିବେ । ପାକିସ୍ଥାନ ସେମାନଙ୍କୁ କାଶ୍ମୀର ମାମଲାରେ ସଂପୃକ୍ତ କରାଇ ଭାରତକୁ ଅସ୍ଥିର କରାଇବ, କିନ୍ତୁ ତାହା ହେଲାନାହିଁ । ଅନେକ ବିରୋଧ ସତ୍ତ୍ୱେ ଆଫଗାନ ଲୋକମାନଙ୍କର ଭାରତ ପ୍ରତି ସମର୍ଥନ ତାଲିବାନକୁ ଭାରତର ବିରୋଧୀ ହୋଇ ଛିଡାହେବାରେ ପ୍ରତିବନ୍ଧକ ହେଲା । ବିଶେଷ ବାହ୍ୟ ସମର୍ଥନ କିମ୍ବା ସ୍ୱୀକୃତି ବିନା ଆର୍ଥôକ ଦୃଷ୍ଟିରୁ ଦେଶକୁ ସ୍ଥିର ରଖିବାରେ ଭାରତର କୂଟନୀତିକ ମାର୍ଗଦର୍ଶନ ଓ ଆର୍ଥôକ ସହାୟତା ତାଲିବାନ ସରକାରକୁ ଅନେକ ସାହାଯ୍ୟ କରିଛି । ତେଣୁ ତାଲିବାନ  ଭାରତ ସରକାରଙ୍କ ବିରୋଧୀ ହେବା ବଦଳରେ ପ୍ରଶଂସକ ହୋଇଛି । 
ଆମେରିକାର ଦ୍ୱିତୀୟ ଶିକାର ହେଲା ଶ୍ରୀଲଙ୍କା । ଦକ୍ଷିଣ ଏସିଆର ଏହି ଛୋଟ ଦେଶର ଆଭ୍ୟନ୍ତରୀଣ ଅସ୍ଥିରତାରୁ ଲାଭ ଉଠାଇବା ପାଇଁ ଆମେରିକା ଶ୍ରୀଲଙ୍କା ବିରୋଧରେ ମାନବାଧିକାର ବିଷୟ କହି କଟକଣା ଲଗାଇଲା । ବିଶ୍ୱ ମୁଦ୍ରାପାଣ୍ଠିର ଋଣ ନପାଇ ଶ୍ରୀଲଙ୍କା ବାଧ୍ୟ ହୋଇ ଚୀନର ଦ୍ୱାରସ୍ଥ ହେଲା ପରେ ନେତାମାନଙ୍କ ଅପରିଣାମଦର୍ଶିତା ଯୋଗୁ ଋଣ ଯନ୍ତାରେ ପଡିଗଲା । ଗୋଟିଏ ପଟେ ମହିନ୍ଦ୍ରା ସରକାରଙ୍କର ଭାରତ ବିରୋଧ, ଅପରପକ୍ଷେ ଆମେରିକା ସହ ସଂପର୍କ ଖରାପ କରି ପର୍ଯ୍ୟଟନ ଶିଳ୍ପ ପାଇଁ ରୁଷିଆର ନିକଟତର ହୋଇଥିବା ଶ୍ରୀଲଙ୍କା କରୋନା ଯୋଗୁ ଅନେକ କ୍ଷତିଗ୍ରସ୍ତ ହେଲା । ଦେଶ ଭିତରେ ଅଭାବ, ତୈ÷ଳ ସଂକଟ, ଯୋଗାଣରେ ଅସୁବିଧା ଯୋଗୁ ଦେଶ ଭିତରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେବା ବେଳେ ଆମେରିକା ଅରାଜକତା ସୃଷ୍ଟି ପାଇଁ ଯଥେଷ୍ଟ ଉଦ୍ୟମ କରି କିଛି ସଫଳତା ମଧ୍ୟ ପାଇଲା । ଆମେରିକାକୁ ପସନ୍ଦ କରୁନଥିବା ମହିନ୍ଦାଙ୍କ ସରକାରର ପତନ କରାଇବା ଆମେରିକାର ମୁଖ୍ୟ ଲକ୍ଷ୍ୟ ରହିଥିଲା । କିନ୍ତୁ ଇଷ୍ଟର ଅବସରରେ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ ହେବା ଓ ଦୁଇଶହରୁ  ଅଧିକ ଲୋକଙ୍କ  ମୃତୁ୍ୟ ଘଟିବା  ପରେ ଆମେରିକା ଦୁର୍ବଳ ହେଲା । ସନ୍ତ୍ରାସବାଦୀ ଗୋଷ୍ଠୀଙ୍କ ମାଧ୍ୟମରେ ଚୀନ ନିଜର ଲକ୍ଷ୍ୟ ସାଧନ କଲା । ତେବେ ଚୀନ ମନେ କରିଥିଲା ଶ୍ରୀଲଙ୍କା ସରକାର ଭାରତକୁ ଧୋକାଦେଇ ଅଧିକ ସୁଯୋଗ ଦେବେ । କିନ୍ତୁ ଭାରତର କୂଟନୀତିକ ·ଲ ଯୋଗୁ ଶ୍ରୀଲଙ୍କାର ଅର୍ଥନୀତିକୁ ସଜାଡିବାରେ ଭାରତ ଆଗରେ ରହି ଆର୍ଥôକ ସହାୟତା ଯୋଗାଇଦେଲା । ଶ୍ରୀଲଙ୍କାରେ ତାମିଲ ଆନେ୍ଦାଳନ ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ·ଲିଥିଲାବେଳେ ପାକ୍ ଓ ଚୀନ ଶ୍ରୀଲଙ୍କା ଲୋକମାନଙ୍କ ମନରେ ଭାରତ ବିରୋଧୀ ମନୋଭାବ ସୃଷ୍ଟି କରିବାକୁ ସକ୍ଷମ ହେବା ସହ କେତେକାଂଶରେ ସରକାରଙ୍କୁ ମଧ୍ୟ ଭାରତ ବିରୋଧୀ କରିବାକୁ ସଫଳ ହୋଇଥିଲେ । ଭାରତ ତାମିଲଙ୍କୁ ସମର୍ଥନ କରୁଥିବା କଥାକହି ଶ୍ରୀଲଙ୍କାରେ ଭାରତ ବିଦ୍ୱେଷୀଭାବ ଅଧିକ ସୃଷ୍ଟି କରିଥିଲେ ।
ଆମେରିକାର ତୃତୀୟ ଶିକାର ହେଲା ପାକିସ୍ଥାନ । ଇମ୍ରାନ ଖାଁଙ୍କ ସରକାର ଶାସନକୁ ଆସିବା ପୂର୍ବରୁ ଚୀନ ସିପେକ୍ ଯୋଜନା ମାଧ୍ୟମରେ ପାକିସ୍ଥାନରେ ନିଜ ସ୍ଥିତିକୁ ସୁଦୃଢ କରିପାରିଥିଲା । ଇମ୍ରାନ ସରକାର ଆର୍ଥôକ ସହାୟତା ଏବଂ ଢାଞ୍ଚାଗତ ନିର୍ମାଣ ଉଦେ୍ଦଶ୍ୟରେ ଚୀନକୁ ଅଧିକ ପସନ୍ଦ କରିବାରୁ ଆମେରିକା ସରକାର ·ପ ପ୍ରୟୋଗ କଲେ । କିନ୍ତୁ ଇମ୍ରାନଙ୍କ କୂଟନୀତିକ ଅପରିଣାମଦର୍ଶିତା ହେତୁ ସେ ସାଧାରଣରେ ଆମେରିକାକୁ ସମାଲୋଚନା କରି ଶତ୍ରୁ ହେବା ସହ ନିର୍ବାଚନରେ ସଫଳତା ଲାଭ କରି ମଧ୍ୟ ସରକାର ଗଠନ କରିପାରିଲେ ନାହିଁ । ତାଙ୍କ ଦଳକୁ ବେଆଇନ କରାଯିବା, ତାଙ୍କୁ ଜେଲକୁ ପଠାଯିିବାପରି ଷଡଯନ୍ତ୍ର ମଧ୍ୟ ସଫଳ ହେଲା । ଏବେ ଆମେରିକାର ଏକ କଣ୍ଢେଇ ସରକାର ଇସଲାମାବାଦରେ ବସିଛି, ଯାହାକୁ ନେଇ ଡୋନାଲଡ୍ ଲୁୁ ଖୁସି, ବାଇଡେନ ମଧ୍ୟ ସନ୍ତୁଷ୍ଟ । 
ଆମେରିକାର ପରବର୍ତ୍ତୀ ଶିକାର ହେଲା ମ୍ୟାନମାର । ସେଠାରେ ରୋହିଙ୍ଗିଆଙ୍କ ବିରୁଦ୍ଧରେ ବୋ÷÷ଦ୍ଧଭିକ୍ଷୁ ବିରାଥୁଙ୍କ ଆହ୍ୱାନ ଭାରୀ ପଡିଲା ଓ ରୋହିଙ୍ଗିଆ ଗୋଷ୍ଠୀ ମ୍ୟାନମାର ସେନାସହ ଲଢି ଦେଶରୁ ତଡା ଖାଇଲେ । ଏହାପରେ ଆମେରିକା ନିଜର ପ୍ରଭାବ ବୃଦ୍ଧି କରିବା ଲାଗି ନିର୍ବାଚନ ସମୟରେ ହସ୍ତକ୍ଷେପ କରିବା ଯୋଗୁ ମ୍ୟାନମାର ସେନା ଚୀନା ସରକାରଙ୍କ ପ୍ରରୋଚନାରେ ସରକାରକୁ ହଟାଇ ଶାସନକୁ ନିଜ ହାତକୁ ନେଲା । ଏବେ ଆମେରିକା ସେଠାରେ ଡବଲ ଗେମ୍  ଖେଳିବାକୁ ଆରମ୍ଭ କରିଛି । ଗୋଟିଏ ପଟେ ବିଦ୍ରୋହୀଙ୍କୁ ସେନା ବିରୁଦ୍ଧରେ ଲଢିବାଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇଦେଲା ବେଳେ ଅନ୍ୟପଟେ ମ୍ୟାନମାରକୁ ଫେରିବାଲାଗି ରୋହିଙ୍ଗିଆଙ୍କୁ ଉସ୍କାଉଛି । ଯେଉଁଥିପାଇଁ ନିକଟରେ କେତେକ ମ୍ୟାନମାର ବିଦ୍ରୋହୀ ରୋହିଙ୍ଗିଆଙ୍କ ଉପରେ ଡ୍ରୋନ ଯୋଗେ ଆକ୍ରମଣକରି ଆମେରିକାକୁ ଚେତାବନୀ ଦେଇଛନ୍ତି । ଆମେରିକାର ଅନ୍ୟତମ ଶିକାର ହୋଇଛି ନେପାଳ । କମୁ୍ୟନିଷ୍ଟ ସରକାର ନେପାଳରେ ଆସିବାପରଠାରୁ ଆମେରିକାର ପ୍ରଭାବ ହ୍ରାସ ପାଇବା ସହ ଚୀନର ପ୍ରଭାବ ବୃଦ୍ଧି ପାଇଛି । ହିନ୍ଦୁ ରାଷ୍ଟ୍ରରୁ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ ହୋଇଥିବା ନେପାଳର ପୂର୍ବାଞ୍ଚଳରେ ଏବେ ଆଖିବୁଜା ଧର୍ମାନ୍ତରଣ ଜାରି ରହିଛି । ନେପାଳକୁ ବିଶ୍ୱ ମୁଦ୍ରାକୋଷ ସହାୟତା କ୍ଷେତ୍ରରେ ଆମେରିକା ·ପ ସୃଷ୍ଟି କରୁଛି । ଆଗାମୀ ଦିନରେ ନେପାଳରେ ଧର୍ମାନ୍ତରଣକୁ ଆଳକରି ଆମେରିକା ସେଠାରେ ସଂଘର୍ଷ ସୃଷ୍ଟି କରିପାରେ । 
ଆମେରିକାରେ ନଗଦ ଶିକାର ହେଲା ବଙ୍ଗଳାଦେଶ । ବଙ୍ଗଳାଦେଶର ହାସିନା ସରକାର ଆମେରିକା ନିକଟରେ ମଥାନତ ନ କରିବା ତାଙ୍କ ପାଇଁ ମହଙ୍ଗା ପଡିଲା । ସେଣ୍ଟମାର୍ଟିନ ଦ୍ୱୀପକୁ ଆମେରିକାର ସେନାଘାଟୀ ପାଇଁ ନଦେବା ଗାତ୍ରଦାହର ମୁଖ୍ୟକାରଣ ବୋଲି ନିଜେ ହାସିନା ସ୍ୱୀକାର କରିଛନ୍ତି ।  ଏପରିକି ମଇମାସରେ ଡୋନାଲଡ ଲୁ ବଙ୍ଗଳାଦେଶ ଗସ୍ତକରି ପୁନର୍ବାର ·ପ ପ୍ରୟୋଗ କରିଥିଲେ ମଧ୍ୟ ତାହା ସଫଳ ନହେବାରୁ ଆମେରିକାରେ ସକ୍ରିୟ ଏବଂ ବଙ୍ଗଳାଦେଶରେ ନିଷିଦ୍ଧ ଜମାତେ ଇସଲାମୀ ଗୋଷ୍ଠୀକୁ ଦେଶରେ ଅସ୍ଥିରତା ସୃଷ୍ଟିକରି ସରକାରକୁ ହଟାଇବାକୁ ଦାୟିତ୍ୱ ଦିଆଗଲା । ବଙ୍ଗଳାଦେଶ ସେନାବାହିନୀର କିଛି ଅଧିକାରୀଙ୍କୁ ଏହି ଷଡଯନ୍ତ୍ରରେ ସାମିଲ କରାଗଲା ।  ଢାକାର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ସିଆଇଏର ଅଧିକାରୀମାନେ ଯୋଜନାର ରୂପାୟନ ପାଇଁ ଉଦ୍ୟମ କଲେ । ହିନ୍ଦୁଙ୍କ ଉପରେ ଆକ୍ରମଣ ହେଲେ ଭାରତ ସରକାର ସେନା ହସ୍ତକ୍ଷେପ କରିବେ ବୋଲି ଆମେରିକା ସରକାର ଆଶା କରୁଥିଲେ । ସେଥିପାଇଁ  ଦୁଇମାସ ଆଗରୁ ଆମେରିକା ପକ୍ଷରୁ କୁହାଗଲା ଯେ ଭାରତ ନିକଟରେ ଏକ ଯୁଦ୍ଧର ସମ୍ମୁଖୀନ ହେବ । ଭାରତ ଯୁଦ୍ଧକୁ ଗଲେ ଆମେରିକା ସାହାଯ୍ୟ କରିବ ନାହିିଁ । କାରଣ ବଙ୍ଗଳାଦେଶ ଯୁଦ୍ଧବେଳେ ଭାରତ ସପକ୍ଷରେ ଆମେରିକା ନଥିଲା, କିମ୍ବା ଏବେ ମଧ୍ୟ ନାହିଁ । ସେତେବେଳେ ଭାରତକୁ ଭୟ ଦେଖାଇବାକୁ ·ହିଁ ମଧ୍ୟ ଆମେରିକା ସଫଳ ହୋଇନଥିଲେ ମଧ୍ୟ ଶେଖ ମୁଜିବୁର ରହମାନଙ୍କ ପରିବାରର ୧୬ଜଣଙ୍କୁ ହତ୍ୟା କରାଇ ପୁନର୍ବାର ପାକ୍-ପନ୍ଥୀ ସରକାରକୁ ବଙ୍ଗଳାଦେଶରେ ଛିଡା କରି ପ୍ରାୟ ୩୦ବର୍ଷ କାଳ ନିଜ ପ୍ରଭାବ ମଧ୍ୟରେ ରଖିଲା । କେବଳ ସେତିକି ନୁହେଁ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ଅସ୍ଥିର କରିବା ପାଇଁ ବଙ୍ଗଳାଦେଶ ଭିତରେ ସନ୍ତ୍ରାସବାଦୀ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାରେ ଆଇଏସ୍ଆଇକୁ ମୋ÷÷ନ ସମର୍ଥନ ପ୍ରଦାନ କଲା । ଚଳିତବର୍ଷ ଶେଖ ହାସିନାଙ୍କ ବିଦେଶଯାତ୍ରାକୁ ରୋକିବା ଲାଗି ଆମେରିକା ନିଜ ସହଯୋଗୀ ରାଷ୍ଟ୍ରଗୁଡିକ ଉପରେ ·ପ ପକାଇ ଭିସା ବନ୍ଦ କରାଇଲା । ଅପରପକ୍ଷେ ଲଣ୍ଡନରେ ଖାଲିଦାଜିଆଙ୍କ ପୁଅ ସହ ବ୍ରିଟେନ ଓ ଆମେରିକାର ଅଧିକାରୀମାନଙ୍କ ସାକ୍ଷାତ ପରେ ଏପରି ଷଡଯନ୍ତ୍ର ହେବା ଆଶା କରାଯାଉଥିଲା । କିନ୍ତୁ ଶେଖ ହାସିନାଙ୍କ ଦୁର୍ବଳ କୂଟନୀତି ଏବଂ କମ୍ ବୁଝିବା ଶକ୍ତି ଯୋଗୁ ସେ ବିରୋଧୀମାନଙ୍କୁ  ଶାନ୍ତ କରିବାକୁ ସକ୍ଷମ ହେଲେ ନାହିଁ । ଗତ ଜାନୁଆରୀ ମାସର ନିର୍ବାଚନକୁ ଆମେରିକା ବିରୋଧ କରିଥିବା ହେତୁ ଯେତେଟା ଅଧିକ ସତର୍କ ହେବା କଥା ତାହା ସେ ନକରିବାରୁ ନେଡିଗୁଡ କହୁଣିକୁ ବହିଗଲା । ହେଲେ ହାସିନାଙ୍କୁ ମୁଜିବଙ୍କ ପରି ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିଲା ବେଳେ ଭାରତ ସରକାରଙ୍କ ହସ୍ତକ୍ଷେପ ଯୋଗୁ ତାହା ସମ୍ଭବପର ହେଲାନାହିଁ । ଦଙ୍ଗାକାରୀମାନେ ବିକ୍ଷୋଭ ନାମରେ ଯେପରି ଲୁଟପାଟ, ପୋଡାଜଳା, ହିନ୍ଦୁହତ୍ୟା, ମନ୍ଦିର ଉପରେ ଆକ୍ରମଣ, ମୁଜିବଙ୍କ ମୂର୍ତ୍ତିଭଙ୍ଗା କାର୍ଯ୍ୟ କଲେ ତାହା ଯୋଜନାବଦ୍ଧ ଥିଲା । ଏହି ଆଳରେ ସେମାନେ ପ୍ରଧାନମନ୍ତ୍ରୀ ନିବାସକୁ ଘେରି ହାସିନାଙ୍କୁ ହତ୍ୟା କରିବା ଯୋଜନା ରହିଥିଲା । 
ଏତିକିରେ ଆମେରିକାର ଷଡଯନ୍ତ୍ର ସରିନାହିଁ । ଏସବୁ ଚକ୍ରବୂ୍ୟହ ରଚନାର କେନ୍ଦ୍ରରେ ରହିଛି ଭାରତ । ମଇ ମାସରେ ଡୋନାଲଡ ଲୁ ଭାରତ ଆସି ନରେନ୍ଦ୍ର ମୋଦିଙ୍କ ସରକାରର ପତନ ପାଇଁ ପ୍ରୟାସ କରି ସଫଳ ନହେବା ପରେ ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରଦୂତ ଗାର୍ସେଟ୍ଟିଙ୍କୁ ଆମେରିକା ଫେରାଇ ନିଆଗଲା । ପୂର୍ବରୁ ଦେଢବର୍ଷ ଧରି ଏହି ପଦ ରିକ୍ତ ରହିଥିଲା । ଏବେ ଜାତିଭିତ୍ତିକ ଜନଗଣନା, ସ୍ଥାନ ସଂରକ୍ଷଣ ପରି ବିଷୟକୁ କେନ୍ଦ୍ରକରି ଆଗାମୀ ଦିନରେ ଭାରତକୁ ବଙ୍ଗଳାଦେଶରେ ପରିଣତ କରିବାକୁ ଯେଉଁ ଯୋଜନା ·ଲୁରହିଛି ତାର ମୋହରା ଭାରତର ଅନେକ ବିରୋଧୀଦଳ ନେତା ହୋଇଛନ୍ତି । ସେଥିପାଇଁ ମିସ୍ ଇଣ୍ଡିଆରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବାକୁ ରାହୁଳ ଗାନ୍ଧି କହିବାରେ ଲାଗିଛନ୍ତି । ଚନ୍ଦ୍ରଶେଖର ରାବଣ ପରି ଉତ୍ତର ପ୍ରଦେଶର ସାଂସଦ ଜାତିଭିତ୍ତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । କିସାନ ନେତା ଟିକାୟତ ମଧ୍ୟ ଲାଲକିଲ୍ଲା ସହ ପାର୍ଲିଆମେଣ୍ଟରେ ଖାଲିସ୍ଥାନୀ ଚଢିଯାଇଥିଲେ ସବୁଖେଳ ସରିଯାଇଥାନ୍ତା ବୋଲି କହି ବୁୁଲୁଛନ୍ତି । ତେଣେ ଆମେରିକାରେ ପନ୍ନୁ ଆମେରିକାର ସୁରକ୍ଷାରେ ରହି ଭାରତ ବିରୋଧୀ ଭାଷଣ ଦେଇ·ଲିଛି । ଏସବୁ ଷଡଯନ୍ତ୍ରକୁ ଆମକୁ ବୁଝିବାକୁ ହେବ । ଆଗାମୀ ଦିନରେ ଭାରତର ଭୟଙ୍କର ଷଡଯନ୍ତ୍ର ଅରାଜକତା ସୃଷ୍ଟି ପାଇଁ ଯେଉଁ ଯୋଜନା ·ଲୁରହିଛି ସେଥିପ୍ରତି ସତର୍କରହି ଆଗୁଆ ପଦକ୍ଷେପ ନେବାକୁ ହେବ । ଦେଶକୁ ଚକ୍ରବୂ୍ୟହରୁ ବାହାର କରିବାକୁ ହେବ । କାରଣ ନିର୍ବାଚନ ଘୋଷଣା ହେବା ପରେ ଅବଦୁଲ୍ଲାଙ୍କ ଦଳର ନେତାଙ୍କ ସହ ଆମେରିକା ଅଧିକାରୀଙ୍କ ଆଲୋଚନା ଏସବୁର ଆଗୁଆ ସଂକେତ ଦେଉଛି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩