ରାଧାକୃଷ୍ଣ ମନ୍ଦିରର ପ୍ରଥମ ବାର୍ଷିକୋତ୍ସବ

କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାମପୁର-କଇଥା ସ୍ଥିତ ରାଧାକୃଷ୍ଣ ମନ୍ଦିରର ପ୍ରଥମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଧାକୃଷ୍ଣ ଯାଦବ ମହାସଭା  ମୁଖ୍ୟ ପରାମର୍ଶଦାତା ଡ. କୁଶ ଚନ୍ଦ୍ର ପ୍ରଧାନଙ୍କ ସଂଯୋଜନା, ଶିକ୍ଷାବିତ ରଘୁନାଥ ବେହେରାଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ଓ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସମାଜସେବୀ ତଥା ସାହିତି୍ୟକା ମିନତୀ ସାହୁ, ଜଗନ୍ନାଥ ସଂସ୍କୃତିର ଗବେଷକ ଗଣେଶ୍ୱର ପରିଡା, ରାଧାକୃଷ୍ଣ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଛାତ୍ରଛାତ୍ରୀ ତଥା ସମସ୍ତଙ୍କର ନୈତିକ, ଆଧ୍ୟାତ୍ମିକ, ମାର୍ମିକ ସଂସ୍କାର ଓ ଅଭିବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ । କବି ସୁଦାମ ଚରଣ ନାୟକ ଓ ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ ଏକ ଆଧ୍ୟାତ୍ମିକ କବିତା ଆସରରେ କବି ଓ ନାଟ୍ୟକାର ସୁକାନ୍ତ ରାଉତ, ଅଶ୍ୱିନୀ ଦାସ, ଇନ୍ଦ୍ରମଣି ମହାକୁଡ଼, ଶରତ ଦାସ, ଗଣେଶ୍ୱର ପରିଡା, ସୁଦାମ ଚରଣ ନାୟକ ଓ ଗଣେଶ୍ୱର ବେହେରା, ବିଜୟ କର ନିଜନିଜର ଆଧ୍ୟାତ୍ମିକ କବିତା ପାଠ କରିଥିଲେ । କବି ଓ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ଶ୍ରେଣୀ ଛାତ୍ର କୁନି ପ୍ରବଚକ ଶ୍ରୀମାନ ସାଇଶୁଭମ ଗାହାଣ ପ୍ରବଚନ ପ୍ରଦାନ କରିଥିବାବେଳେ ରାମପୁର କଇଥାର ଯାଦ୍ୱ ଭାଇମାନେ ଲଉଡି ଖେଳ ପ୍ରଦର୍ଶନ କରିଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟରେ ସର୍ବସାଧାରଣ ଯୋଗଦେଇଥିଲେ । ପୁରୋଧା ପ୍ରମୋଦ କୁମାର ପଣ୍ଡାଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ସଂଚାଳିତ ହୋଇଥିବାବେଳେ ସୁନାକାର ପଣ୍ଡା ଓ ବାପିନା ପଣ୍ଡା ସହ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । କାର୍ଯ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଧବଳେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଘନଶ୍ୟାମ ପଲେଇ, ବିନୋଦିନୀ ସେଠି, ଲିପ୍ସାରାଣୀ ବାରିକ, ଲିଲି ରାଉତ, ଅମ୍ବୁଜ କୁମାର ରାଉତ, ଗିରିଧାରୀ ପଲେଇ, ପ୍ରମୋଦ ପଲେଇ, ପ୍ରକାଶ ପଲେଇ, ସୁଦାମ ଚରଣ ଦାସ, ଭଗବାନ ରାଉତ, ଚୈତନ୍ୟ ଚରଣ ରାଉତ, ଶକ୍ତିଧର ଦାସ,ଅମୁଲ୍ୟ ରାଉତ, ବିକ୍ରମ ବାରିକ, ଅଜୟ ନାଟିଆ, ବିଶ୍ୱରଞ୍ଜନ ନାଟିଆ, ବାବୁଧର ଖଟୁଆ, ଗୋବିନ୍ଦ ପଲେଇ,ଚଗଲି ଦାସ, ପାଣ୍ଡବ ରାଉତ ଓ ରାମପୁର କଇଥା ଯୁବକ ସଂଘର କର୍ମକର୍ତା ଓ ଗ୍ରାମବାସୀ ଯୋଗ ଦେଇଥିଲେ । ନାରାୟଣ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।