ମୁଣ୍ଡ ଉପରେ ସ୍ନାନ ପୂର୍ଣ୍ଣିମା; ହୋଇନି ସ୍ନାନ ମଣ୍ଡପ କାର୍ଯ୍ୟ


 ସୁକିନ୍ଦା: ମୁଣ୍ଡ ଉପରେ ସ୍ନାନ ପୂର୍ଣ୍ଣିମା । ସୁକିନ୍ଦା ନୂତନ ବିଗ୍ରହଙ୍କ ପାଇଁ ସ୍ନାନ ମଣ୍ଡପ ନିର୍ମାଣ ହୋଇନଥିବାରୁ ସାଧାରଣରେ ଅସନ୍ତୋଷର କାରଣ ହୋଇଛି । ଚଳିତ ବର୍ଷ ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତିଙ୍କ ବିଗ୍ରହ ପରିବର୍ତନ କାର୍ଯ୍ୟ ଯଥାବିଧି ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ନୂତନ ବିଗ୍ରହଙ୍କ ଆକାର ପୂର୍ବ ବିଗ୍ରହଙ୍କ ଠାରୁ ଯଥେଷ୍ଟ ବଡ଼ ହୋଇଥିବାରୁ ନୂତନ ବିଗ୍ରହ ମନ୍ଦିର ରନôବେଦିରେ ଥିବା ବସିବା ସ୍ଥାନରେ ବସିପାରିନଥିଲେ । ବାଧ୍ୟହୋଇ ରାତିରେ ରନôବେଦୀର ବସିବା ମଣ୍ଡପକୁ ହଙ୍ଗାଯାଇଥିଲା । ଗୁଣ୍ଡିଚା ବାହୁଡାÿ ସମୟ ମଧ୍ୟରେ ପୁନଃ ନିର୍ମାଣ କରିବାକୁ ଦେବୋତର ବିଭାଗ ପକ୍ଷରୁ କୁହାଯାଇଥିଲା । ସେହିପରି ସ୍ନାନ ମଣ୍ଡପରେ ଓ ଗୁଣ୍ଡିଚା ମନ୍ଦିରରେ ଥିବା ପ୍ରଭୁଙ୍କ ବସିବା ସ୍ଥାନ ଯଥେଷ୍ଟ ଛୋଟ ଥିବାରୁ ସେଗୁଡିକୁ ନିର୍ମାଣ କରିବାକୁ ମଧ୍ୟ ଦେବୋତର ବିଭାଗ ପକ୍ଷରୁ କୁହାଯାଇଥିଲା । ସେଠାରେ ଚତୁର୍ଦ୍ଧା ମୂର୍ତୀଙ୍କ ବସିବା କଷ୍ଟସାଧ୍ୟ ବୋଲି ମହାପ୍ରଭୁଙ୍କ ସେବାୟତ ମାନେ ବିଗ୍ରହ ପ୍ରତିଷ୍ଠା ସମୟରେ ଅବଗତ କରାଇଥିଲେ । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାକୁ ମାତ୍ର ଆଠଦିନ ବାକି ଥିବାବେଳେ କାର୍ଯ୍ୟ ଆରମ୍ଭ ନହେବା ଘଟଣାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘଦିନ ପୂର୍ବରୁ ମନ୍ଦିର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଯେଉଁଥିରେ ମନ୍ଦିରର ସ୍ନାନ ମଣ୍ଡପ, ଆନନ୍ଦ ବଜାର, ଭୋଗ ମଣ୍ଡପ ଆଦି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହେବାକଥା । କିନ୍ତୁ ସଂପୃକ୍ତ ଠିକାଦାର ଦୀର୍ଘଦିନ ହେବ କେବଳ ଆନନ୍ଦ ବଜାରର କିଛି ପିଲାର ଛିଡ଼ାକରି କାମ ବନ୍ଦକରି ରଖିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଠିକାଦାରକୁ ସ୍ଥାନୀୟ ଲୋକେ କାମ ଶୀଘ୍ର କରିବାକୁ କହିଥିଲେ ମଧ୍ୟ ସେ କିଛି ଶୁଣିନଥିବା ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷର କାରଣ ପାଲଟିଛି । ସୁକିନ୍ଦା ତହସିଲଦାର ସ୍ଥାନୀୟ ଦେବୋତର ବିଭାଗ ମୁଖ୍ୟ ହୋଇଥିଲେ ମଧ୍ୟ ମନ୍ଦିର କାର୍ଯ୍ୟରେ ଏଭଳି ଅନିୟମିତତା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି ।