ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର
ଯାଜପୁର ଟାଉନ : ଚଳିତ ବଜେଟରେ ଖବରଦାତାଙ୍କୁ ରାଜ୍ୟ ସରକାର ଅଣଦେଖା କରିଥିବା ଅଭିଯୋଗ ଆଣିଛି ଓଡ଼ିଶା ସାମ୍ବାଦିକ ସଙ୍ଘ (ଓୟୁଜେ) । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା କି ସରକାର ଆସିଲେ ଆମ୍ଭ ରାଜ୍ୟରେ କାର୍ଯ୍ୟରତ ଖବରଦାତାଙ୍କୁ ପେନସନ ଏବଂ ସୁରକ୍ଷା ପ୍ରଦାନ କରିବୁ । ରାଜ୍ୟରେ ବିଜେପି ସରକାରକୁ ୮ମାସ ବିତିଯାଇଥିଲେ ମଧ୍ୟ ଚଳିତ ବଜେଟରେ ଖବରଦାତାଙ୍କ ପାଇଁ ଦିଆଯାଇଥିବା କୌଣସି ପ୍ରତିଶ୍ରୁତି ପାଳନ କରାଗଲା ନାହିଁ । ଏଣୁ ରାଜ୍ୟର ସର୍ବପୁରାତନ ଓୟୁଜେ ଯାଜପୁର ଜିଲା ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ୩ ଦଫା ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ଉଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର କ୍ୟାବିନେଟ ବସାଇ ସମଗ୍ର ରାଜ୍ୟର କାର୍ଯ୍ୟରତ ଖବରଦାତା ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ କରାଯାଉ, ନଚେତ ସଙ୍ଘ ପକ୍ଷରୁ ଆନେ୍ଦାଳନ କରାଯିବା ସହିତ ବିଧାନସଭା ଘେରାଉ କରାଯିବା ବୋଲି ସୂଚନା ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସଙ୍ଘ ପକ୍ଷରୁ ରାଜ୍ୟ ଉପ-ସଭାପତି ରାଜୀବ ମହାନ୍ତି, ଜିଲାସଭାପତି ଅରୁଣ ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପ ସଭାପତି ଦେବ ପ୍ରକାଶ ସାହୁ, ପ୍ରବୋଧ ମିଶ୍ର, ଉପଦେଷ୍ଟା ଆଦିତ୍ୟ ମେକାପ, ଅଜୟ ରଣା, ଅକ୍ଷୟ ଦାସ, ଏକାଦଶୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
