ହିମାଂଶୁଙ୍କ ଜନ ଆଶୀର୍ବାଦ ସମାବେଶରେ ଜନ ସମାଗମ

କବାଟବନ୍ଧ : ବିଜେପି ନେତା ହିମାଂଶୁ ଶେଖର ସାହୁ ଟିକେଟ ପାଇବାରୁ ବଞ୍ଚିତ ଥିଲେ ବି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜୋନସ୍ତରରେ ଜନ ଆଶୀର୍ବାଦ ସମାବେଶ ଆୟୋଜନ କରି ଜନସମର୍ଥନ ହାସଲ କରିବାରେ ଲାଗିଛନ୍ତି । ଏହିକ୍ରମେ ଗୁରୁବାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାରକଣାଖେଳ ପଡିଆ ଠାରେ ଆୟୋଜିତ ଜନ ଆଶୀର୍ବାଦ ସମାବେଶରେ ବ୍ୟାପକ ଜନସମାବେଶ ହୋଇଥିଲା । ଅପରାହ୍ନରେ ଆୟୋଜିତ ସମାବେଶରେ ୧୧ ଏବଂ ୧୨ ନମ୍ବର ଜୋନର ବହୁ ବିଜେପି କର୍ମକର୍ତ୍ତା ଓ ସମର୍ଥକ ଏବଂ ମହିଳା ସାମିଲ ହୋଇଥିଲେ । ହିମାଂଶୁ ଯୋଗ ଦେଇ ଧର୍ମଶାଳାର ସ୍ୱାଭିମାନକୁ ବଞ୍ଚେଇବା ପାଇଁ ଧର୍ମଶାଳା ବାସୀଙ୍କ ଅକୁଣ୍ଠ ସହଯୋଗ ଓ ଆଶୀର୍ବାଦ ଆବଶ୍ୟକ ବୋଲି କହିଥିଲେ । ଧର୍ମଶାଳାରେ ଦୁର୍ନୀତି, ଭଷ୍ଟାଚାର,୨୦ ବର୍ଷ ଧରି ଚାଲିଥିବା ବଂଶବାଦ ଶାସନକୁ ହଟାଇବା ପାଇଁ ଆମେ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ୧୧ ନମ୍ବର ଜୋନ ଅଂଜିରା ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ରବୀନ୍ଦ୍ର କୁମାର ସ୍ୱାଇଁ ନିଜ ସମର୍ଥକଙ୍କ ସହିତ ବିଜେପି ଦଳରେ ଯୋଗ ଦେଇଥିଲେ । ଶ୍ରୀ ସାହୁ ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଗିରିଗାରିମା ମହାନ୍ତି, ଚନ୍ଦ୍ରମଣି ପଣ୍ଡିତ, ଚନ୍ଦ୍ରମଣି ସାହୁ, ଶ୍ରୀବତ୍ସ ଧୀର, ଦେବୀ ପ୍ରସାଦ ସାମନ୍ତ, ରଞ୍ଜିତ ଦୋରା, ଲିପି ସାହୁଙ୍କ ସମେତ ୬ ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ।