ଓସ୍ତପାଳ ଫିଡର ଲୋକାର୍ପିତ

ଟମକା: ଡୁବୁରୀ ସବ୍ ଡିଭିଜନ ବିଦୁ୍ୟତ୍ କାର୍ଯ୍ୟାଳୟ ଅଧିନସ୍ଥ ଦେଉଳକଣ ଟମକା ଗ୍ରୀଡ଼ ସବ୍ ଷ୍ଟେସନରୁ ବହୁ ପ୍ରତୀକ୍ଷିତ ଓସ୍ତପାଳ ଫିଡ଼ର ଲୋକାର୍ପିତ ହୋଇଛି । ଧବଳଗିରି ମୁଖ୍ୟ କାର୍ଯ୍ୟାଳୟର ବିଭାଗୀୟ ନିର୍ବାହି ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉକ୍ତ ୧୧କେଭି ଫିଡରକୁ ଲୋକାର୍ପିତ କରିଛନ୍ତି । ଯାହା ଫଳରେ ୨୦୧୧ ମସିହାରୁ ନଛିପୁରା ଫିଡର ଉପରେ ନିର୍ଭରଶୀଳ ଥିବା ୭ହଜାର ୬ଶହ ଉପଭୋକ୍ତାଙ୍କ ଦୀର୍ଘଦନର ବିଦୁ୍ୟତ୍ ସମସ୍ୟା ଦୂର ହୋଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡୁବୁରୀ ବିଦୁ୍ୟତ କାର୍ଯ୍ୟାଳୟ ଉପ ବିଭାଗିୟ ଅଧିକାରୀ ବିଭୁଦତ ସାହୁ, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଦାସ, ପ୍ରକଳ୍ପ ଯନ୍ତ୍ରୀ ଦୀପକ ପ୍ରଧାନ, ସହକାରୀଯନ୍ତ୍ରୀ ଗଦାଧର ନନ୍ଦଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।