ଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ପୁରୀ ପରିଚାଳନା ନିଦେ୍ର୍ଦଶକ


ାା ପ୍ରଭାନୁ୍ୟଜ୍ ।ା ଯାଜପୁର ଟାଉନ : ଶ୍ରୀ ଜଗନ୍ନାଥ ଚେତନା ଓ ଲୀଳାକ୍ଷେତ୍ର ବିକାଶ ପରିଷଦ ପୁରୀର ଏକ ପ୍ରତିନିଧି ଦଳ ଏହାର ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଯାଜପୁର ଜଗନ୍ନାଥ ମନ୍ଦିରକୁ ପରିଦର୍ଶନ କରିଥିଲେ । ପ୍ରତିନିଧି ଦଳକୁ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସ୍ୱାଗତ କରି ମନ୍ଦିରର ଇତିହାସ ସଂପର୍କରେ ସୂଚନା ଦେଇଥିଲେ ।  ପ୍ରତିନିଧି ଦଳ ଯାଜପୁର ସଂସ୍କୃତି ବିଶେଷକ ଡଃ. ଜ୍ଞାନରଞ୍ଜନ ପତିଙ୍କ ସହ ମନ୍ଦିର ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ । ଡଃପତି ମନ୍ଦିର ନିର୍ମାଣ ଓ ଦେବତା ସ୍ଥାପନର ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇ କହିଥିଲେ ଯେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦିପୀଠ ହେଉଛି ଯାଜପୁର । ରାଜା ଯଯାତି ସୋନପୁରର ଗୋପାଳୀ ଠାରେ ୧୪୪ବର୍ଷ ପାତାଳୀ ଥିବା ଚତୁର୍ଦ୍ଧା ମୂର୍ତିଙ୍କୁ ଉଦ୍ଧାର କରି ଆଣି ଯାଜପୁରରୁ ଯେଉଁ ମଣ୍ଡପରେ ରଖିଥିଲେ ସେହି ମଣ୍ଡପର ପାଦପୀଠ ଉପରେ ଆଜିର ମନ୍ଦିର ଶୋଭା ପାଉଛି । ରାଜା ଯଯାତି ଜଗଦ୍ଗୁରୁଙ୍କ ପରାମର୍ଶରେ ଦିଅଁ ମାନଙ୍କୁ ଏଠାରୁ ଶ୍ରୀକ୍ଷେତ୍ରକୁ ନେଇ ନବକଳେବର ପୂର୍ବକ ୩୮ ହାତର ଦେଉଳରେ ପ୍ରତିଷ୍ଠିତ କରିଥିଲେ । ଏହି ସ୍ମୃତିରେ ସେହି ମଣ୍ଡପର ପାଦପୀଠ ହିଁ ଜଗନ୍ନାଥ ସଂସ୍କୃତିର ପ୍ରମୁଖ ଓ ପ୍ରାଚୀନତମ ସ୍ୱାକ୍ଷର ବୋଲି ଡଃ ପତି କହିଥିଲେ । ପ୍ରତିନିଧି ଦଳ ପ୍ରଥମେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ପରେ ସାଂସଦ ଓ ଗବେଷକମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ପ୍ତାପ୍ତବସର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ମିଶ୍ର, ସାମ୍ବାଦିକ ସମରଜିତ ମହାନ୍ତି, ତପନ କୁମାର ମହାରଣ୍ୟ ଶର୍ମା, ସଂଜୟ ସିଂ, ସୁଦୀପ୍ତ କୁମାର ପଣ୍ଡା ଓ କୁଆଖିଆ ଜଗନ୍ନାଥ ଚେତନା ପ୍ରତିଷ୍ଠାନର କର୍ମକର୍ତାବୃନ୍ଦ ଉପସ୍ଥିତ ଥିଲେ ।