ଅଷ୍ଟମ ଆରପିଡ଼ିଏସି ବୈଠକ , ମୂଳ ଦାବିକୁ ଏଡ଼େଇ ଗଲେ ଅଧିକାରୀ; ବିସ୍ଥାପିତ କହିଲେ ଆମ କଥା କିଛି ଶୁଣାଗଲାନି
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର-ଯଖପୁରା : ବର୍ଷେ ନୁହେଁ କି ୩ମାସ ନୁହେଁ । ୩ମାସରେ ଥରେ ବସିବାକୁ ଥିବା ଆରପିଡ଼ିଏସ ବୈଠକ ଦୀର୍ଘ ୮ମାସ ପରେ ଆଜି ସେଲିବ୍ରେସନ ମଣ୍ଡପ ବ୍ୟାସନଗର ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ପି.ପରମେଶ୍ୱରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କଳକାରଖାନା ପାଇଁ ହୋଇଥିବା ବିସ୍ଥାପିତ, ବିଭିନ୍ନ କାରଖାନା ପାଇଁ ହେବାକୁ ଥିବା ବିସ୍ଥାପିତ ପ୍ରତିନିଧି, ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଶିଳ୍ପ ପ୍ରତିନିଧି, ଜିଲାପାଳ, ଅତିରିକ୍ତ ଜିଲାପାଳ କଳିଙ୍ଗନଗର, ଏସପି, ଡ଼ିଏଫଓ, ଭୂ-ଅର୍ଜନ ଅଧିକାରୀ, ସୁକିନ୍ଦା ତହସିଲଦାର, ଦାନଗଦୀ ତହସିଲଦାର, ଇଡ଼କୋ ଅଧିକାରୀ, ପ୍ରଦୂଷଣ ଅଧିକାରୀ, ବିଡ଼ିଓ ଦାନଗଦୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଦୀର୍ଘ ୪ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ ବିସ୍ଥାପିତଙ୍କ ମୂଳ ଦାବିକୁ ଏଡ଼େଇ ଯାଇଥିଲେ ଅଧିକାରୀ । ବିସ୍ଥାପିତ ପରିବାର ପ୍ରତିନିଧି ୨୦୦୬ ଆରଆର ପଲିସର ପରିବର୍ତନ କରାଯାଇ ନୂତନ ଆରଆର ପଲିସ ଦାବି ରଖିବା ପିଡ଼ି ପରେ ପିଡ଼ି ନିଯୁକ୍ତି ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ବିସ୍ଥାପିତଙ୍କ ଏହି ଦାବି ସେମାନଙ୍କ ନିଷ୍ପତି ନେବାର କ୍ଷମତା ବାହାରେ ବୋଲି କହି ଏଡ଼େଇ ଯାଇଥିଲେ । ଆରଡ଼ିସି ବୈଠକରେ ବିସ୍ଥାପିତଙ୍କ ରଖିଥିବା ଦାବି ଶୁଣିଲୁ, ଆଗାମି ଦିଗରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ । କିନ୍ତୁ ବିସ୍ଥାପିତ ପରିବାର ପ୍ରତିନିଧି ବାବୁଲି ପୂର୍ତ୍ତି, ସାଧୁ ତିୟୁ ବୈଠକରେ ସେମାନଙ୍କ କଥା କିଛି ଶୁଣାଗଲାନି ବୋଲି ଅଭିଯୋଗ କରିଛନ୍ତି । ଆଜିର ବୈଠକ ଶିଳ୍ପପତିଙ୍କୁ ସୁହାଇଲା ଭଳି କରାଯାଇଥିବା ଏମାନେ ଅଭିଯୋଗ କରିଥିବା ବେଳେ ରବୀନ୍ଦ୍ର ଜାରିକା ଦାବି ଉପସ୍ଥାପନ କରିଛୁ ପ୍ରଶାସନ ସମୟ ନେଇଛି ବୋଲି କହିଥିଲେ । ବୈଠକ ପରେ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ କହିଥିଲେ କି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ଲାଗି ସମୟ ଲାଗି, ସରକାରଙ୍କ ଦୃଷ୍ଠି ଆକର୍ଷଣ କରାଯାଇ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ଦୀର୍ଘ ୮ବର୍ଷ ତଳେ ହୋଇଥିବା ବୈଠକ ଏବଂବୈଠକରେ ହୋଇଥିବା ନିଷ୍ପତି ଉପରେ ଅଧିକାରୀ ମାନେ କିଛି ବି କଥା ରଖିନଥିଲେ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତି ଏଯାବଦ କାର୍ଯ୍ୟକାରୀ ହୋଇନଥିବାରୁ ଆଜିର ବୈଠକ ଧର୍ମକୁ ଆଖିଠାର ବୋଲି ଅନେକ ବିସ୍ଥାପିତ ଅଭିଯୋଗ ଆଣିଥିଲେ । ଆଠବର୍ଷ ପରେ ବୈଠକ ହେଉଥିବାରୁ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦିଗରେ ନିର୍ଯ୍ୟାସ ବାହାରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ଭଳି କିଛି ହୋଇନଥିଲା । ତେବେ ବୈଠକରୁ ଅନେକ ଲୁକାୟିତ କଥା ସାମ୍ନାକୁ ଆସିଥିଲା । କଳିଙ୍ଗନଗର ଶିଳ୍ପାଞ୍ଚଳରେ ସମସ୍ତ କାରଖାନାକୁ ସଂଯୋଗ ପାଇଁ କମନ କରିଡ଼ର ରାସ୍ତା ନିର୍ମାଣ ହୋଇଥିଲା । ଫଳରେ ସମସ୍ତ କାରଖାନାକୁ ସହଜରେ ଯାତାୟାତ କରିପାରିବେ । ମାତ୍ର କମନ୍ କରିଡ଼ର ପାଇଁ ବିସ୍ଥାପିତ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ଥାଇଥାନ କରାଯାଇନଥିବା ଜଣାପଡ଼ିଥିଲା । କମନ୍ କରିଡ଼ର ରାସ୍ତା ପାଇଁ ମୋଟ ୧୩ ପରିବାର ବିସ୍ଥାପିତ ହୋଇଥିବା ବେଳେ ୭ଟି ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ କରାଯାଇନାହିଁ ବୋଲି ଅଭିଯୋଗ ହୋଇଥିଲା । ଯେଉଁ ପରିବାର ମଧ୍ୟରୁ ୪ଟି ପରିବାରର ମୃତୁ୍ୟ ହୋଇଥିବା ବେଳେ ଜଣେ ନିରୁଧିଷ୍ଟ ଅଛନ୍ତି ଆଉ ଜଣେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ ବୋଲି ଅଭିଯୋଗ ଆସିଥିଲା । ବିସ୍ଥାପିତ ମାନଙ୍କ ସମସ୍ୟା ଥିବାବେଳେ ବୈଠକରେ ସ୍ଥାନୀୟ ଉନ୍ନତି କରଣ ପାଇଁ ଅନେକ ଆଲୋଚନା ହୋଇଥିଲା ।ଯେମିତିକି ପାରିପାର୍ଶ୍ୱିକ ଉନ୍ନୟନ, ବାୟୁ, ଜଳ ପ୍ରଦୂଷଣ ଉପରେ ଆଲୋକପାତ କରାଯାଇଥିଲା । ସେହିପରି ଅନେକ କାରଖାନା ପ୍ରତିଷ୍ଠା ହେଲା ପରେ ମଧ୍ୟ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇନାହାନ୍ତି । ଯେପରି ଟାଟା କମ୍ପାନୀ ମୋଟ ଉପରେ ୧୨୧୮ ଏକର ଜମି ଅଧିଗ୍ରହଣ କରୁଥିବା ବେଳେ ମୋଟ ଜମିର ୪୦ ପ୍ରତିଶତ ଜମି ଉପରେ ବୃକ୍ଷ ରୋପଣ କରିବା କଥା ମାତ୍ର ଟାଟା କମ୍ପାନୀ ୩୩ ପ୍ରତିଶତ ଜମିରେ ବନୀକରଣ କରିଛି ଫଳରେ ଅବଶିଷ୍ଟ ୭ ପ୍ରତିଶତ ଜମି ଉପରେ ବୃକ୍ଷ ରୋପଣ କରି ନଥିବାରୁ ବୈଠକରେ ଏହା ଉପରେ ଆଲୋକପାତ କରାଯାଇଥିଲା । ଯାହାକୁ ନେଇ ଟାଟା କମ୍ପାନୀକୁ ତାଗିଦ୍ କରାଯାଇଥିଲା । ସେହିପରି ସ୍ଥାନୀୟ ଅଞ୍ଚଳରେ ହେଉଥିବା ପ୍ରଦୂଷଣ ଉପରେ ଆଲୋକପାତ କରାଯାଇଥିଲା । ପ୍ରଦୂଷଣ ଅଧିକାରୀ କହିଥିଲେ କି ସ୍ଥାନୀୟ ଅଞ୍ଚଳରେ ହେଉଥିବା ପ୍ରଦୂଷଣ ପାଇଁ ମୁଖ୍ୟତଃ ଟ୍ରାଫିକ ଓ ରାସ୍ତା ପାଇଁ ସର୍ବାଧିକ ୭୦ପ୍ରତିଶତହେଉଥିବା ବେଳେ ବାକି ୩୦ ପ୍ରତିଶତ କଳିଙ୍ଗନଗରର କାରଖାନା ପାଇଁ ବାୟୁ ଜଳ ପ୍ରଦୂଷିତ ହେଉଛି । ଏହା ଉପରେ ଆଲୋକପାତ କରିବା ପାଇଁ ପଦସ୍ଥ ଅଧିକାରୀଙ୍କୁ ଜିଲାପାଳ ତାଗିଦ୍ କରିଥିଲେ । ସେହିପରି ରାସ୍ତା ଉପରେ ଜମି ରହିଥିବା ଧୂଳିକୁ ସଫା କରିବା ପାଇଁ ନିଷ୍ପତି ହୋଇଥିଲା । ଆଦିବାସୀ ନେତା ତଥା ୩୮ନମ୍ବର ଜୋନର ଜିଲ୍ଲାପରିଷଦ ସାଧୁ ତିୟୁ କହିଥିଲେ କି ଆଗାମୀ ଦିନରେ ଯଦି ବିସ୍ଥାପିତ ଲୋକଙ୍କ ସୁବିଧା ପାଇଁ ପଦକ୍ଷେପ ନିଆ ନାଯାଏ ତେବେ ଆଗାମୀ ଦିନରେ କଳିଙ୍ଗନଗରରେ ଗୋଟେ ବି କାରଖାନାକୁ କରାଇ ଦିଆଯିବ ନାହିଁ । ରାସ୍ତାର ମରାମତି, ଉନ୍ନତିକରଣ, ଆଲୋକୀକରଣ ପାଇଁ ଇଡକୋ ପାଖରେ ଅର୍ଥ ପଇଠ କରିବା ପାଇଁ କୁହାଯାଇଛି । ଯେଉଁ ଅର୍ଥରେ ରାସ୍ତାରେ ପାଣି ସିଞ୍ଚନନ ଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ଉନ୍ନତି କରାଯାଇପାରିବ । ସେହିପରି ଟାଙ୍ଗର ସାହି, ଅରହା ସାହି, କୁଡୁମି ସାହି, କଚେରୀ ଗାଁକୁ ବିସ୍ଥାପିତ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ସବୁ ସାହିର ପରିବାରର ସଦସ୍ୟ ୨୦୦୬ ବିସ୍ଥାପିତ ନୀତିକୁ ବିରୋଧ କରି ନୂତନ ବିସ୍ଥାପିତ ନୀତି ଅନୁଯାୟୀ ବିସ୍ଥାପିତ କରିବା ପାଇଁ ଦାବି କରିଥିଲେ । ଏବଂ ସେମାନେ ବିସ୍ଥାପିତ ହୋଇ ଯିବାକୁ ପ୍ରସ୍ତୁତ ହେଉଥିବା ଜମିରେ କି କି ପ୍ରକାର ବ୍ୟବସ୍ଥା କରାଯାଇଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।