ପାଣି ପିଇବାକୁ ମାଗି ମହିଳାଙ୍କୁ ଲୁଟ ଉଦ୍ୟମ
।ା ପ୍ରଭାନୁ୍ୟଜ ।ା ବ୍ୟାସନଗର : ପାଣି ପଇବାକୁ ମାଗି ପଲସରରେ ଆସିଥିବା ଲୁଟେରା ଜନୈକା ମହିଳାଙ୍କ ବେକରୁ ଚେନ୍ ଛିନତାଇ ଉଦ୍ୟମ କରି ଚମ୍ପଟ ମାରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ତଳରେ ପହଁଚି ତଦନ୍ତ କରିଛି । ଦିନ ଦ୍ୱିପ୍ରହରରେ ଏଭଳି ଲୁଟ ଉଦ୍ୟମ ଘଟଣା ନହକା-ଖଇରା ରାସ୍ତା ତଥା ବ୍ୟାସନଗର ପୈାରାଞ୍ଚଳ ଦଣ୍ଡିକିରି ଗ୍ରାମରେ ଘଟିଛି । ଖବର ମତେ ଦଣ୍ଡିକିରି ଗ୍ରାମ ତଥା ଉପରୋକ୍ତ ରାସ୍ତା ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟ କଡ଼କୁ ଲାଗି ରହୁଥିବା ଭଗବାନ ଜେନାଙ୍କ ଘରକୁ ଆଜି ଦିନ ପ୍ରାୟ ୨.୩୦ ମିନିଟରେ ଜଣେ ଯୁବକ ମୁହଁରେ ରୁମାଲ ବାନ୍ଧି ପସିଥିଲେ । ଫାଟକ ଖୋଲି ଘର ଦୁଆରମୁହଁରେ ସଂପୃକ୍ତ ଯୁବକ ଜଣକ ପାଣି ପିଇବାକୁ ମାଗିଥିଲେ । ଯେଉଁ ସମୟରେ ଦୁରୁଦୁରୁ କରି ବର୍ଷା ହେଉଥିବା ବେଳେ ପାଣି କଥା ଶୁଣି ଭଗବାନଙ୍କ ପତ୍ନୀ ତିଳୋତମା(୬୦) ଗୋଟିଏ ବୋତଲ ଧରି ଦୁଆରମୁହଁକୁ ଆସିଥିିଲେ । ତିଳୋତମା ପାଣି ବୋତଲ ବଢାଇବା କ୍ଷଣି ଯୁବକ ଜଣକ ହଠାତ ବେକରେ ପିନ୍ଧିଥିବା ଚେନକୁ ଝାମ୍ପି ନେଇଥିଲେ । ତିଳୋତମା ପାଟି କରିବା ସହ ଯୁବକ ମୁହଁକୁ ହାତବଢାଇ ରୁମାଲକୁ ଭିଡ଼ିଧରିବାରୁ ଚେନଟି ତଳେ ପଡ଼ିଯାଇଥିଲା । ଏହି ସମୟ ମଧ୍ୟରେ ତିଳୋତମାଙ୍କ ବୋହୁ ଘର ଭିତରୁ ଦୈାଡ଼ି ଆସିବାରୁ ଯୁବକ ଜଣକ ଦୈାଡ଼ି ପଳାଇ ଆସି ବାହାରେ ପଲସର ଧରି ଠିଆ ହୋଇଥିବା ଅନ୍ୟ ଜଣେ ଯୁବକ ସହ ଚମ୍ପଟ ମାରିଥିଲେ । ଖବର ପାଇ ଯାଜପୁର ରୋଡ଼ ଏବଂ କୋରେଇ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଥାଉକି ପାଞ୍ଚଦିନ ତଳେ ମହିଳାଙ୍କ ଘରୁ ବିଳମ୍ବିତ ରାତିରେ ଗୋଟିଏ ପଲସର ଚୋରି ହୋଇଥିଲା । ସେହିପରି ତାଙ୍କ ଘର ପାଖରୁ ଦିନଦ୍ୱିପ୍ରହରେ ଅନ୍ୟଜଣଙ୍କ ଘରେ କାର୍ଯ୍ୟ କରୁଥିବା ରାଜମିସ୍ତ୍ରୀଙ୍କ ଏକ ବାଇକ ଚୋରି ହୋଇଥିଲା । ୨୦ନଂ ଜାତୀୟ ରାଜପଥ ନିକଟରେ ହୋଇଥିବାରୁ ଲୁଟେରା ଦଣ୍ଡିକିରି ଅଞ୍ଚଳକୁ ଟାର୍ଗେଟ କରି ବାରମ୍ବାର ଲୁଟ କରିବାରେ ଲାଗିଛନ୍ତି । ସଂପୃକ୍ତ ଅଞ୍ଚଳଟି କୋରେଇ ଥାନା ଅଞ୍ଚଳର ହୋଇଥିବା ବେଳେ ପୁଲିସର ଢିଲାପଣ ଯୋଗୁ ଲୁଟେରାଙ୍କୁ ସୁହାଉଛି ।