ବୈଠକ ଭିତରେ ବିରୋଧ ବାହାରେ ନାରାବାଜି
ଆରପିଡିଏସି ବୈଠକ ଭିତରେ ଚାଲୁଥିବା ବେଳେ ବାହାରେ ବିରୋଧର ସ୍ୱର ଦେଖିବାକୁ ମିଳିଥିବା । ବୈଠକ ବାହାରେ ଟାଟା ବିସ୍ଥାପିତ ପରିବାର ତରଫରୁ ନାରାବାଜି ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ବିସ୍ଥାପିତ ମାନଙ୍କ ସମସ୍ୟାକୁ ଶୁଣି ସମାଧାନ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବାକୁ ପ୍ରୟାସ କରିବେ ବୋଲି କହୁଥିବା ବେଳେ ବିସ୍ଥାପିତ ପରିବା ସପକ୍ଷରେ ଆଦିବାସୀ ନେତା ବିରୋଧ କରିଥିଲେ । ୧୯୯୭ ମସିହାରୁ ନୀଳାଚଳ ଇସ୍ପାତ କାରଖାନା ଓ ଟାଟା କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରକୁ ଆଜି ପର୍ଯ୍ୟନ୍ତ ତାଙ୍କର ନାର୍ଯ୍ୟ ଦାବି ମିଳିପାରି ନାହିଁ । ଫଳରେ ବିସ୍ଥାପିତ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୯୯୭ ମସିହାରୁ ନୀଳାଚଳ ଇସ୍ପାତ ପାଇଁ ଆଦିବାସୀ ବିସ୍ଥାପିତ ହୋଇଥିଲେ ମଧ୍ୟ ସେମାନଙ୍କୁ ତାଙ୍କ ଅଧିକାର ମିଳିପାରି ନାହିଁ । ଏହାକୁ ନେଇ କମ୍ପାନୀ ଆଗରେ ବାରମ୍ବାର ବିରୋଧ କରିବା ସମୟରେ ମଧ୍ୟ କମ୍ପାନୀ ତରଫରୁ ପାଣି ଟୋପେ ଦେଇ ନଥିଲେ । ଏଥି ବସି ବଡ଼ବଡ କଥା କହୁଛନ୍ତି ଆଗାମୀ ଦିନରେ ଯଦି ଆମ ଅଧିକାର ଆମକୁ ନମିଲେ ତେବେ ଆମେ ରାଜରାସ୍ତାକୁ ପୁନର୍ବାର ବନ୍ଦ କରିଦେବୁ ବୋଲି ଚେତାବନୀ ଦେଇଥିଲେ । ଆଦିବାସୀଙ୍କ ଅଧିକାର, ସ୍ୱାଭିମାନ, ସୁରକ୍ଷା ପାଇଁ ଆମେ ଆନେ୍ଦାଳନକୁ ମାଧ୍ୟମ କରିବୁ ବୋଲି କହିଥିଲେ ।