ବାଳିକା ହାଇସ୍କୁଲର ବାର୍ଷିକୋତ୍ସବ
ଆନନ୍ଦପୁର: ଆନନ୍ଦପୁର ସରକାରୀ ବାଳିକା ହାଇସେକୁଲର ବାର୍ଷିକୋତ୍ସବ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହରେକୃଷ୍ଣ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପୌରାଧ୍ୟକ୍ଷା ରାଜନୀରାଣୀ ଖଟୁଆ, ଆନନ୍ଦପୁର ବିଡ଼ିଓ ମନୋଜ ମହାନ୍ତ, ସହକାରୀ ଶିକ୍ଷାଧିକାରୀ ହେମେନ୍ଦ୍ର ନାଥ ମହାନ୍ତି, ବରିଷ୍ଠ ନାଗରିକ ସାବିତ୍ରୀ ଦାସ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ୍ୟ ସତ୍ୟବ୍ରତ ରାମ ଯୋଗ ଦେଇ ମନୁଷ୍ୟକୁ ମନୀଷୀରେ ପରିଣତ କରିବାରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଶିକ୍ଷକ ବିରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷୟିତ୍ରୀ ସଂଘମିତ୍ରା ପଣ୍ଡା ବାର୍ଷିକୀ ବିବରଣୀ ପାଠ କରିଥିଲେ । ଶିକ୍ଷୟିତ୍ରୀ ଅନୀତା ସାହୁ, ତୁଳସୀ ସାହୁ ଏବଂ ଭାଗ୍ୟଶ୍ରୀ ଭୂୟାଁ ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ପତି, ଅର୍ଣ୍ଣପୂର୍ଣ୍ଣା ବେହେରା, ଶିଖାରାଣୀ ଦାସ, ସୁଲୋଚନା ନାଇକ, ବିଶ୍ୱରଞ୍ଜନ ରାଉତ ଏବଂ ସମସ୍ତ କର୍ମଚାରୀ, ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ ।