ବିଦୁ୍ୟତ କର୍ମଚାରୀଙ୍କ ସନେ୍ଦହଜନକ ମୃତୁ୍ୟ ,ଉପଖଣ୍ଡ କାର୍ଯ୍ୟାଳୟରେ ଶବ ରଖି ଧାରଣା
ାା ପ୍ରଭାନୁ୍ୟଜ ।ା ଯାଜପୁର: ମଙ୍ଗଳବାର ସନେ୍ଦହ ଜନକ ଭାବେ ବଡ଼ଚଣା ବିଦୁ୍ୟତ କର୍ମଚାରୀ ଚଣ୍ଡିତଳ ଗ୍ରାମର ଦିଲ୍ଲୀପ ମଲ୍ଲିକଙ୍କ ମୃତୁ୍ୟ ଘଟିଥିଲା । ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଦିଲୀପଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା କଥା ପରିବାର ଲୋକେ ଜାଣିବା ପରେ ପହଞ୍ଚିଥିଲେ । ହେଲେ ଦିିଲୀପଙ୍କ ମୃତୁ୍ୟ କିଭଳି ହେଲା ତାହା କେହି ସ୍ପଷ୍ଟ କଲେନି । ରାସ୍ତାକଡ଼ରେ ଦିଲୀପ ଗୁରତ୍ର ହୋଇପଡ଼ିଥିବା କଥା କୁହାଗଲା । ଏଭଳି ସନେ୍ଦହ ଜନକ ମୃତୁ୍ୟକୁ ନେଇ ପରିବାର ଏବଂ ଗାଁ ଲୋକେ ଆଜି ବଡ଼ଚଣା ବିଦୁ୍ୟତ ଉପଖଣ୍ଡ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । କାର୍ଯରତ ସମୟରେ ମୃତୁ୍ୟ ହୋଇ ଥିବାରୁ ବିଦୁ୍ୟତ ବିଭାଗର କୌଣସି ଅଧିକାରୀ ଆସି ନଥିବାରୁ ପରିବାର ଓ ଗ୍ରାମବାସୀ ନ୍ୟାୟ ଦାବୀରେ ମୃତଦେହକୁ କାର୍ଯ୍ୟଳୟ ଆଗରେ ରଖି ପ୍ରତିବାଦ କରିଥିଲେ । ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ସହ ମୃତୁ୍ୟ ପଛର ରହସ୍ୟ ଖୋଲିବାକୁ ପୁଲିସ ସଠିକ୍ ତଦନ୍ତ କରି ପଦକ୍ଷେପ ନେବା ପାଇଁ ପରିବାର ଓ ଗ୍ରାମବାସୀ ଦାବୀ କରିଥିଲେ । ଘଟଣା ସ୍ଥଳରେ ବଡ଼ଚଣା ପଲିସ ଓ ବିଦୁ୍ୟତ ଉପଖଣ୍ଡ ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବା ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ । ତେବେ ମୃତକ ଦିଲ୍ଲୀପଙ୍କ ମୁଣ୍ଡ ପଛପଟରେ ଶକ୍ତ ଆଘାତ ଲାଗିବା ସହିତ ମୁଣ୍ଡଫାଟି ଥିବା ଜଣାପଡିଛି । ଯାହା ଦିଲ୍ଲୀପ ମୃତୁ୍ୟକୁ ଅଧିକ ସନେ୍ଦହକୁ ଆଣିଛି ।