ଅପରେସନ୍ ମେଘଦୂତ @41

 ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଆହ୍ୱାନମୂଳକ ଅପରେସନ୍ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ସ୍ଥଳସେନାର ଅପରେସନ୍ ମେଘଦୂତ । ବିଶ୍ୱର ସବୁଠାରୁ ଦୁର୍ଗମ ଓ ଆହ୍ୱାନମୂଳକ  ୱାର୍ ଜୋନ୍ ଭାବେ ପରିଚିତ ସିଆଚେନ୍ ଗ୍ଲାସିୟର୍ରେ କରାଯାଇଥିବା ଅପରେସନ୍ ମେଘଦୂତକୁ ଆଜି ୪୧ ବର୍ଷ ପୂରଣ ହୋଇଛି । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ବିଭିନ୍ନ ଅପରେସନ୍ ମଧ୍ୟରୁ ଏପ୍ରିଲ୍ ୧୩, ୧୯୮୪ରେ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ସବୁଠାରୁ ଦୀର୍ଘତମ ଅପରେସନ୍ ବୋଲି କୁହାଯାଉଛି ।
ସେ ସମୟରେ ଉତ୍ତରଲଦାଖର ସିଆଚେନ୍ ଗ୍ଲାସିୟର୍ ସ୍ଥଳସେନା ପାଇଁ କେବଳ ଆହ୍ୱାନମୂଳକ ନ ଥିଲା ବରଂ ଗ୍ଲାସିୟର୍ର ଉଚ୍ଚରେ ପହଞ୍ଚôବା ଅସମ୍ଭବ ହୋଇଥିଲା । ୧୪ହଜାରରୁ ୨୨ହଜାର ଫୁଟ ଉଚ୍ଚର ପାହଡ଼ ଶୃଙ୍ଗରେ ପହଞ୍ଚôବା ପାଇଁ ଭାରତୀୟ ବାୟୁସେନାର ସହଯୋଗ ନିଆଯାଇଥିଲା । ସେଠାରେ ଦିନବେଳେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ତଥା ହାଡ଼ଭଙ୍ଗା ଥଣ୍ଡାରେ ଆମ ଭାରତୀୟ ଯବାନଙ୍କ କର୍ତ୍ତବ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏଭଳି ଥଣ୍ଡାରେ ଜଣେ ସାଧାରଣ ମଣିଷ ସେଠାରେ ପହଞ୍ଚôବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ପାକିସ୍ତାନୀଙ୍କ ବିରୋଧରେ ଆମ ଯବାନଙ୍କ ବଳିଦାନ ସବୁଠାରୁ ଶୀର୍ଷରେ ବୋଲି ମତ ପ୍ରକାଶ ପାଇଛି । ସ୍ଥଳସେନା ଓ ବାୟୁସେନାର ମିଳିତ ଅଭିଯାନ କ୍ରମେ ଏହି ଅପରେସନ୍କୁ ସଫଳତା ମିଳିଥିଲା । ତେବେ ସିଆଚେନ ଭଳି ଗ୍ଲାସିୟର୍ରେ କୌଣସି ବି ବିମାନ ଉଡ଼ିବା ପାଇଁ ସକ୍ଷମ ନ ଥିବା ବେଳେ ୧୯୭୮ରେ ବାୟୁସେନାର ଚେତକ ହେଲିକପ୍ଟର୍ ପ୍ରଥମ ଉଡ଼ାଣ ଭରି ଏବଂ ଗ୍ଲାସିୟର୍ରେ ଅବତରଣ କରି ଇତିହାସ ରଚିଥିଲା । ଏହି କ୍ରମରେ ୧୯୮୪ରେ ଯବାନଙ୍କୁ ଏହି ଚେତକ ଜରିଆରେ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । ଯବାନଙ୍କ ଏହି କର୍ତ୍ତବ୍ୟନିଷ୍ଠ ଦାୟିତ୍ୱ ଆଜି ସାରା ଦେଶକୁ ଗର୍ବିତ କରିଛି ବୋଲି ମତ ପ୍ରକାଶ ପାଇଛି ।