ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ : ଆରୋଗ୍ୟ କାମନା କଲେ ମୋହନ ଓ ଧର୍ମେନ୍ଦ୍ର

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ : ଆରୋଗ୍ୟ କାମନା କଲେ ମୋହନ ଓ ଧର୍ମେନ୍ଦ୍ର


 ଭୁବନେଶ୍ୱର:  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ସମସ୍ୟାରେ ପୀଡିତ  । ଏହାର ଚିକିସôା ପାଇଁ ସେ ମୁମ୍ବାଇ ଗସ୍ତରେ ଯିବେ  । ଆସନ୍ତା ୨୨ରେ ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଚିକିତ୍ସିତ ହେବେ  । ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପ୍ରଥମ ଥର ନବୀନ ଏଭଳି ସୂଚନା ଦେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟିକରିଛି  । ଅତୀତରେ ସେ ବହୁବାର ଚିକିତ୍ସା ପାଇଁ ମୁମ୍ବାଇ ଓ ଦିଲ୍ଲୀ ଯାଇଥିଲେବି ଏହାକୁ ଗୋପନ ରଖିଥିଲେ  । ‘ସୂର୍ଯ୍ୟପ୍ରଭା’ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରୁଛି  । ଅପରପକ୍ଷରେ ତାଙ୍କ ଅନୁପସ୍ଥିତିରେ ରାଜନୈତିକ ବ୍ୟାପାର କମିଟି ଦଳର ଦୈନନ୍ଦିନ ବ୍ୟାପାର କଥା ବୁଝିବ । ଯେତେବେଳେ କି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ଦିଆଯାଇଛି ।
ନବୀନ ନିଜ ‘ଏକ୍ସ’ରେ ଉଲ୍ଳେଖ କରିଛନ୍ତିଯେ, ‘ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ଚଳିତ ମାସ ୨୨ରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ ଆର୍ଥ୍ରାଇଟିସ ପାଇଁ ଏକ ଚିକିସôା ପ୍ରକ୍ରିୟାରେ ରହିବି  । ତାଙ୍କର ବ୍ୟକ୍ତିଗତ ଚିକିସôିକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିସôା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି  । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ, ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି’ ବୋଲି ନବୀନ ତାଙ୍କ ଅଫିସିଆଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି  ।  ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  ।