ଫ୍ଲିିପକାର୍ଟ ପ୍ଲସ ଆଣିଛି ସ୍ମାର୍ଟ ସଂଞ୍ଚୟ ସ୍ମାର୍ଟ ସପିଂ
ଭୁବନେଶ୍ୱର : ଭାରତର ଘରୋଇ ଇ-କମର୍ସ ବଜାର, ଫ୍ଲିପକାର୍ଟ ଏହାର ଅପଗ୍ରେଡେଡ୍ ଲୟାଲ୍ଟି ପ୍ରୋଗ୍ରାମ୍ ‘ଫ୍ଲିପକାର୍ଟ ପ୍ଲସ୍’ ଉନ୍ମୋଚନ କରିଛି । ଏହା ଉନ୍ନତ ସଂଚୟ ଏବଂ ସପିଂ ସୁବିଧା ପ୍ରଦାନ କରୁଛି ଯାହା ଗ୍ରାହକମାନଙ୍କୁ ସ୍ମାର୍ଟ ଭାବରେ ସପିଂ କରିବାକୁ ସକ୍ଷମ କରିଥାଏ । କାର୍ଯ୍ୟକ୍ରମର ମୂଳରେ ରହିଛି ସୁପରକଏନ୍, ଯାହା ହେଉଛି ପୁରସ୍କାର ମୁଦ୍ରା ଯାହା ପ୍ରଥମ ଥର ପାଇଁ ସମସ୍ତ ଫ୍ଲିପକାର୍ଟ ଉତ୍ପାଦରେ ଅତିରିକ୍ତ ୫% ରିହାତି ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ଅତିରିକ୍ତ ବ୍ୟାଙ୍କ ଅଫର, ସମସ୍ତ ପ୍ରମୁଖ ସପିଂ ଇଭେଂଟ ପାଇଁ ସ୍ୱତନ୍ତ୍ର ଉପଲବ୍ଧତା ଏବଂ ଅର୍ଡର ପରବର୍ତୀ ସରପ୍ରାଇଜ ‘ଟ୍ରିଟ୍ସ’ (ଯେପରିକି ଗିଫ୍ଟ କାର୍ଡ ଏବଂ କୁପନ୍) ଭଳି ସୁବିଧା ପ୍ରଦାନ କରି ଗ୍ରାହକଙ୍କୁ ସିଧାସଳଖ ପୁରସ୍କୃତ କରୁଛି । ଫ୍ଲିପକାର୍ଟ ପ୍ଲସ ଏହାର ବିଶ୍ୱସ୍ତ ଗ୍ରାହକମାନଙ୍କୁ ସଦସ୍ୟତା ଶୁଳ୍କ ଚାର୍ଜ ନକରି ବିଭିନ୍ନ ସୁବିଧା ପ୍ରଦାନ କରୁଛି । ପ୍ରତ୍ୟେକ ଅର୍ଡରରେ ଅର୍ଜିତ ସୁପରକଏନ (୧ ସୁପରକଏନ =୧ଟଙ୍କାର ସଂଚୟ) ଏବଂ ସମଗ୍ର ଚୟନରେ ସେଗୁଡ଼ିକୁ ରିଡିମ୍ କରିବାର କ୍ଷମତା ସହିତ, ଫ୍ଲିପକାର୍ଟ ପ୍ଲସ ସଂଚୟକୁ ସରଳ ଏବଂ ସୁଗମ କରୁଛି । ପ୍ଲସ ସଦସ୍ୟମାନେ ବିଶେଷ ବ୍ୟାଙ୍କ ଅଫର ସହିତ ସମସ୍ତ ବଡ଼ ଫ୍ଲିପକାର୍ଟ ସପିଂ ଇଭେଂଟ ଗୁଡ଼ିକର ସୁବିଧା ପାଇବେ । ସେମାନେ ସପିଂ ମାଇଲଖୁଂଟ ହାସଲ କରିବା ସହିତ ଆଶ୍ଚର୍ଯ୍ୟଜନକ ଟ୍ରିଟ୍ (ଗିଫ୍ଟ କାର୍ଡ, କୁପନ୍ ଏବଂ ୫୦ଟଙ୍କା + ମୂଲ୍ୟର ଅଧିକ) ମଧ୍ୟ ଅନଲକ୍ କରିପାରିବେ । ଗ୍ରାହକମାନେ ୧୨ ମାସରେ ମାତ୍ର ୧୦ ଟି କାରବାର ସମାପ୍ତ କରି ଜଣେ ପ୍ଲସ ସିଲଭର ସଦସ୍ୟ ହୋଇପାରିବେ । ସେମାନେ ୨୦ ଟି କାରବାର ସମାପ୍ତ କରି ପ୍ଲସ ଗୋଲ୍ଡ ଅନଲକ୍ କରିପାରିବେ ଏବଂ ପ୍ରତ୍ୟେକ ଅର୍ଡରରେ ଅତିରିକ୍ତ ସୁପରକଏନ ଜିତିବା ସହିତ ପ୍ରାରମ୍ଭିକ ଆକସେସ ୱିଣ୍ଡୋ ସମୟରେ ଉଚ୍ଚତର ବ୍ୟାଙ୍କ ଅଫର ପାଇପାରିବେ ।