ବିଶ୍ୱଜିତ୍ ହତ୍ୟାକାରୀକୁ ଗିରଫ କଲା ପୁଲିସ
ତାଳଚେର : ତାଳଚେର ଦେଉଳବେଡ଼ା କୋଲିୟରୀର ନିଖୋଜ ହୋଇଥିବା ବିଶ୍ୱଜିତ୍ ନାଏକଙ୍କର ହତ୍ୟାକାରୀଙ୍କୁ ତାଳଚେର ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ମଇ ୫ ତାରିଖ ଦିନ ଏକ ଗଳିତ ଶବ ଓ ସ୍କୁଟି ଯାହାର ନମ୍ବର ଓଡ଼ି ୩୫ଜି୯୫୨୩ ଶିବରାମପୁର ଗ୍ରାମ ରାସ୍ତା କଡ଼ରେ ଥିବା ନାଳ ଭିତରେ ପଡ଼ିଥିବାର ଖବର ପାଇ ତାଙ୍କ ପିତା ବିମଳ ନାଏକଙ୍କୁ ଅବଗତ କରାଯାଇଥିଲା । ସେ ଘଟଣା ସ୍ଥଳକୁ ଯାଇ ପିନ୍ଧାବସ୍ତ୍ର ଓ ସ୍କୁଟିକୁ ଦେଖି ଗଳିତ ଶବ ତାଙ୍କ ପୁଅ ବୋଲି ଚିହ୍ନଟ କରିଥିଲେ । ଏ ନେଇ ତାଳଚେର ଥାନାରେ ରିର୍ପୋଟ ପରେ ଏନେଇ ଏକ ଅପମୃତୁ୍ୟ ମାମଲା ନମ୍ବର ୧୬/୨୦୨୫ ରୁଜୁ କରାଯାଇ ଅନୁସନ୍ଧାନ ହୋଇଥିଲା । କେସ ନଂ- ୩୮୭, ତା ୧୪/୦୫/୨୦୨୫, ୟୁଏସ୍ ୧୦୩୧(୧)/୨୩୮-ଏ/୬୧(୨)ବିଏନଏସ୍ ରୁଜୁ କରି ତାଳଚେର ଥାନା ଅଧିକାରୀ ଏହାର ତଦନ୍ତ ଭାର ନେଇଥିଲେ । ତଦନ୍ତ ସମୟରେ ଯଥେଷ୍ଟ ପ୍ରମାଣ ସଂଗ୍ରହ ହେବା ପରେ ସେ ମୁଦୁଲା ଆନନ୍ଦ ନାଏକକୁ ଗିରଫ କରିଥିଲେ । ଏବଂ କେସ୍ରେ ବ୍ୟବହୃତ ହୋଇଥିବା ଏକ ସିଆଇଏଜେଡ଼ କାର ନଂ- ଓଡ଼ି ୩୩କୁ୍ୟ ୮୯୮୯ ମଧ୍ୟ ଜବତ କରାଯାଇଛି । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଆନନ୍ଦ ନାଏକ, ସତ୍ୟପ୍ରକାଶ ନାଏକ(ନନ୍ଦୁ) ସହିତ ବିଶ୍ୱଜିତ ନାଏକଙ୍କର ମନମାଳିନ୍ୟ ଥିଲା । ତେଣୁ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ମିଶି ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସେମାନେ ଏକ ବେନାମୀ ମୋବାଇଲ ସିମ୍ ଏବଂ ଏକ ନୂଆ ମୋବାଇଲ ଫୋନ କିଣି ଗତ ୨୫/୦୪/୨୦୨୨୫ରିଖ ଦିନ ପ୍ରାୟ ୧.୩୦ ମିନିଟ୍ ସମୟ ହେବ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ମିଶି ବିଶ୍ୱଜିତକୁ ଡ଼କାଇଥିଲେ ଏବଂ ସ୍କୁଟିରେ ସେଠାରେ ସେ ପଂହଚିବା ପରେ ତାକୁ କାର ବସାଇ ଏକଡ଼ାଳ ଗ୍ରାମ ଜଙ୍ଗଲକୁ ଯାଇଥିଲେ । ଏବଂ ବିଶ୍ୱଜିତର ସ୍କୁଟିକୁ ସେମାନେ ଚଳାଇ ନେଇ ସେହି ଜଙ୍ଗଲରେ ପଂହଚି ଏକତି୍ରତ ହୋଇଥିଲେ । ସନ୍ଧ୍ୟା ହେବା ପରେ ସେମାନେ ବିଶ୍ୱଜିତକୁ ଶିବରାମପୁର ଗ୍ରାମ ଜଙ୍ଗଲକୁ ନେଇଥିଲେ । ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ ଚକାତଳେ ବିଶ୍ୱଜିତକୁ ଶୁଆଇ ଦେଇଥିଲେ । ଟ୍ରକରେ ଶୋଇଥିବା ଚାଳକକୁ ଭୟଭୀତ କରାଇବା ପରେ ସେଠାରୁ ସେ ଟ୍ରକ ନେଇ ପଳାଇ ଯାଇଥିବାବେଳେ ପଛଚକା ତଳେ ଶୁଆଇ ଦେଇଥିବା ବିଶ୍ୱଜିତର ମୁଣ୍ଡ ଓ ଶରୀରର କିଛି ଅଂଶରେ ଚଢ଼ିଯିବାରୁ ବିଶ୍ୱଜିତର ମୃତୁ୍ୟ ହୋଇଥିଲା । ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସେହି ରାସ୍ତା କଡ଼ରେ ଥିବା ନାଳ ଭିତରକୁ ବିଶ୍ୱଜିତ୍ର ସ୍କୁଟିକୁ ଫୋପାଡ଼ି ଦେବା ପରେ ବିଶ୍ୱଜିତର ମୃତ ଶରୀରକୁ ମଧ୍ୟ ଭିଡ଼ି ନେଇ ନାଳ ଭିତରେ ପକାଇ ଦେଇଥିଲେ ବୋଲି ତାଳଚେର ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।