ବିଜେପିର ଗାଁକୁ ଚାଲ ଅଭିଯାନ ଆରମ୍ଭ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୭ ନମ୍ବର ଜୋନ ପଥରକଣୀ ମଣ୍ଡଳ ଗାଙ୍ଗପଡାର ପୋଇପାଟ ଗ୍ରାମ ୧୦୨ ନମ୍ବର ବୁଥ୍ରେ ବିଜେପିର ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ନେତ୍ରୀ ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଝିଲ୍ଲୀ ଦାସ, ଜୋନ ସଭାପତି ବିଭୁ ପ୍ରସାଦ ଧଳ, ଶେଷଦେବ ପ୍ରଧାନ ଓ ବୁଥ୍ ପ୍ରମୁଖ ବିଜୟ କୁମାର ପ୍ରଧାନଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରେ ଦଳର ନିଷ୍ପତ୍ତି ଅନୁସାରେ ଅପରାହ୍ନରେ ବୁଥ୍ କମିଟିର ୧୨ ଜଣ ପୁରୁଷ ଓ ମହିଳାଙ୍କ ସହିତ ବୈଠକ କରାଯାଇ କମିଟି ସଦସ୍ୟଙ୍କ କାର୍ଯ୍ୟ ଓ ଦାୟିତ୍ୱ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଗାଙ୍କପଡା ପଞ୍ଚାୟତ ଭରସିଂହ ଗାଁର ସଂଖ୍ୟାଲଘୁ ସେଲର ଦୁଇଜଣ ସେକ୍ ସୋଲୋ ଓ ରିଜୁଆନ୍ ଖାନ୍ ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୁଥ୍ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ଅନୁସୂୟା ସାହୁ, ମଞ୍ଜୁଲତା ରାଉତ, ବାସନ୍ତୀ ପ୍ରଧାନ, ଅର୍ଣ୍ଣପର୍ଣା ପଣ୍ଡା, ରୁବିନା ପ୍ରଧାନ, ଗାୟତ୍ରୀ ମହାନ୍ତି, ଅନିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।