ମନ୍ କି ବାତ୍: ରଥଯାତ୍ରାକୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଚଳିତ ଥର ମୋଦି ଦେଶର ପାରମ୍ପରିକ, ଧାର୍ମିକ ଯାତ୍ରା ଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ନାନାକ୍ଷେତ୍ରରେ ଦେଶର କୃତିସାଧନ ତଥା ଉପଲବ୍ଧô ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ଗତ ଜୁନ୍ ୨୧ରେ ପାଳିତ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରୁ କାର୍ଯ୍ୟକ୍ରମ ଆରମ୍ଭ କରି କୈଳାସ ମାନସରୋବର ଯାତ୍ରା, ଅମରନାଥ ଯାତ୍ରା, ପୁରୀ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଟ୍ରାକୋମା (ବିଶେଷ ଆଖିରୋଗ) ମୁକ୍ତ ଭାରତକୁ ପ୍ରଶଂସା କରିଥିବା ଡବ୍ଲୁଏଚ୍ଓ ଓ ଆଇଏଲଓ, ନ୍ୟାସନାଲ୍ ଏମୋର୍ଜେନ୍ସିର ଭୟାବହତା, ଦେଶର ନିର୍ବାଚନ ବ୍ୟବସ୍ଥା, ଭାରତର ଭାଷା ବିବିଧତା, ଉଦ୍ୟୋଗୀ କ୍ଷେତ୍ରରେ ଦକ୍ଷିଣ ଭାରତ ରାଜ୍ୟର ମହିଳାମାନଙ୍କ ସଫଳତା, ଆନ୍ଧ୍ରରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ଅବଶେଷ, ପୁନେରେ ଜଣେ ବ୍ୟକ୍ତି ନିର୍ମାଣ କରିଥିବା ଅକ୍ସିଜେନ୍ ପାର୍କ, ଶୁଭାଂଶୁଙ୍କ ଜରିଆରେ ଭାରତକୁ ମହାକାଶ କ୍ଷେତ୍ରରେ ମିଳିଥିବା ନୂଆ ସଫଳତା ଆଦି ସମ୍ପର୍କରେ ଅବତାରଣା କରିଥିଲେ ।
ଦେଶର ଅସଂଖ୍ୟ ଜନତାଙ୍କୁ ଆହ୍ୱାନ ଦେଇ ଚଳିତବର୍ଷ ପୁରୀରେ ଆୟୋଜିତ ହୋଇଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ପ୍ରଶଂସା କରିଥିଲେ । ଏଠାରେ ତିନି ଦିଅଁଙ୍କ ଭବ୍ୟ ପ୍ରତିମାକୁ ଦେଖିବାକୁ ବଡ଼ଦାଣ୍ଡରେ ଏକାଠି ହେଉଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପ୍ରଶଂସା କରି ଭାରତର ସନାତନୀ ପରମ୍ପରାକୁ ଦୋହରାଇଥିଲେ । ସେହିପରି ଅନ୍ତର୍ଜାତୀୟ ଯୋଗଦିବସ ବିଷୟରେ କହିଥିଲେ, ୧୦ ବର୍ଷ ପୂର୍ବେ ଶୁଭାରମ୍ଭ ହୋଇଥିବା ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଦେଶର ବିଭିନ୍ନ ରାଜ୍ୟ ସମେତ ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ହୋଇ ଯୋଗାଭ୍ୟାସକୁ ପ୍ରଶଂସା କରିଥିଲେ । ସେହିପରି ୨ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାରକୁ ସମର୍ପଣ ଓ ଶୃଙ୍ଖଳିତ ଭାଭଧାରାର ପ୍ରତୀକ ବୋଲି କହିଥିଲେ । ଭାରତର ଏ ଉପଲବ୍ଧô ସୁଦୂର ପ୍ରସାରୀ ଯୋଗୁ ନୁ୍ୟୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ସମେତ ବିଶ୍ୱର ପ୍ରତ୍ୟେକ ବଡ ସହରରୁ ଯୋଗର ଛବି ଆସିଥିଲା । ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ ।
ସେହିପରି ତୀର୍ଥଯାତ୍ରା ସମ୍ପର୍କରେ ମତ ରଖି କହିଥିଲେ, କୈଳାସ ମାନସରୋବର ତଥା ଅମରନାଥ ଯାତ୍ରା ହିନ୍ଦୁ, ବୌଦ୍ଧ, ଜୈନ, ପ୍ରତ୍ୟେକ ପରମ୍ପରାରେ କୈଳାସକୁ ଶ୍ରଦ୍ଧା ଏବଂ ଭକ୍ତିଭାବର କେନ୍ଦ୍ରସ୍ଥଳ । ସେହିପରି ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କହିଥିଲେ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯାତ୍ରାଗୁଡିକ ‘ଏକ ଭାରତ - ଶ୍ରେଷ୍ଠ ଭାରତ’ର ଭାବନାର ପ୍ରତିବିମ୍ବ । ସେହିପରି ସ୍ୱାସ୍ଥ୍ୟ ସହ ଜଡ଼ିତ ଦେଶର ଆଉଏକ ଉପଲବ୍ଧô ବିଷୟରେ ସୂଚନା ଦେଇ ମୋଦି କହିଥିଲେ, ଏବେ ଦେଶ ବିଶେଷ ଆଖିରୋଗ ଟ୍ରାକୋମାରୁ ସମ୍ପୂର୍ଣ୍ଣ ମୁକ୍ତ । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ) ଭଳି ସଂସ୍ଥାମାନେ ଭାରତର ପ୍ରଶଂସା କରୁଛନ୍ତି । ଏହାବାଦ ପୁନେରେ ରମେଶ ଖାରମାଲେ କରିଥିବା ଅକ୍ସିଜେନ୍ ପାର୍କ ସମ୍ପର୍କରେ ଉଲ୍ଲେଖ କରି ତାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ ଦେଶ ଆଣିଥିବା ବିଭିନ୍ନ ଉପଲବ୍ଧô ବିଷୟରେ ସୂଚନା ଦେଇ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ ।