ସାଂସଦ, ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ବାଲେଶ୍ୱର : ଶନିବାର ସକାଳ ୧୦ ଘଟିକା ସମୟରେ ବାଲିଆ ଗ୍ରାମପଞ୍ଚାୟତରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କରକମଳରେ ଓଡ଼ିଶା ସରକାରଙ୍କ "ଗ୍ରାଣ୍ଟ ଇନ୍ ଆଡ୍" ଦ୍ୱାରା ପ୍ରଦତ୍ତ କୋଡ଼ିଏ ଲକ୍ଷ ଟଙ୍କାର ବାଲିଆ ଫାସିଲିଟି ସେଣ୍ଟର, ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦତ୍ତ ସାତ ଲକ୍ଷ ଟଙ୍କାର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପକ୍କା ଶ୍ରେଣୀଗୃହ ଓ ପଞ୍ଚ ଲକ୍ଷ ଟଙ୍କାର ବାଲିଆ ଶ୍ମଶାନ ଗୃହ ଏବଂ ବାଲିଆ ଆୟୋଷ୍ମାନ ଆରୋଗ୍ୟ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଥିଲା । ବାଲିଆ ଅଞ୍ଚଳ ବାସୀଙ୍କ ବହୁ ଦିନର ଆଶା ଆଜି ପୂରଣ ହୋଇଛି ।
ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆ, ବାଲିଆ ସରପଞ୍ଚ ନିତାଇ ଚରଣ ନାୟକ, ସମିତି ସଭ୍ୟା ଶିବାନୀ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡମେମ୍ବର ସୁକାନ୍ତି ନାୟକ, ସୁଦୀପ ଦାସ, ଭାରତୀ ସିଂ, ଲକ୍ଷ୍ମୀ, ତପନ ଦାସ, ବରିଷ୍ଠ ବ୍ୟକ୍ତି ସୁକୁମାର ଦାସ, କୃଷ୍ଣ ଚନ୍ଦ୍ର ସାହା, ବିନୟ ପଡ଼ିଆରୀ, ରତିକାନ୍ତ ରାଉତ, ଉମାକାନ୍ତ ଜେନା, ଶିବ ହାଁସଦା ଇତ୍ୟାଦି ଉପସ୍ଥିତ ଥିଲେ ।