‘ଅଷ୍ଟମ ପିଲା ଜାଣିନାହାନ୍ତି ଫେଡ଼ାଣ’

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀର ପିଲା । କିନ୍ତୁ ଜାଣିନାହାନ୍ତି ଫେଡ଼ାଣ ଓ ହରଣ । ୬୮.୫ ପ୍ରତିଶତ ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାନ୍ତି । ଆଜି ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଏହି ସଖ୍ୟା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୪ରେ ୬୩.୪ ପ୍ରତିଶତ ଓ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡ଼ାଣ ଜାଣିନଥିଲେ । ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ଓ ୨୦୨୪ରେ ୪୫.୮ ପ୍ରତିଶତ ପିଲା ହରଣ ଜାଣିନଥିଲେ ।